୩ କୋଟିରେ ନିର୍ମାଣ ହେବ ଏନ୍‌ଏସି କାର୍ଯ୍ୟାଳୟ

ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍‌ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ଼ ଏନ୍‌ଏସି କାର୍ଯ୍ୟାଳୟର ନୂତନ ଗୃହ କେବେ ନିର୍ମାଣ ହେବ ସେ ନେଇ ବିଧାନସଭାରେ ପ୍ରଶ୍ନ ରଖିଥିଲେ। ଏହାର ଜବାବରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଥିଲେ ଯେ, ଜୁନାଗଡ଼ ଏନ୍‌ଏସି ଅଫିସର ନୂତନ ଗୃହ ପାଇଁ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୫୮୨୨/ତା ୧୧ା୩ା୨୦୨୪ରେ ୩ କୋଟି ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପର ଆବଶ୍ୟକ ବିବରଣୀ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ପାତ୍ର ତାଙ୍କ ଉତ୍ତରରେ କହିଥିଲେ। ପ୍ରକାଶ ଯେ, ଜୁନାଗଡ ଏନ୍‌ଏସି କାର୍ଯ୍ୟାଳୟ ୧୯୭୦ ମାର୍ଚ୍ଚ ୧୮ରେ ସ୍ଥାପିତ ହୋଇଥିଲା। ସେତେବେଳଠୁ ପଞ୍ଚାୟତ କାର୍ଯ୍ୟାଳୟରେ ଏହା ଚାଲୁଥିଲା। ହେଲେ କୋଠା ଛାତରୁ ସିମେଣ୍ଟ ଖଣ୍ଡ ଖସିବା ସହ ବର୍ଷା ହେଲେ ପାଣି ଗଳୁଥିଲା। ଫଳରେ କାର୍ଯ୍ୟାଳୟ କର୍ମଚାରୀ ନିଜକୁ ନିରାପଦ ନ ଭାବି ପରିସରରେ ଥିବା ପାଠାଗାରକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରିଥିଲେ। ଗତ ୫ବର୍ଷ ହେଲା ପାଠାଗାରରେ ଏନ୍‌ଏସି କାର୍ଯ୍ୟାଳୟ ଚାଲୁଛି। ଏବେ ନୂତନ ଗୃହ ହେବା ଆଶା ଉଜ୍ଜୀବିତ ପରେ ସ୍ଥାନୀୟ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri