ନାଗା-ଶୋଭିତାଙ୍କ ଲଭ୍‌ଷ୍ଟୋରି

ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଡ ଛପା ସରିଥିବା ବେଳେ ଅତିଥି ତାଲିକା ପ୍ରସ୍ତୁତ ହେଉଛି। ଏହି ସମୟରେ ବାପା ନାଗାର୍ଜୁନ ଅକ୍କିନେନୀ ନାଗାଙ୍କ ପ୍ରେମକାହାଣୀ ଉପରୁ ପରଦା ହଟାଇଛନ୍ତି।
୨୦୧୮ରେ ଶୋଭିତାଙ୍କ ଫିଲ୍ମ ‘ଗୁଡ଼ାଚାରୀ’ ରିଲିଜ ହୋଇଥିଲା। ଏଥିରେ ନାଗାର୍ଜୁନଙ୍କୁ ତାଙ୍କ ଅଭିନୟ ପ୍ରଶଂସନୀୟ ଲାଗିଥିଲା। ଏହାପରେ ସେ ଅଭିନେତ୍ରୀଙ୍କ ସହ ଫୋନ୍‌ରେ କଥାହେବା ସହ ଭେଟିବାକୁ କହିଥିଲେ। କିଛି ସମୟ ପରେ ସେ ଘରକୁ ଆସିଥିଲେ। କର୍ମମୟ ଜୀବନ ବିଷୟରେ କଥା ହେଉ ହେଉ ତାହା ବ୍ୟକ୍ତିଗତ ଜୀବନ ଯାଏ ପହଞ୍ଚିଥିଲା। ଏହି ସମୟରେ ନାଗା ଚୈତନ୍ୟ ସେଠାକୁ ଆସିଥିଲେ। ବାସ୍‌ କିଛି ଏଭଳି ଥିଲା ଉଭୟଙ୍କ ପ୍ରଥମ ଭେଟ। ଅଭିନେତ୍ରୀ ଭାବେ ସେ ବହୁତ ପରିଶ୍ରମ କରି ଆଗକୁ ବଢ଼ିଥିବାରୁ ନାଗା ଚୈତନ୍ୟ ପ୍ରଭାବିତ ହୋଇଥିଲେ। ଏବେ ଦୁହେଁ ନୂଆ ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି। ଅଗଷ୍ଟରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। ଡିସେମ୍ବର ୪ରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେଉଥିବା ବାପା ନାଗାର୍ଜୁନ କହିଛନ୍ତି।
କହିରଖୁଛୁ, ପୂର୍ବରୁ ନାଗା ୨୦୧୭ରେ ସାଉଥ୍‌ ସୁନ୍ଦରୀ ସମାନ୍ଥା ରୁଥ୍‌ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ୨୦୨୧ରେ ସେମାନଙ୍କ ବାଟ ଅଲଗା ହୋଇଛି। ସମାନ୍ଥା କାମରେ ବ୍ୟସ୍ତ ଥିବା ବେଳେ ନାଗା ଚୈତନ୍ୟ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି। ଏହାକୁ ନେଇ ପରିବାର ଲୋକଙ୍କ ସହ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri