ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ ଗୁରୁବାର ପୁଷ୍ପମାଲ୍ୟ ଅର୍ପଣ କରାଯାଇଛ। ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ବହୁ ଯୁବନେତା,ଦଳୀୟ ନେତୃବୃନ୍ଦ ତଥା ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକ, ସୁଦାମ ଚରଣ ଜେନା, ଜିଲା ପରିଷଦ ସଭ୍ୟ ସନା ବେହେରା, ୱାର୍ଡ ନଂ ୧୦ କାଉନସିଲର ସୁଜାତା ମାହାନ୍ତି, ମହାଲକ୍ଷ୍ମୀ ନାୟକ, ସବିତା ବେହେରା, ସଂଯୁକ୍ତା ଦାସ, ଯୁବ ସଭାପତି ଆଶାୟୀ ମନୋଜ ପ୍ରଧାନ, ଯୁବ ନେତା ବିଭୁତି ପଲାଇ, ପପି ମହାଙ୍କୁଡ, ଉମା ମାହାନ୍ତି, ବିଭୁ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ବାବୁ ଅମର ରହେ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ପ୍ରକମ୍ପିତ ହୋଇଉଠିଥିଲା । ପୁଷ୍ପମାଲ୍ୟ ଅର୍ପଣ ପରେ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

