ଏହି କାରଣ ପାଇଁ ଦଳରୁ ବିଦା ହେଲେ ଏନ୍‌ଏସି ଉପାଧ୍ୟକ୍ଷ

ପାଟଣାଗଡ଼,୨୩ା୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ପତ୍ରସଂଖ୍ୟା ୩୦/୧/ଏସ୍‌ବି/ବିଜେଡି/୨୦୨୬ରେ ତାଙ୍କୁ ଦଳର ଉପସଭାପତି ପ୍ରତାପ ଜେନା ବହିଷ୍କୃତ କରିଛନ୍ତି।

ପ୍ରକାଶ ଯେ, ପାଖାପାଖି ୨ ବର୍ଷରୁ ଊଦ୍ଧର୍‌ବ ହେବ ଉପାଧ୍ୟକ୍ଷ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶାଲଙ୍କ ସହିତ ତାଙ୍କର ମତାନ୍ତର ଲାଗିରହିଥିଲା। ଯାହାଫଳରେ ଏନ୍‌ଏସି ଅଞ୍ଚଳରେ ବିକାଶମୂଳକ କାମଗୁଡ଼ିକ ହେବାରେ ବିଭିନ୍ନ ସମୟରେ ବାଧା ଉପୁଜୁଥିଲା। ଏହି ଘଟଣା ସମୟାନୁକ୍ରମେ ଦଳର ହାଇକମାଣ୍ଡଙ୍କ ପାଖରେ ପହଞ୍ଚିଥିଲା। ପରେ ଏନେଇ ଉପାଧ୍ୟକ୍ଷଙ୍କୁ ଦଳ ପକ୍ଷରୁ ତାଗିଦ ମଧ୍ୟ କରାଯାଇଥିଲା। ତଥାପି ସେ ଦଳ ବିରୋଧୀ କାମ ସହ ଉନ୍ନତିମୂଳକ କାମରେ ବାରମ୍ବାର ବ୍ୟାହତ ସୃଷ୍ଟି କରୁଥିଲେ। ପରିଶେଷରେ ଦଳର ହାଇକମାଣ୍ଡ ଜିଲା ସଭାପତି ସରୋଜ କୁମାର ମେହେରଙ୍କ ସହ ଆଲୋଚନା କଲା ପରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily