Posted inUncategorized

ମୁଣ୍ଡ ନୂଆଁଇଲେ ନବଘନଙ୍କ ପରିବାର

ରସୁଲପୁର,୪ା୧୧(ରଞ୍ଜିତ ରାଉତ): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ନବଘନ ରଥ(୪୫)ଙ୍କ ପରିବାର ଶେଷରେ ମୁଣ୍ଡ ନୂଆଁଇଛନ୍ତି। ଗାଁଲୋକଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ନବଘନଙ୍କ ମୃତଦେହ ଶେଷକୃତ୍ୟରେ ସାମିଲ ହୋଇଛନ୍ତି।
ନବଘନଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ତାଙ୍କ ସ୍ତ୍ରୀ ମମତା ତରାଇ ସତ୍କାର ପାଇଁ ଗାଁକୁ ଆଣିଥିଲେ। ହେଲେ ଶାଶୁଘର ଲୋକେ ମୃତଦେହ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏନେଇ ମମତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ନବଘନଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲା। ହେଲେ ପୋଲିସ କଥାରେ ସେମାନେ ରାଜି ହୋଇ ନ ଥିଲେ। ଉକ୍ତ ଘଟଣାକୁ ଆପୋସ ସମାଧାନ ପାଇଁ ପୋଲିସ ଓ ଗାଁ ମୁରବୀଙ୍କୁ ନେଇ ଏକ ବୈଠକ ବସିଥିଲା। ବହୁ ବିଚାର ବିମର୍ଶ ପରେ ପରିବାରର ଲୋକେ ରାଜି ହୋଇଥିଲେ। ଗାଁ ଲୋକେ ମୃତଦେହ ସତ୍କାର ଦାୟିତ୍ୱ ନେଇଥିଲେ। ପରିବାର ଲୋକେ ସେଥିରେ ସାମିଲ ହୋଇଥିଲେ। ନବଘନଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ମିଳିବା ସହ ତାଙ୍କ ସ୍ତ୍ରୀ ଚାହିଁଲେ ଭିନ୍ନ ଏକ ପ୍ଲଟରେ ଘର କରି ରହିପାରିବେ ବୋଲି ମତ ଦେଇଥିଲେ। ସ୍ତ୍ରୀ ମମତା ଓ ତାଙ୍କ ଦୁଇପିଲା ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ। ଶାଶୁଘର ଲୋକ ଗାଁ ଲୋକଙ୍କ ନିଷ୍ପତ୍ତିକୁ ମାନି ନେଇଥିବା ଓ ତାଙ୍କ ସ୍ବାମୀଙ୍କ ମୃତଦେହ ସତ୍କାରରେ ସାମିଲ ହେବାକୁ ରାଜି ହୋଇ ଥିବାରୁ ସେ ଶାଶୁଘର ଲୋକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ। ଉକ୍ତ ଘଟଣାକୁ ନେଇ ଗୁରୁବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ମାତ୍ର ରାତ୍ରି ସମୟରେ ମୃତଦେହ ସତ୍କାର ସମ୍ଭବପର ହୋଇ ନ ଥିଲା। ଶୁକ୍ରବାର ସକାଳୁ ଗାଁ ଲୋକଙ୍କ ଉପସ୍ଥିତିରେ ଗାଁ ମଶାଣିରେ ମୃତଦେହର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ରାତି ସାରା ପୋଲିସ ମୃତଦେହ ଜଗି ରହିଥିଲା। ଘଟଣାକୁ ନେଇ ଗାଁରେ ଯେମିତି କୌଣିସ ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ରହିଥିଲା। ପୋଲିସ ଉପସ୍ଥିତି ଓ ଗାଁ ଲୋକଙ୍କ ଉଦ୍ୟମରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
ନବଘନ ୧୭ବର୍ଷ ତଳେ ଗାଁର ଜଣେ ଦଳିତ ପରିବାର ଝିଅଙ୍କୁ ବିବାହ କରିଥିଲେ। ଏହାକୁ ପରିବାର ଲୋକେ ବିରୋଧ କରିଥିଲେ। ସେବେଠାରୁ ନବଘନ ତାଙ୍କ ସ୍ତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ରହୁଥିଲେ। ନବଘନ ପରିବାରର ବିଭିନ୍ନ ପାରମ୍ପାରିକ କାର୍ଯ୍ୟ, ଶୁଦ୍ଧିକ୍ରିୟାରେ ସେମାନେ ସାମିଲ ହୋଇ ନ ଥିଲେ। ନବଘନଙ୍କ ଏଭଳି ଆଚରଣରେ ରାଗିଯାଇ ପରିବାର ଲୋକେ ତାଙ୍କଠରୁ ସମ୍ପର୍କ ଛିନ୍ନ କରିବା ସହ ତାତାଙ୍କୁ ଶୁଧି ହୋଇ ପଡ଼ିଥିଲେ। ସେମାନେ ନବଘନଙ୍କ ମୃତଦେହ ଗ୍ରହଣ କରିବାକୁ ଅରାଜି ହୋଇଥିଲେ। ତାଙ୍କ ସ୍ତ୍ରୀ ମାମତା ଅଡ଼ି ବସିବା ସହ ତାଙ୍କୁ ନ୍ୟାୟ ମିଳୁ ବୋଲି ଜିଦ୍‌ ଧରିଥିଲେ। ଏ ସବୁ ପରେ ବି ଶାଶୁଘର ଲୋକେ ତାଙ୍କୁ ସହଯୋଗ କରି ନ ଥିଲେ। ଶେଷରେ ପୋଲିସ ଓ ଗାଁ ଲୋକଙ୍କ ଉଦ୍ୟମର ଘଟଣାର ଆପୋସ ସମାଧାନ ହୋଇଥିଲା। ବିବାଦ ଭିତରେ ମୃତଦେହ ସତ୍କାର କାର୍ଯ୍ୟ ୨୪ ଘଣ୍ଟା ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri