ମାଳଦ୍ଵୀପ ବୁଲିଯିବା ଯୋଜନା ବାତିଲ କଲେ ନାଗାର୍ଜୁନ, ପରିବାର ସହ ଲାକ୍ଷାଦ୍ଵୀପରେ କାଟିବେ ଛୁଟି

ନୂଆଦିଲ୍ଲୀ ,୧୪।୧: ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ନା ସାମୀ ରଙ୍ଗା’ ସିନେମାର ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଏହି କଥା ପ୍ରକାଶ କରିବା ସହ ଲାକ୍ଷାଦ୍ଵୀପ ବଙ୍ଗରାମ ଦ୍ଵୀପର ଭୁରିଭୁରି ପ୍ରଶଂସା କରିଛନ୍ତି।

ଭାରତୀୟ ଗୀତିକାର ଚନ୍ଦ୍ରବୋଜ୍ ଏବଂ ଗୀତିକାର ଏମ.ଏମ କିରାବାନୀଙ୍କ ସହ ଏକ ସାକ୍ଷାତକାରରେ ନାଗାର୍ଜୁନ କହିଛନ୍ତି ଯେ ସେ ଜାନୁଆରୀ ୧୭ ରେ ମାଳଦ୍ଵୀପ ଅଭିମୁଖେ ଯିବାର ଯୋଜନା କରିଥିଲେ। ମୁଁ ବିଗ୍ ବସ୍ ଏବଂ ‘ନା ସାମି ରଙ୍ଗା’ ପାଇଁ ବିନା ଛୁଟିରେ ୭୫ ଦିନ କାମ କରୁଥିଲି। ବର୍ତ୍ତମାନ ମୁଁ ମୋର ଟିକେଟ୍ ବାତିଲ୍ କରିଛି ଏବଂ ମୁଁ ଆସନ୍ତା ସପ୍ତାହରେ ଲାକ୍ଷାଦ୍ଵୀପ ଯିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି , “ଭୟ କିମ୍ବା କିଛି କାରଣରୁ ଏହାକୁ ବାତିଲ କରି ନାହିଁ। ସ୍ଥିତି ଠିକ ନ ଥିବାରୁ ମୁଁ ଟିକେଟ୍ ବାତିଲ କରିଦେଲି। ସେମାନେ ଯାହା କହିଛନ୍ତି ତାହା ଆଦୌ ସୁସ୍ଥ ନୁହେଁ ଏବଂ ଏହା ଠିକ୍ ନୁହେଁ ଏବଂ ସେ ଆମର ପ୍ରଧାନମନ୍ତ୍ରୀ ଅଟନ୍ତି। ସେ ୧.୫ ବିଲିୟନ ଲୋକଙ୍କ ନେତୃତ୍ୱ କରନ୍ତି। ସେ ୧.୫ ବିଲିୟନ ଲୋକଙ୍କ ନେତା ଏବଂ ସେମାନେ ଯାହା ବ୍ୟବହାର କରିଛନ୍ତି ତାହା ଠିକ ନୁହେଁ। ” ସେ ଆହୁରି ମଧ୍ୟ କହିଛନ୍ତି, “ସେମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି।” ଏହା ସହ ସେ ଲାକ୍ଷାଦ୍ଵୀପର ଲୋକପ୍ରିୟ ବଙ୍ଗରାମ ଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ଥଟ୍ଟା କରି ଏମ କେରେଭାନୀଙ୍କୁ ସେଠାକୁ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri