ଏନ୍‌.ଚନ୍ଦ୍ରଶେଖରନ ଏୟାର ଇଣ୍ଡିଆ ଚେୟାରମ୍ୟାନ

ନୂଆଦିଲ୍ଲୀ, ୧୫।୩ ଟାଟା ସନ୍ସର ମୁଖ୍ୟ ନଟରାଜ ଚନ୍ଦ୍ରଶେଖରନ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଟାଟା ଗ୍ରୁପ୍‌ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। କିଛିଦିନ ତଳେ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଇଲ୍‌କର ଅୟସିଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଟାଟା ଗ୍ରୁପ୍‌ ପକ୍ଷରୁ ଅଫର ଦିଆଯାଇଥିଲା। କିନ୍ତୁ ଏହାକୁ ଭାରତରେ ବହୁ ବିରୋଧ କରାଯାଇଥିଲା। ଫଳରେ ଟାଟାର ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ହେବାକୁ ଇଲ୍‌କର ଅୟସି ମନା କରିଦେଇଥିଲେ। ଟାଟା ସନ୍ସ ଅଧୀନରେ ୧୦୦ରୁ ଊର୍ଦ୍ଧ୍ୱ ଟାଟା ଅପରେଟିଂ କମ୍ପାନୀ କାର୍ଯ୍ୟକରୁଛି। ଏନ୍‌. ଚନ୍ଦ୍ରଶେଖରନ ୨୦୧୬ ଅକ୍ଟୋବରରେ ଟାଟା ସନ୍ସ ବୋର୍ଡରେ ଯୋଗଦେଇଥିଲେ ଏବଂ ୨୦୧୭ ଜାନୁୟାରୀରେ ଟାଟା ସନ୍ସର ଚେୟାରମ୍ୟାନ ନିଯୁକ୍ତ ହୋଇଥିଲେ। ଟାଟା ଷ୍ଟିଲ୍‌, ଟାଟା ମୋଟର୍ସ, ଟାଟା ପାଓ୍ବାର, ଟାଟା କନ୍ସଲଟାନ୍ସ ସର୍ଭିସେସ୍‌(ଟିସିଏସ୍‌) ଭଳି କେତେକ ଗ୍ରୁପ୍‌ ଅପରେଟିଂ କମ୍ପାନୀର ବୋର୍ଡଗୁଡ଼ିକରେ ଚନ୍ଦ୍ରଶେଖରନ ରହିଛନ୍ତି। ତାମିଲନାଡ଼ୁର ନମକ୍କଲ ଜିଲା ମୋହନୁର ଗ୍ରାମରେ ୧୯୬୩ ଜୁନ୍‌ ୨ରେ ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖରନ ୧୯୮୬ରେ ଏମ୍‌ସିଏ ଡିଗ୍ରୀ ହାସଲ କରିଥିଲେ। ୧୯୮୭ରେ ସେ ଟିସିଏସ୍‌ରେ ଯୋଗଦେଇଥିଲେ। ୨୦୦୯ ଅକ୍ଟୋବର ୬ରେ ସେ ଟିସିଏସ୍‌ର ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୬ ଅକ୍ଟୋବର ୨୫ରେ ସେ ଟିସିଏସ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଟାଟା ସନ୍ସ ବୋର୍ଡର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ପରେ ପ୍ରଥମ ଅଣପାର୍ସୀ ଚନ୍ଦ୍ରଶେଖରନ ଟାଟା ଗ୍ରୁପ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri