‘ମାମୁନି ଚରିତ୍ରରୁ ମୋର ପରିଚୟ’

ଅଭିନେତ୍ରୀ ସମର୍ପିତା ଦାଶଙ୍କ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ନିକଟରେ ରିଲିଜ ହୋଇଯାଇଛି। ସ୍ଥିତି ପଟ୍ଟନାୟକ ଚରିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ସମର୍ପିତାଙ୍କୁ ନେଇ ଏବେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚାଲିଛି ଚର୍ଚ୍ଚା। ଏହି ନବାଗତା ନାୟିକାଙ୍କ ଅଭିନୟ ଯାତ୍ରା ଆରମ୍ଭରୁ ହିଁ ରୋମାଞ୍ଚକର ରହିଛି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ସିରିଜ୍‌ର ମାମୁନି ଚରିତ୍ର ହିଁ ଦେଇଥିଲା ପ୍ରଥମ ପରିଚୟ। ଏବେ ପ୍ରଥମ ପ୍ରବେଶରୁ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଭୂମିକା ଜଣେ ସଫଳ କଳାକାର ଭାବେ ଦର୍ଶକଙ୍କ ପାଖେ ନିଆରା ପରିଚୟ ସୃଷ୍ଟି କରିଛି। ଜଣେ ମଞ୍ଚ ନାଟ୍ୟ କଳାକାର ଭାବେ ମଧ୍ୟ ସେ ବେଶ୍‌ ପରିଚିତ। ତାଙ୍କ ଅଭିନୀତ ‘ସମୁଦ୍ରରେ ରାଜହଂସୀ’ ନାଟକ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଛି। ସେହିପରି ‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ମଧ୍ୟ ରିଲିଜ ଅପେକ୍ଷାରେ ରହିଛି। ସମର୍ପିତାଙ୍କ ସହ ଏଥରର ଧରିତ୍ରୀ ଆଳାପ।
କେମିତି ଅଛନ୍ତି। ଏବେ କ’ଣ ଚାଲିଛି?
ବହୁତ ଭଲ ଅଛି। ଏବେ ଏବେ ମୋ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ରିଲିଜ ହୋଇସାରିଛି। ଆଶାଠୁ ଅଧିକ ମୋତେ ସହଯୋଗ ଆଉ ବହୁତ ଭଲ ପାଇବା ମିଳିଛି। ଯେଉଁଥିପାଇଁ ମୁଁ ମୋଟିଭେଟେଡ୍‌ ଅଛି। ଆଗକୁ ୨ଟା ନାଟକ ମଧ୍ୟ ଅଛି। ସେଥିପାଇଁ ରିହର୍ସାଲରେ ବ୍ୟସ୍ତ ରହୁଛି।
ଅଭିନୟକୁ କିଭଳି ଆସିଲେ, ମାମୁନି ଚରିତ୍ର ସମ୍ପର୍କରେ…?
ପାଠ ପଢ଼ିବା ସମୟରେ ଷ୍ଟୋରୀ ଲାବ୍‌ ପ୍ରଡକ୍ସନ ହାଉସ୍‌ ସହ ଯୋଡ଼ିହୋଇଥିଲି। ଚଳଚ୍ଚିତ୍ର କରିବା ଆଗରୁ ଦର୍ଶକ କେମିତି ବିଷୟବସ୍ତୁ ଚାହୁଁଛନ୍ତି, ତାହା ଜାଣିବାକୁ ଆମେ କିଛି ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିଲୁ। ୨୦୧୫ରେ ଯେତେବେଳେ କଣ୍ଟେଣ୍ଟ କ୍ରିଏଟ୍‌ ହେଉ ନ ଥିଲା, ସେତେବେଳେ ମୋର ‘ମାମୁନି’ ଚରିତ୍ର ଲୋକଙ୍କୁ ବହୁତ ଭଲ ଲାଗିଥିଲା। ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମାମୁନି; ଜଷ୍ଟ ଲାଇକ୍‌ ଦ୍ୟାଟ୍‌ ସିରିଜ୍‌…ନାମରେ ସିରିଜ୍‌ ଭିଡିଓ ଅପ୍‌ଲୋଡ୍‌ ହେଉଥିଲା। ଯେଉଁଥିରେ ଦର୍ଶକ ମୋର ମାମୁନି ଚରିତ୍ରକୁ ବେଶ୍‌ ପସନ୍ଦ କରୁଥିଲେ। ସମର୍ପିତାକୁ ଲୋକ ଯେତିକି ଜାଣି ନାହାନ୍ତି ମାମୁନି କହିଲେ ସମସ୍ତେ ଜାଣନ୍ତି। ମାମୁନି ଚରିତ୍ର ପାଇଁ ଆଜି ମୁଁ ଏଠି ପହଞ୍ଚତ୍ପାରିଛି। ସେ ଚରିତ୍ର ହିଁ ଅଭିନୟ କରିବାକୁ ମୋତେ ବୁଷ୍ଟ ଦେଇଥିଲା। ଜଣେ କଳାକାରକୁ ଯାହା ସବୁ କରିବା ଦରକାର ଆମେ ସେତେବେଳୁ ସେ ସବୁ ପ୍ରାକ୍ଟିସ କରିବା ଆରମ୍ଭ କରି ଦେଇଥିଲୁ। ୨୦୨୦ରେ ଚଳଚ୍ଚିତ୍ର ପାଇଁ କାମ ଆରମ୍ଭ କଲୁ। ଏଥିସହ ମୁଁ ନାଟକ ମଧ୍ୟ କରେ।
ଚଳଚ୍ଚିତ୍ରର ଯାତ୍ରା ଆଉ ରିଲିଜ ପରର ଅନୁଭୂତି?
ମୁଁ ବହୁତ ଲକି ଆଉ ପ୍ରିଭିଲେଜ୍ଡ ଯେ, ମୋତେ ଏଭଳି ଏକ ଷ୍ଟ୍ରଙ୍ଗ କ୍ୟାରେକ୍ଟର ମିଳିଲା। ଇଣ୍ଡଷ୍ଟ୍ରିରେ ୫ରୁ ୬ବର୍ଷ କାମ ପରେ ଅଭିନେତ୍ରୀଙ୍କୁ ଲିଡ୍‌ ଚରିତ୍ର ମିଳିଥାଏ। ମାତ୍ର ପ୍ରଥମରୁ ପୁଣି ଏକ ମହିଳାକୈନ୍ଦ୍ରିକ ଚଳଚ୍ଚିତ୍ର ମିଳିବା ସତରେ ମୋର ଭାଗ୍ୟ। ବଡ଼ ଦାୟିତ୍ୱ ବି ଥିଲା କି ଲୋକେ ଏହି ଜୋନରର୍‌ ଚଳଚ୍ଚିତ୍ର ପସନ୍ଦ କରିବେକି ନାହିଁ। ଚ୍ୟାଲେଞ୍ଜିଂ ଥିଲା, ଆଉ ମଜା ବି ଆସିଥିଲା। ସବୁ ପରେ ଫିଲ୍ମ ରିଲିଜ ପରେ ଲୋକଙ୍କ ଭଲପାଇବା ମିଳିଲା। ମୋର ନିଜ ଉପରେ ଆହୁରି ଦୃଢ଼ ବିଶ୍ୱାସ ଆସିଯାଇଛି। ଫିଲ୍ମ ଦେଖି ଅନେକ ଦର୍ଶକ ମୋତେ ଧରି କାନ୍ଦିଛନ୍ତି।
ଛୋଟବେଳୁ କ’ଣ ଅଭିନୟ ପ୍ରତି ଇଚ୍ଛା ଥିଲା ?
ହଁ, ଯେବେବି ସିନେମା ଦେଖେ ଭାବେ ଜଣେ ଚରିତ୍ର କିଭଳି ସମୟ ଅନୁସାରେ ଅଲଗା ଅଲଗା ଚରିତ୍ରରେ ଅଭିନୟ କରୁଛି। ଜଣେ କଳାକାର ହେଲେ ବହୁତ ଚରିତ୍ର ସହ ବଞ୍ଚତ୍ବା, ଅନୁଭୂତି ନେବା ସେସବୁ ମୋତେ ଅଭିନୟ ପ୍ରତି ଆକର୍ଷିତ କରୁଥିଲା।
ଓଲିଉଡ୍‌ର ପ୍ରିୟ କଳାକାର?
ଅପରାଜିତା ମହାନ୍ତି ମୋର ବହୁତ ପ୍ରିୟ। ତାଙ୍କ ସହ ଅଭିନୟ କରିବାକୁ ଇଚ୍ଛା ଅଛି।
ପରିବାରର ସହଯୋଗ କିଭଳି ରହିଛି?
କେବଳ ପରିବାର ନୁହେଁ, ମୋର ସାଙ୍ଗସାଥୀ, ସମ୍ପର୍କୀୟ ସମସ୍ତଙ୍କ ସହଯୋଗ ସବୁବେଳେ ରହି ଆସିଛି।
ଅବସର ସମୟରେ କ’ଣ କରନ୍ତି?
ବହି ପଢ଼ିବାକୁ ଭଲପାଏ। ବେଳେବେଳେ ପାର୍କରେ ଏକା ବସେ, ଭିଡିଓ ଏଡିଟିଂ କରିବାକୁ ଭଲ ଲାଗେ।
ସାକ୍ଷାତ୍‌ : ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri