ଆସ୍ଥା ଭୋଟ୍‌ରେ ହାରିଗଲେ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଧୂଳିସାତ୍‌ ହେଲା…

ପୁରୁଷୋତ୍ତମପୁର,୧୨ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୁରବାର ଆସ୍ଥା ଭୋଟ୍‌ ହୋଇଥିବା ବେଳେ ଏଥିରେ ସେ ପରାସ୍ତ ହୋଇଛନ୍ତି। ଯାହାଦ୍ବାରା ସେ ପଦ ହରାଇ ଗାଦିଚ୍ୟୁତ ହେବାର ସ୍ପଷ୍ଟ ହୋଇଯାଇଥିବା ବେଳେ ବିଜେଡିର ଏହି ଦୁର୍ଗ ଭାଙ୍ଗି ଧୂଳିସାତ ହୋଇଯାଇଛି। ଏହାକୁ ନେଇ ଏନ୍‌ଏସିରେ ଏକଛତ୍ରବାଦ ଶାସନର ବିଲୁପ୍ତ ଘଟିଲା। ଏଥର ସହରର ବିକାଶଲାଗି ସମସ୍ତ କାର୍ଯ୍ୟ କରାଯିବ ବୋଲି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓ କାଉନସିଲରମାନେ ତୀବ୍ର ପ୍ରତିକ୍ରିୟା ସହ କହିଛନ୍ତି।

ଗତ ପୌର ନିର୍ବାଚନ ପରେ ୨୦୨୨ ଏପ୍ରିଲ ୫ରେ ଅଧ୍ୟକ୍ଷା ଭାବେ ପ୍ରିୟଙ୍କା ଦାୟିତ୍ୱ ନେଇଥିଲେ। ମାତ୍ର ଏହା ପରେ ତାଙ୍କ  ସ୍ବାମୀ ତଥା କାଉନସିଲର ଅଶୋକ କୁମାର ମହାକୁଡ଼ଙ୍କ କାର୍ଯ୍ୟକଳାପ ନେଇ ଅନ୍ୟ କାଉନସିଲରମାନେ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଯାଇଥିଲା। ଯାହାକି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଗାଦିଚ୍ୟୁତ କରିବା ଲାଗି ଦୀର୍ଘଦିନ ହେଲା ସହରସାରା ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କାଉନସିଲର ଓ ପୁରୁଷୋତ୍ତମପୁରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଅନାସ୍ଥା ଅଭିଯୋଗ ଉପରେ ଜିଲାପାଳଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ପୁରୁଷୋତ୍ତମପୁର ଏନ୍‌ଏସିରେ ପହଞ୍ଚିଥିଲେ। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଓ୍ବାର୍ଡ ନଂ ୪ର କାଉନସିଲର ଅଶୋକ କୁମାର ମହାକୁଡ, ଓ୍ବାର୍ଡ ନଂ ୬ର କାଉନସିଲର ସୁଦେଷ୍ଣା ବେହେରା ଓ ଓ୍ବାର୍ଡ ନଂ ୧୧ର କାଉନସିଲର ଅରୁଣ କୁମାର ମହାକୁଡ଼ ଅନୁପସ୍ଥିତ ରହିଥିବା ବେଳେ ସେଠାରେ ଉପସ୍ଥିତ ଥିବା ୧୦ ଜଣ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଉପସ୍ଥିତ ସମସ୍ତ ୧୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିବା ନେଇ ନିର୍ବାଚନ ଅଧିକାରୀ କହିବା ସହ ଏନ୍‌ଏସି ପରିଚାଳନା ଲାଗି କାହାକୁ ଦାୟିତ୍ୱ ଦିଆଯିବ ସେଥିନେଇ ସରକାର ଓ ଜିଲାପାଳ ପଦକ୍ଷେପ ନେବେ ବୋଲି କହିଛନ୍ତି। କାଳେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ସମୀର କୁମାର ରାଉତ ଓ ଆଇଆଇସି ବିପିନ ବିହାରୀ ହୋତାଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି କଡ଼ାସୁରକ୍ଷାର ସହ କାର୍ଯ୍ୟାଳୟକୁ ଜଗିରହିଥିଲେ।

ସୂଚନାଯୋଗ୍ୟ, ଏନ୍‌ଏସିରେ ହୋଇଥିବା ସିଧାସଳଖ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ପ୍ରିୟଙ୍କା ଗୌଡ଼ ବିଜୟୀ ହୋଇ ଅଧ୍ୟକ୍ଷା ହୋଇଥିବା ବେଳେ ପରେ ବିଜେଡିରେ ସାମିଲ ହୋଇଥିଲେ। ମାତ୍ର ନିଜର କାର୍ଯ୍ୟକାଳ ଆରମ୍ଭରୁ  ହିଁ ସେ ବିବାଦୀୟ ହୋଇପଡ଼ିଥିଲେ। ସେ କାଉନସିଲରମାନଙ୍କୁ ଦୁର୍ବ୍ୟବହାର କରି ମନମୁଖୀ କାର୍ଯ୍ୟ କରିବା, ମାତ୍ରାଧିକ ବ୍ୟୟ କରି ରାଜକୋଷ ଅର୍ଥ ହରିଲୁଟ୍‌ କରିବା, ଉନ୍ନୟନମୂଳକ କାମଗୁଡ଼ିକୁ ଟେଣ୍ଡର ନ କରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ ଅର୍ଥ ହରିଲୁଟ୍‌ କରିବା ଆଦି ବିଭିନ୍ନ ଅଭିଯୋଗକୁ ନେଇ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। ଫଳସ୍ବରୂପ ଗତ ୨ ତାରିଖରେ ତାଙ୍କ ନାମରେ ଅନାସ୍ଥା ଅଣାଯାଇଥିଲା।

ପୁରୁଷୋତ୍ତମପୁର ଏନ୍‌ଏସିର ସମୁଦାୟ ୧୪ଟି ଓ୍ବାର୍ଡ ମଧ୍ୟରୁ ଓ୍ବାର୍ଡ ନଂ ୮ରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ପାରି ପଦବୀଟି ଖାଲି ପଡ଼ିଥିବା ବେଳେ ଅନ୍ୟ ୧୩ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ୧୦ଟି ଓ୍ବାର୍ଡରେ ବିଜୟୀ ହୋଇଥିବା ବେଳେ ୩ଟି ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ବିଜେଡିର କୃଷ୍ଣଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ ହୋଇଥିଲେ। ମାତ୍ର ଉପାଧ୍ୟକ୍ଷଙ୍କ ସମେତ ବିଜେଡିର ୭ ଜଣ କାଉନସିଲର ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅନାସ୍ଥା ଆଣିବା ପରେ ପରେ ଭାଜପାରେ ଯୋଗଦେଇଛନ୍ତି। ସେପଟେ ପଦବୀକୁ କିପରି ବଜାୟି ରଖିବେ ସେଥିନେଇ ଅଧ୍ୟକ୍ଷା ଆପ୍ରାଣ ଉଦ୍ୟମ କରିଥିଲେ। ଅଧ୍ୟକ୍ଷା ଓ ତାଙ୍କ ସମର୍ଥିତ କାଉନସିଲର ଅରୁଣ କୁମାର ମହାକୁଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ୍‌ ଭାବେ ଦୁଇଟି ରିଟ୍‌ ପିଟିଶନ ଦାଖଲ କରିଥିବା ବେଳେ ତାହାର ଶୁଣାଣି ଲାଗି ଆଜି ରହିଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri