ସରପଞ୍ଚ ପଦରେ ନିଯୁକ୍ତ ହେଲେ ନାଏବ ସରପଞ୍ଚ

କୁଜଙ୍ଗ,୨୧।୧୦(ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତର ବିଜୟୀ ସରପଞ୍ଚ ରବି ନାରାୟଣ ଦାସଙ୍କୁ କୁଜଙ୍ଗ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଅଦାଲତ ୧୬ ତାରିଖରେ ଅସିଦ୍ଧ ଘୋଷଣା କରିଥିଲେ। ଏହାପରେ ଶୁକ୍ରବାର ଏହି ପଞ୍ଚାୟତର ନାଏବ ସରପଞ୍ଚ ଅନିତ୍ୱ ମହାପାତ୍ରଙ୍କୁ ସରପଞ୍ଚ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହସ୍ତାନ୍ତର ପାଇଁ ବିଡିଓ ଦୀପକ ପ୍ରସାଦ ସ୍ବାଇଁ ଚିଠି (ନଂ. ୫୮୮୪/୨୦।୧୦।୨୩)ରେ ରବିନାରାୟଣଙ୍କୁ ସୂଚନା ଦେଇଥିଲେ। ମାତ୍ର ସେ ଅନୁପସ୍ଥିତ ରହିବାରୁ ଚିଠିର ଲଟକା ଜାରି କରାଯାଇଛି ବୋଲି ବିଡିଓ ସ୍ବାଇଁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ତ୍ରିସ୍ତରୀୟ ନିର୍ବାଚନରେ ରବିନାରାୟଣ ୮୨୧ଖଣ୍ଡ ଭୋଟପାଇ ବିଜୟୀ ଘୋଷିତ ହୋଇଥିଲାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଲୋକ ମଲ୍ଲିକ ୮୨୦ଖଣ୍ଡ ଭୋଟ ପାଇ ମାତ୍ର ଗୋଟିଏ ଭୋଟ୍‌ରେ ପରାଜିତ ହୋଇଥିଲେ। ବେଆଇନ ଭାବେ ରବି ନାରାୟଣ ନିର୍ବାଚନ ଜିତିଥିବା ଅଭିଯୋଗ କରି ଆଲୋକ ୨୦୨୨ ମାର୍ଚ୍ଚ ୧୧ ରେ କୁଜଙ୍ଗ ସିଭିଲ ଜଜ୍‌ ଜୁନିୟର ଡିଭିଜନଙ୍କ ଅଦାଲତରେ ମକଦ୍ଦମା କରିଥିଲେ। ବିଚାରପତି ଏହି ମାମଲାର ଫଇସଲା କରିବା ପୂର୍ବରୁ ୨୦୨୩ ଫେବୃୟାରୀ ୪ରେ ଭୋଟକୁ ପୁନଃ ଗଣତି ପାଇଁ ଆଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୋଧରେ ରବୀନ୍ଦ୍ର ନାରାୟଣ ନଂ.୩୭୩୫/୨୩ ରେ ଉଚ୍ଚନ୍ୟାୟାଳୟରେ ରିଟ ପିଟିଶନ ଦାଖଲ କରିଥିଲେ । ଉକ୍ତ ପିଟିଶନକୁ ଆଧାରକରି ଉଚ୍ଚ ନ୍ୟାୟଳୟ ୨୦୨୩ ଫେବୃୟାରୀ ୧୭ରେ ବୁଥ୍‌ ନଂ୯ର ଭୋଟ ଓ ନାକଚ ହୋଇଥିବା ୩୧ ଖଣ୍ଡ ଭୋଟକୁ ପୁନଃ ଗଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୋଧରେ ରବି ନାରାୟଣ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଅଦାଲତରେ ଅପିଲ କରିଥିଲେ । ମୁଖ୍ୟ ବିଚାରପତି ୨୦୨୩ ମେ ୧୧ରେ କୁଜଙ୍ଗ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ କରି ପୂର୍ବ ନିର୍ଦ୍ଦେଶକୁ ବାତିଲ କରିଥିଲେ। ସିଭିଲ ଜଜ ଜୁନିୟର ଡିଭିଜନ ଅଦାଲତକୁ ୨୦୨୩ ଅକ୍ଟୋବର ୧୫ତାରିଖ ସୁଦ୍ଧା ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୁଜଙ୍ଗ ସିଭିଲ ଜଜ ଜୁନିୟର ଡିଭିଜନ ଅନୁରାଧା ଶର୍ମା ଏହାର ବିଚାରକରି ରବିନାରାୟଣଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri