ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ। ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ। ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ହତ୍ୟାକାଣ୍ଡର ଖୁଲାସା ହେବ ବୋଲି ମନ୍ତ୍ରୀ କହିଛନ୍ତି।