ରାଜ୍ୟକୁ କିଏ ଚଳାଉଛି: ନଡ୍ଡା

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବାହାଦୁର ଷ୍ଟାଡିୟମଠାରେ ଶୁକ୍ରବାର ଭାଜପାର ମହାଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ହେଲିକପ୍ଟରରେ ପହଞ୍ଚତ୍ ପ୍ରଥମେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରିଥିଲେ। ପରେ ଲାଲବାହାଦୁର ଷ୍ଟାଡିୟମଠାରେ ଆୟୋଜିତ ମହାଜନସମ୍ପର୍କ ଅଭିଯାନରେ ଯୋଗଦେଇଥିଲେ। ସେଠାରେ ନଡ୍ଡା ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଥିଲେ।
ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ। ଏହା ଏବେ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ରାଶନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ହେଉଛି। ଯୋଗ୍ୟଙ୍କୁ ମିଳୁନି, ଅଯୋଗ୍ୟଙ୍କୁ ମିଳୁଛି। ଏହାର ତଦନ୍ତ ହେବା କଥା। ଗିରିରାଜ ସିଂହଙ୍କୁ କହିବି ତଦନ୍ତ କରିବା ପାଇଁ, ଦୁଧ କା ଦୁଧ ପାଣି କା ପାଣି ହେବ। ଯେଉଁମାନେ ଭ୍ରଷ୍ଟାଚାର କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ। ନବୀନ ପଟ୍ଟନାୟକ ଚାହୁଁ ନାହାନ୍ତି ଆୟୁଷ୍ମାନ ଯୋଜନାରେ ଓଡ଼ିଶା ଲୋକଙ୍କୁ ସୁବିଧା ମିଳୁ। ଓଡ଼ିଶାରେ ସମସ୍ତ ରେଳ ଟ୍ରାକ ବିଦ୍ୟୁତୀକରଣ ହୋଇଛି। ଭୁବନେଶ୍ୱର, କଟକ, ପୁରୀରେ ଷ୍ଟେଶନ ଉନ୍ନତୀକରଣ ହୋଇଛି। ରାଜ୍ୟରେ ୭ଟି ମେଡିକାଲ କଲେଜ ହୋଇଛି। ୩ଟି କାର୍ଯ୍ୟକାରୀ ହୋଇଛି, ୪ଟି ଖୁବ୍‌ଶୀଘ୍ର ହେବ। କଳାହାଣ୍ଡିରେ ମଧ୍ୟ ମେଡିକାଲ କଲେଜ ହୋଇଛି। ମୁଣ୍ଡ ପିଛା ଆୟରେ ଓଡ଼ିଶା କମ୍‌, ଚାଷୀଙ୍କ ଆମଦାନୀରେ ବି ଓଡ଼ିଶା କମ୍‌, ମହିଳା ଶୋଷଣର ଶିକାର ହେଉଛନ୍ତି। ଭ୍ରଷ୍ଟାଚାରର ସରକାର ଚାଲିଛି, ୫୦ ପ୍ରତିଶତ କମିଶନରେ ଚାଲିଛି। ନବୀନ ପଟ୍ଟନାୟକ କହିଥିଲେ, ସବୁ ବ୍ଲକରେ ଶୀତଳ ଭଣ୍ଡାର ହେବ, ହୋଇଛି କି ବୋଲି ପ୍ରଶ୍ନ ପଚାରିଥିଲେ। ରାଜ୍ୟକୁ ଚଳାଉଛି କିଏ ନେତା ନା ଅଧିକାରୀ। ରାଜ୍ୟରେ ନବୀନ ବାବୁ ସରକାରରେ ଭ୍ରଷ୍ଟାଚାର ଚାଲିଛି। ବିଜେଡି ଏମ୍‌ପି ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ନବୀନ ପଟ୍ଟନାୟକ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି ବୋଲିି ନଡ୍ଡା କହିଥିଲେ।
ସମାନ ଭାବେ କଂଗ୍ରେସ ଉପରେ ମଧ୍ୟ ସେ ବର୍ଷିଥିଲେ। ନଡ୍ଡା କହିଥିଲେ ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ କଷ୍ଟ ହୁଏ। ଶୁକ୍ରବାର ପାଟନାରେ କଂଗ୍ରେସ ସହ କିଛି ବିରୋଧୀ ଏକାଠି ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଜେଜେ ମା’ ଲାଲୁ, ନୀତୀଶଙ୍କୁ ଜେଲରେ ଠୁଙ୍କିଥିଲେ। ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ତାଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍‌ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ୍‌’ କହି ସମ୍ବୋଧନ କରୁଛନ୍ତି, ଏକଥାକୁ କଂଗ୍ରେସ ହଜମ କରିପାରୁନାହିଁ। କଂଗ୍ରେସ ନେତା ମୋଦିଙ୍କୁ ସାପ, ବିଛା କହିବାକୁ ବି ପଛାଉନାହାନ୍ତି। କିନ୍ତୁ ଏକଥା ସେମାନେ ଭୁଲିଯାଉଛନ୍ତି, ଦେଶର ୧୪୦ କୋଟି ଜନତା ମୋଦିଜୀଙ୍କ ସହିତ ଅଛନ୍ତି ବୋଲି କହିଥିଲେ। ଏହାସହ ଉପସ୍ଥିତ ଜନତାଙ୍କ ଆଗରେ ମୋଦି ସରକାରଙ୍କ ୯ ବର୍ଷ ସଫଳତାର ଗୁଣଗାନ କରିଥିଲେ। ଏଥିରେ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ରେଳ, ଜାତୀୟ ରାଜପଥ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖର୍ଚ୍ଚ ହୋଇଛି। ସମୟ ଆସିଗଲାଣି ଆଗାମୀ ଦିନରେ ଦିଲ୍ଲୀରେ ଭାଜପା ସରକାର ହେବ ଓ ଓଡ଼ିଶାରେ ମଧ୍ୟ ସରକାର ଗଢ଼ିବ ବୋଲି କହିଥିଲେ। ଆରମ୍ଭରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଜୟ ଜଗନ୍ନାଥ କହି ନଡ୍ଡା ନିଜ ଭାଷଣ ଆରମ୍ଭ କରିଥିଲେ। ସଭାରେ ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ, ରାଜ୍ୟ ସଭାପତି ମନମୋହନ ସାମଲ,ଏମପି ଜୁଏଲ ଓରାମ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ସେଠାରୁ ଟାଉନ ହଲକୁ ଯାଇ ଦଳିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ସେ ସଙ୍ଗଠନକୁ ମଜଭୁତ କରିବା, ମୋଦିଙ୍କ ସଫଳତାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଉପରେ ଦଳୀୟ କର୍ମୀଙ୍କୁ ବାର୍ତ୍ତା ଦେଇଥିଲେ। ସାଧାରଣ ନିର୍ବାଚନ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri