Posted inଜାତୀୟ

ନଡ୍ଡାଙ୍କ ନୂଆ ଟିମ୍‌ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାଜପାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ସଂସଦୀୟ ବୋର୍ଡରେ ଅନେକ ନୂଆ ମୁହଁ ସ୍ଥାନ ପାଇବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ନୂଆ କାର୍ଯ୍ୟକର୍ତ୍ତା ଟିମ୍‌ ଘୋଷଣା କରାଯିବ ବୋଲି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। ଗତ ଜାନୁୟାରୀରେ ନଡ୍ଡା ଭାଜପା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ହେଁ କୋଭିଡ୍‌-୧୯ ଯୋଗୁ ନୂଆ କାର୍ଯ୍ୟକର୍ତ୍ତା ଘୋଷଣା ବିଳମ୍ବ ହୋଇଛି। ନୂଆ ଟିମ୍‌ରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ସହ ନୂଆ ମୁହଁ ସ୍ଥାନ ପାଇବେ। ବରିଷ୍ଠ ନେତା ଅନନ୍ତ କୁମାର, ସୁଷମା ସ୍ବରାଜ, ଅରୁଣ ଜେଟଲୀଙ୍କ ପରଲୋକ ଏବଂ ଏମ୍‌ ଭେଙ୍କାୟାନାଇଡୁ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସଂସଦୀୟ ବୋର୍ଡରେ ସେମାନଙ୍କ ପଦବୀ ଖାଲି ପଡ଼ିଛି। ସୁଷମାଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୋର୍ଡରେ ସ୍ଥାନ ପାଇବା ଅନେକ ବିଶ୍ୱାସ କରୁନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାକୁ ଥିବାରୁ କେତେକ ଭାଜପା କାର୍ଯ୍ୟକର୍ତ୍ତା ସ୍ଥାନ ପାଇପାରନ୍ତି। ସେମାନଙ୍କ ସ୍ଥାନରେ ସଂଗଠନରେ ନୂଆ ସଦସ୍ୟଙ୍କୁ ସ୍ଥାନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଗଠନ ହେବା ପୂର୍ବରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଛି। ଭାଜପା କର୍ମୀ ସୁରେନ୍ଦ୍ର ବାହାଦୁର ସିଂଙ୍କ ପକ୍ଷରୁ ଦାଏର ପିଟିଶନରେ...

ଖୁସି ଖବର: ଗୋଟିଏ ଦିନରେ ସୁସ୍ଥ ହେଲେ ୧୦, ଚିହ୍ନଟ ହେଲେ ୧

ଥିରୁଭାନନ୍ତପୁରମ,୧୭।୪: କେରଳରେ କରୋନା ସଂକ୍ରମଣ ପ୍ରଥମେ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଏବେ ସେଠାରୁ ଆସିଛି ଖୁସି ଖବର। ଶୁକ୍ରବାର ସେଠାରେ ଜଣେ ମାତ୍ର...

ଗୁଜରାଟର ଛଅ ନଗର ନିଗମ ପାଇଁ ମତଦାନ ଜାରି: ପରିବାର ସହ ଯାଇ ଭୋଟ ଦେଲେ ଶାହା

ଅହମଦାବାଦ,୨୧ ।୨: ଗୁଜରାଟର ଅହମଦାବାଦ, ସୁରଟ, ବଡୋଦରା, ଭାବନଗର, ଜାମନଗର ଓ ରାଜକୋଟ ନଗର ନିଗମ ପାଇଁ ରବିବାର ଭୋଟ ଗ୍ରହଣ କରାଯାଉଛି । ଏହି...

ଆସନ୍ତା ୧୬ରୁ ସମଗ୍ର ଦେଶରେ ଟିକାକରଣ

ନୂଆଦିଲ୍ଲୀ,୯।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି...

ନଭି ମୁମ୍ବାଇ ପାୱାର ପ୍ଲାଣ୍ଟରେ ବ୍ଲାଷ୍ଟ , ଇଞ୍ଜିନିୟର ସମେତ ୩ ଆହତ

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ନଭି ମୁମ୍ବାଇର ଉରନରେ ସ୍ଥିତ ପାୱାର ପ୍ଲାଣ୍ଟରେ ରବିବାର ଅର୍ଥାତ୍ ୯ ଅକ୍ଟୋବରରେ ଏକ ବ୍ଲାଷ୍ଟ ହୋଇଛି । ଏଥିରେ ୩...

କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା...

ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର

ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ...

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ...

Advertisement
Archives

Model This Week