୭ ଦିନ ପରେ ବି ରହସ୍ୟ ଘେରରେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ଯୁବତୀଙ୍କ ପରିଚୟ ନପାଇ ମୃତଦେହ ପୋତିଲା ପୋଲିସ

ଦେବଗଡ,୮।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଠିଆନାଳ ଗ୍ରାମର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହେବାର ଇତି ମଧ୍ୟରେ ୭ ଦିନ ବିତିଯାଇଛି । ମାତ୍ର ମୃତା ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବାରୁ ଏହା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି । ପୋଲିସ ସୋମବାର ମୃତଦେହକୁ ମାଟିରେ ପୋତିବାକୁ ବାଧ୍ୟ ହୋଇଛି। ସୂଚନାଯୋଗ୍ୟ,ଗତ ୧ ତାରିଖ ଅପରାହ୍ନରେ କୁଣ୍ଢେଇଗୋଳା ଥାନା ବୁଢାପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଠିଆନାଳ ଗ୍ରାମର ଏକ ନାଳରେ ଜଣେ ଅଚିହ୍ନା ଯୁବତୀଙ୍କର ମୃତଦେହ ଠାବ ହୋଇଥିଲା । ୨ ତାରିଖ ସଂଧ୍ୟାରେ ପୋଲିସ ଡଗ ସ୍କ୍ବାର୍ଡ ଓ ସାଇଂଟିଫିକ ଟିମ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରି ମୃତଦେହ ଉଦ୍ଧାର କରିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ମାତ୍ର ଯୁବତୀଙ୍କ ମୁହଁ ସମେତ ଶରୀରର ବିଭିନ୍ନ ଅଂଶ ସଢି ଯାଇଥିବାରୁ ତାଙ୍କର ପରିଚୟ ପାଇବାରେ ପୋଲିସ ବିଫଳ ହୋଇଥିଲା । ଫଳରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ନିୟମ ଅନୁଯାୟୀ ଅଚିହ୍ନା ଶବ ହୋଇଥିବାରୁ ପୋଲିସ ବ୍ୟବଚ୍ଛେଦର ଦୀର୍ଘ ୭୨ ଘଂଟା ପର୍ଯ୍ୟନ୍ତ ନିଜ ହେପାଜତରେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ସଂରକ୍ଷିତ ରଖିଥିଲା। ଆଖପାଖ ଥାନାରେ ଯୁବତୀ ନିଖୋଜ ଏତଲା ଦେଇଥିବା ପରିବାର ଲୋକଙ୍କୁ ଡାକି ଶବ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରିଥିଲେ ମଧ୍ୟ ଯୁବତୀଙ୍କର ମୃତଦେହ ଚିହ୍ନଟ ହୋଇପାରିନଥିଲା । ଫଳରେ ବର୍ତମାନ ପର୍ଯ୍ୟନ୍ତ ଏହି ଘଟଣା ରହସ୍ୟ ଘରରେ ରହିଥିବା ବେଳେ ଯୁବତୀ ଜଣକ କିଏ ଓ ତାଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ହତ୍ୟାକାରୀମାନେ ଖସିଯିବାର ଆଶଙ୍କା ଦେଖାଦେଇଛି । ତେବେ ରହସ୍ୟ ଉନ୍ନୋଚନ ପାଇଁ କୁଣ୍ଢେଇଗୋଳା ଥାନା ପୋଲିସ ପକ୍ଷରୁ ଅଧିକ ଖୋଳତାଡ ଜାରୀ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri