Posted inUncategorized

ମୁଣ୍ଡ ନୂଆଁଇଲେ ନବଘନଙ୍କ ପରିବାର

ରସୁଲପୁର,୪ା୧୧(ରଞ୍ଜିତ ରାଉତ): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ନବଘନ ରଥ(୪୫)ଙ୍କ ପରିବାର ଶେଷରେ ମୁଣ୍ଡ ନୂଆଁଇଛନ୍ତି। ଗାଁଲୋକଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ନବଘନଙ୍କ ମୃତଦେହ ଶେଷକୃତ୍ୟରେ ସାମିଲ ହୋଇଛନ୍ତି।
ନବଘନଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ତାଙ୍କ ସ୍ତ୍ରୀ ମମତା ତରାଇ ସତ୍କାର ପାଇଁ ଗାଁକୁ ଆଣିଥିଲେ। ହେଲେ ଶାଶୁଘର ଲୋକେ ମୃତଦେହ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏନେଇ ମମତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ନବଘନଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲା। ହେଲେ ପୋଲିସ କଥାରେ ସେମାନେ ରାଜି ହୋଇ ନ ଥିଲେ। ଉକ୍ତ ଘଟଣାକୁ ଆପୋସ ସମାଧାନ ପାଇଁ ପୋଲିସ ଓ ଗାଁ ମୁରବୀଙ୍କୁ ନେଇ ଏକ ବୈଠକ ବସିଥିଲା। ବହୁ ବିଚାର ବିମର୍ଶ ପରେ ପରିବାରର ଲୋକେ ରାଜି ହୋଇଥିଲେ। ଗାଁ ଲୋକେ ମୃତଦେହ ସତ୍କାର ଦାୟିତ୍ୱ ନେଇଥିଲେ। ପରିବାର ଲୋକେ ସେଥିରେ ସାମିଲ ହୋଇଥିଲେ। ନବଘନଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ମିଳିବା ସହ ତାଙ୍କ ସ୍ତ୍ରୀ ଚାହିଁଲେ ଭିନ୍ନ ଏକ ପ୍ଲଟରେ ଘର କରି ରହିପାରିବେ ବୋଲି ମତ ଦେଇଥିଲେ। ସ୍ତ୍ରୀ ମମତା ଓ ତାଙ୍କ ଦୁଇପିଲା ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ। ଶାଶୁଘର ଲୋକ ଗାଁ ଲୋକଙ୍କ ନିଷ୍ପତ୍ତିକୁ ମାନି ନେଇଥିବା ଓ ତାଙ୍କ ସ୍ବାମୀଙ୍କ ମୃତଦେହ ସତ୍କାରରେ ସାମିଲ ହେବାକୁ ରାଜି ହୋଇ ଥିବାରୁ ସେ ଶାଶୁଘର ଲୋକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ। ଉକ୍ତ ଘଟଣାକୁ ନେଇ ଗୁରୁବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ମାତ୍ର ରାତ୍ରି ସମୟରେ ମୃତଦେହ ସତ୍କାର ସମ୍ଭବପର ହୋଇ ନ ଥିଲା। ଶୁକ୍ରବାର ସକାଳୁ ଗାଁ ଲୋକଙ୍କ ଉପସ୍ଥିତିରେ ଗାଁ ମଶାଣିରେ ମୃତଦେହର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ରାତି ସାରା ପୋଲିସ ମୃତଦେହ ଜଗି ରହିଥିଲା। ଘଟଣାକୁ ନେଇ ଗାଁରେ ଯେମିତି କୌଣିସ ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ରହିଥିଲା। ପୋଲିସ ଉପସ୍ଥିତି ଓ ଗାଁ ଲୋକଙ୍କ ଉଦ୍ୟମରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
ନବଘନ ୧୭ବର୍ଷ ତଳେ ଗାଁର ଜଣେ ଦଳିତ ପରିବାର ଝିଅଙ୍କୁ ବିବାହ କରିଥିଲେ। ଏହାକୁ ପରିବାର ଲୋକେ ବିରୋଧ କରିଥିଲେ। ସେବେଠାରୁ ନବଘନ ତାଙ୍କ ସ୍ତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ରହୁଥିଲେ। ନବଘନ ପରିବାରର ବିଭିନ୍ନ ପାରମ୍ପାରିକ କାର୍ଯ୍ୟ, ଶୁଦ୍ଧିକ୍ରିୟାରେ ସେମାନେ ସାମିଲ ହୋଇ ନ ଥିଲେ। ନବଘନଙ୍କ ଏଭଳି ଆଚରଣରେ ରାଗିଯାଇ ପରିବାର ଲୋକେ ତାଙ୍କଠରୁ ସମ୍ପର୍କ ଛିନ୍ନ କରିବା ସହ ତାତାଙ୍କୁ ଶୁଧି ହୋଇ ପଡ଼ିଥିଲେ। ସେମାନେ ନବଘନଙ୍କ ମୃତଦେହ ଗ୍ରହଣ କରିବାକୁ ଅରାଜି ହୋଇଥିଲେ। ତାଙ୍କ ସ୍ତ୍ରୀ ମାମତା ଅଡ଼ି ବସିବା ସହ ତାଙ୍କୁ ନ୍ୟାୟ ମିଳୁ ବୋଲି ଜିଦ୍‌ ଧରିଥିଲେ। ଏ ସବୁ ପରେ ବି ଶାଶୁଘର ଲୋକେ ତାଙ୍କୁ ସହଯୋଗ କରି ନ ଥିଲେ। ଶେଷରେ ପୋଲିସ ଓ ଗାଁ ଲୋକଙ୍କ ଉଦ୍ୟମର ଘଟଣାର ଆପୋସ ସମାଧାନ ହୋଇଥିଲା। ବିବାଦ ଭିତରେ ମୃତଦେହ ସତ୍କାର କାର୍ଯ୍ୟ ୨୪ ଘଣ୍ଟା ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ...

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

ଘୋଡ଼ାହାଡ଼ ଡ୍ୟାମ୍‌ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..

ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...

ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri