Posted inଜାତୀୟ

ପୂର୍ବ ଲଦାଖରେ ୪୦ ହଜାର ପିଏଲ୍‌ଏ ସୈନ୍ୟ

ନୂଆଦିଲ୍ଲୀ,୨୩ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପ୍ରଶମିତ କରିବା ମନୋବୃତ୍ତି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପୂର୍ବ ଲଦାଖ ସେକ୍ଟରର ଆଗୁଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଇନା ପାଖାପାଖି ୪୦ ହଜାର ସୈନ୍ୟ ମୁତୟନ କରି ରଖିଛି। ପୂର୍ବ ଲଦାଖର ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ବେଳେ ଚାଇନା ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରୁନାହିଁ। ଏହାର ୪୦ ହଜାର ସୈନ୍ୟ ସମେତ ଓଜନଦାର ଯୁଦ୍ଧାସ୍ତ୍ର ପୂର୍ବ ଲଦାଖରେ ମୁତୟନ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗତ ସପ୍ତାହରେ କମାଣ୍ଡର ସ୍ତରୀୟ ବୈଠକରେ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଏହି ପ୍ରକ୍ରିୟାରେ କୌଣସି ଅଗ୍ରଗତି ଘଟିନାହିଁ ଓ ପର୍ବ ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ଫିଙ୍ଗର ୫ ଅଞ୍ଚଳରୁ ଚାଇନା ହଟିବାକୁ ଚାହୁଁନାହିଁ। ସେହିପରି ସେମାନେ ହଟ୍‌ସ୍ପ୍ରିିଙ୍ଗ୍‌ ଏବଂ ଗୋଗ୍ରା ପୋଷ୍ଟ ଅଞ୍ଚଳରେ ଅନେକ ଭିତ୍ତିଭୂମି ନିର୍ମାଣ କରିଛନ୍ତି।
ଅଧିକ ସୈନ୍ୟ ପ୍ରତ୍ୟାହାର କରିନେବା ସହ ଅଗ୍ରଗତିର ସମୀକ୍ଷା କରିବେ ବୋଲି ଜୁଲାଇ ୧୪-୧୫ରେ ହୋଇଥିବା କମାଣ୍ଡର ସ୍ତରୀୟ ବୈଠକରେ ଚାଇନା ରାଜି ହୋଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଚାଇନ ପକ୍ଷଙ୍କ ଆଲୋଚନାବେଳେ ଉଭୟ ପକ୍ଷ ସେମାନଙ୍କ ସ୍ଥାୟୀ ଅଞ୍ଚଳକୁ ସେନା ଫେରାଇନେବାକୁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ଚାଇନା ସୈନ୍ୟ ହଟୁ ନ ଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପୂର୍ବ ଲଦାଖରେ ଯୁଦ୍ଧବିମାନ ଓ ଅନ୍ୟ ସରଞ୍ଜାମର ତ୍ୱରିତ୍‌ ମୁତୟନ କରାଯାଇଛି। ବାୟୁସେନାର ପ୍ରସ୍ତୁତିକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଶଂସା କରିବା ସହ ଏହା ବିରୋଧୀଙ୍କୁ ଦୃଢ଼ ଜବାବ ବୋଲି କହିଛନ୍ତି। ତିନିଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଦିବସରେ ବାୟୁସେନାର ଶୀର୍ଷ କମାଣ୍ଡରମାନଙ୍କୁ ଉଦ୍‌ବୋଧନ ଦେଇ ରାଜନାଥ କହିଥିଲେ, ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ରାଷ୍ଟ୍ର ଦୃଢ଼ ସଂକଳ୍ପବଦ୍ଧ। ଭାରତର ସଶସ୍ତ୍ର ବଳ ଓ ଏହାର ସାମର୍ଥ୍ୟ ଉପରେ ଦେଶବାସୀଙ୍କର ପୂର୍ଣ୍ଣ ଆସ୍ଥା ରହିଛି ବୋଲି ରାଜନାଥ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri