ସରପଞ୍ଚ ପଦରେ ନିଯୁକ୍ତ ହେଲେ ନାଏବ ସରପଞ୍ଚ

କୁଜଙ୍ଗ,୨୧।୧୦(ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତର ବିଜୟୀ ସରପଞ୍ଚ ରବି ନାରାୟଣ ଦାସଙ୍କୁ କୁଜଙ୍ଗ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଅଦାଲତ ୧୬ ତାରିଖରେ ଅସିଦ୍ଧ ଘୋଷଣା କରିଥିଲେ। ଏହାପରେ ଶୁକ୍ରବାର ଏହି ପଞ୍ଚାୟତର ନାଏବ ସରପଞ୍ଚ ଅନିତ୍ୱ ମହାପାତ୍ରଙ୍କୁ ସରପଞ୍ଚ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହସ୍ତାନ୍ତର ପାଇଁ ବିଡିଓ ଦୀପକ ପ୍ରସାଦ ସ୍ବାଇଁ ଚିଠି (ନଂ. ୫୮୮୪/୨୦।୧୦।୨୩)ରେ ରବିନାରାୟଣଙ୍କୁ ସୂଚନା ଦେଇଥିଲେ। ମାତ୍ର ସେ ଅନୁପସ୍ଥିତ ରହିବାରୁ ଚିଠିର ଲଟକା ଜାରି କରାଯାଇଛି ବୋଲି ବିଡିଓ ସ୍ବାଇଁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ତ୍ରିସ୍ତରୀୟ ନିର୍ବାଚନରେ ରବିନାରାୟଣ ୮୨୧ଖଣ୍ଡ ଭୋଟପାଇ ବିଜୟୀ ଘୋଷିତ ହୋଇଥିଲାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଲୋକ ମଲ୍ଲିକ ୮୨୦ଖଣ୍ଡ ଭୋଟ ପାଇ ମାତ୍ର ଗୋଟିଏ ଭୋଟ୍‌ରେ ପରାଜିତ ହୋଇଥିଲେ। ବେଆଇନ ଭାବେ ରବି ନାରାୟଣ ନିର୍ବାଚନ ଜିତିଥିବା ଅଭିଯୋଗ କରି ଆଲୋକ ୨୦୨୨ ମାର୍ଚ୍ଚ ୧୧ ରେ କୁଜଙ୍ଗ ସିଭିଲ ଜଜ୍‌ ଜୁନିୟର ଡିଭିଜନଙ୍କ ଅଦାଲତରେ ମକଦ୍ଦମା କରିଥିଲେ। ବିଚାରପତି ଏହି ମାମଲାର ଫଇସଲା କରିବା ପୂର୍ବରୁ ୨୦୨୩ ଫେବୃୟାରୀ ୪ରେ ଭୋଟକୁ ପୁନଃ ଗଣତି ପାଇଁ ଆଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୋଧରେ ରବୀନ୍ଦ୍ର ନାରାୟଣ ନଂ.୩୭୩୫/୨୩ ରେ ଉଚ୍ଚନ୍ୟାୟାଳୟରେ ରିଟ ପିଟିଶନ ଦାଖଲ କରିଥିଲେ । ଉକ୍ତ ପିଟିଶନକୁ ଆଧାରକରି ଉଚ୍ଚ ନ୍ୟାୟଳୟ ୨୦୨୩ ଫେବୃୟାରୀ ୧୭ରେ ବୁଥ୍‌ ନଂ୯ର ଭୋଟ ଓ ନାକଚ ହୋଇଥିବା ୩୧ ଖଣ୍ଡ ଭୋଟକୁ ପୁନଃ ଗଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୋଧରେ ରବି ନାରାୟଣ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଅଦାଲତରେ ଅପିଲ କରିଥିଲେ । ମୁଖ୍ୟ ବିଚାରପତି ୨୦୨୩ ମେ ୧୧ରେ କୁଜଙ୍ଗ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ କରି ପୂର୍ବ ନିର୍ଦ୍ଦେଶକୁ ବାତିଲ କରିଥିଲେ। ସିଭିଲ ଜଜ ଜୁନିୟର ଡିଭିଜନ ଅଦାଲତକୁ ୨୦୨୩ ଅକ୍ଟୋବର ୧୫ତାରିଖ ସୁଦ୍ଧା ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୁଜଙ୍ଗ ସିଭିଲ ଜଜ ଜୁନିୟର ଡିଭିଜନ ଅନୁରାଧା ଶର୍ମା ଏହାର ବିଚାରକରି ରବିନାରାୟଣଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri