ଭୁବନେଶ୍ୱର,୨।୩: ନବ ଦାସଙ୍କୁ ନେଇ ସାଂଘାତିକ କଥା କହିଲେ ବରଗଡ ଏମପି ପ୍ରଦୀପ ପୁରୋହିତ। Naba Das Murder ଗଣମାଧ୍ୟମରେ ଏମପି କହିଛନ୍ତି, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି। CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡି ଚାପ ବଢ଼ିଛି। CBI ତଦନ୍ତ ପାଇଁ ଲେଖିକି ରାଜ୍ୟ ସରକାରଙ୍କୁ ଦେବାକୁ ମନା କରିଛି
Naba Das Murder: ଜଣେ IAS ଅଧିକାରୀ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ, ଆଉ ଜଣେ ବିଜେଡିର ବଡ଼ ନେତା ଯିଏ ସାରା ରାଜ୍ୟକୁ ଚଳାଉଥିଲେ। ସେମାନେ ନବଙ୍କ ପରିବାର ଉପରେ ଚାପ ପକାଉଛନ୍ତି। ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା।ଗୋପାଳ ଜରିଆରେ ଯେଉଁମାନେ ମାରିଲେ ରାଜ୍ୟବାସୀ ଜାଣିବାର ଅଛି। ଭାଜପା ଚାହୁଁଛି ନବ ହତ୍ୟାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ଏମପି ପ୍ରଦୀପ କହିଛନ୍ତି।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନବ ଦାସ ହତ୍ୟା ମାମଲାର ତଦନ୍ତ ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଲିଖିତ ଆକାରରେ ଦାଖଲ କରିବେ।
ସୂଚନାନୁସାରେ, ନବ ଦାସଙ୍କ ହତ୍ୟା ଘଟଣା ସହ ଏକାଧିକ ପ୍ରସଙ୍ଗରେ ଆବେଦନରେ ଉଲ୍ଲେଖ ରହିଛି। ନବ ଦାସଙ୍କ ହତ୍ୟା ଘଟଣା ଏ ପର୍ଯ୍ୟନ୍ତ ପ୍ରହେଳିକା ଭିତରେ ରହିଯାଇଛି ବୋଲି ଆବେଦନକାରୀ ପିନାକପାଣି ମହାନ୍ତି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ସେ ପ୍ରାର୍ଥନା କରିଛନ୍ତି। ଏଥିସହ ଚିଟ୍ଫଣ୍ଡ ସ୍କାମ୍ରେ ବିଜେଡିର ଅନେକ ନେତାଙ୍କ ସମ୍ପୃକ୍ତି ଥିବାବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।


