Posted inଫୁରସତ

ମୋର ପ୍ରଥମ ରୋଜଗାର କେବଳ ସ୍ମୃତି ହୋଇ ରହିଗଲା : ଡଃ.କୁଳାଙ୍ଗାର

ସତକଥା ହେଉଛି ବ୍ୟଙ୍ଗଚାଷ କରିବା ପୂର୍ବରୁ ଜଣେ କୃଷକ ପୁତ୍ର ହିସାବରେ କୃଷିକ୍ଷେତ୍ରରେ ମୋର ପ୍ରଥମ ରୋଜଗାର କେବେଠାରୁ ଆରମ୍ଭ ହୋଇ ସାରିଥିଲା ତାହା ଏବେ ମନେ ପକେଇବା ମୁସ୍କିଲ! ଚାରିପାଖରେ ସବୁଜ ପରିବେଶ, ଫୁଲ, ଫଳ, ପରିବା ଓ ଅସରନ୍ତି ଶ୍ରଦ୍ଧାକୁ ପାଇ ରୋଜଗାରର ସ୍ପର୍ଦ୍ଧା ମୋ ଭିତରେ ନଥିଲା। ସୌଭାଗ୍ୟର କଥା ମୋର ରୋଜଗାର ମାନେ ଟଙ୍କା ହାସଲ କରିବାର ଶୁଭ ଦିଆ ହୋଇଥିଲା ବ୍ୟଙ୍ଗ କବିତା ପାଇଁ ଏବଂ ଦାତା ହେଉଛନ୍ତି ଆକାଶବାଣୀ କଟକ। ଜିଲା ଆମର କଟକ, ହେଲେ ମୋର ଘର କଟକଠାରୁ ୧୨୦ କିଲୋମିଟର ଦୂର ଲେମ୍ବୋ ଗ୍ରାମରେ। ସେତେବେଳେ ଘରେ ବିଜୁଳି ସଂଯୋଗ ନଥିଲା ଅତଏବ ଟିଭି ଦେଖିବାର ସୁଯୋଗ ନଥିଲା। କେବଳ ଭରସା ଥିଲା ଆକାଶବାଣୀ। ଛାତ୍ର ଅବସ୍ଥାରେ ନିୟମିତ ରେଡିଓ ଶୁଣୁଶୁଣୁ ମୁଁ ୨୦୦୦/୦୧ ମସିହାରେ ଯୁବବାଣୀ କାର୍ଯ୍ୟକ୍ରମକୁ କିଛି ବ୍ୟଙ୍ଗ କବିତା ଲେଖି ପଠାଇ ଦେଇଥିଲି। କିଛିଦିନ ପରେ ଇଂରାଜୀ ଓ ହିନ୍ଦିରେ ଲେଖା ଗୋଟିଏ ଫରମ ଆସିଲା। ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ର ହିସାବରେ ମୋର ଯେତିକି ଜ୍ଞାନ ଥିଲା ସେଥିରୁ ମୁଁ ବୁଝି ପାରିଲି କି ତାହା ଆକାଶବାଣୀରୁ ଆସିଥିଲା ଏବଂ କବିତାପାଠ ପାଇଁ ନିମନ୍ତ୍ରଣ ହୋଇଥିଲା! ତେବେ ଫିସ ବାବଦରେ ଟ.୩୨୦/-ଙ୍କା ମୋତେ ଦେବାକୁ ପଡିବ କି ମିଳିବ ମୁଁ ବୁଝି ପାରିଲି ନାହି! ରାତିସାରା ଭାବିଲି ଯଦି ଦେବାକୁ ପଡିବ ତା’ହେଲେ ଘରେ ତ ଆଦୌ ରାଜି ହେବେନି! ତା’ ସହିତ ଯିବା ଆସିବା ବାବଦରେ ବସ୍‌ ଟିକେଟ ଓ ଖାଇବା ଖର୍ଚ୍ଚ ବି ଅଛି। ତେବେ ପରଦିନ ମୋର ଜଣେ ବଡଭାଇ ଯିଏ ଉଚ୍ଚ ଶିକ୍ଷିତ ଥିଲେ ତାଙ୍କୁ ଦେଖାଇବାରୁ ସିଏ ପଢି ବୁଝାଇଦେଲେ କି ମୋତେ କବିତା ପଢିବା ପାଇଁ ଟଙ୍କା ମିଳିବ! ପାଠରେ ନାଇଁ କି ସାଠରେ ନାଇଁ… ତୋ ଦେଇ କିଛି ହେବନାଇଁ ବୋଲି ନିୟମିତ ନିନ୍ଦା କରୁଥିବା ବାପା ବୋଉଙ୍କ ଆଗରେ ମୋର ଧେଡିଆ ଛାତି ଫୁଲେଇ କଥାଟି ଘୋଷଣା କରିଦେଲି! ତା’ ପରେ ଘଟଣାଟି ଆମ ମଫସଲ ଗାଆଁରେ ରାଷ୍ଟ୍ର ହୋଇଗଲା। ନିର୍ଦ୍ଧାରିତ ଦିନରେ ପହଁଚି ଦୁଇଟି କବିତା ରେକର୍ଡିଂ କଲି। ଗୋଟିଏ କବିତାର ଶୀର୍ଷକ ଥିଲା ‘ମଦ ଭାଗବତ’। ମୁଁ ଭାବିଥିଲି ନଗଦ ଆକାରରେ ଟଙ୍କାଟା ମିଳିବ, ତେଣୁ ସେଥିରୁ କେତେ ଖର୍ଚ୍ଚ କରି କ’ଣ କିଣିବି ଓ କେତେ ଘରେ ଦେବି ତାହା ମନେମନେ ଯୋଜନା କରିସାରିଥିଲି। ହେଲେ ମନ ନିଆଁରେ ବର୍ଷା ଝରିଗଲା ଯେବେ ଆକାଶବାଣୀରୁ ପାରିଶ୍ରମିକ ଆକାରରେ ମିଳିଲା ଗୋଟେ ଚେକ୍‌; ତାହା ପୁଣି ଆକାଉଣ୍ଟ ପେଇଙ୍ଗ୍‌! ଏଥର ମୋର ଚିନ୍ତା ଆହୁରି ବଢିଗଲା। କାରଣ ଚେକ୍‌ଟିକୁ ଦାଖଲ କରିବା ପାଇଁ ମୋର ବ୍ୟାଙ୍କ ଆକାଉଣ୍ଟ ହିଁ ନଥିଲା! ମୋର ବଡଭାଇ ଯିଏ କି ଭୁବନେଶ୍ବରରେ ରହୁଥିଲେ, ମୋତେ ନେଇଗଲେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦର ଶାଖାକୁ । ସେଠି ତାଙ୍କର ଗୋଟେ ଆକାଉଣ୍ଟ ଥିଲା । ମୋର ଆକାଉଣ୍ଟ ଖୋଲିବାର ଅଭିପ୍ରାୟ ଜାଣି ବ୍ୟାଙ୍କର ମ୍ୟାନେଜର କହିଲେ, କେବଳ ଚେକ୍‌ଟିଏ ପାଇଁ ନୂଆ ଆକାଉଣ୍ଟ କାହିଁକି ଖୋଲିବା? ଅତଏବ ଭାଇନାଙ୍କର ପୂର୍ବରୁ ଥିବା ଆକାଉଣ୍ଟରେ ମୋର ନାମ ଯୋଡି ଜଏଣ୍ଟ ଆକାଉଣ୍ଟ ଖୋଲି ଚେକ୍‌ଟି ଦାଖଲ ହେଲା। ମ୍ୟାନେଜର ଭାଇନାଙ୍କୁ କହିଲେ, ଚେକ୍‌ଟିର ଅର୍ଥ ସଂଗ୍ରହ ପରେ ଯୁଗ୍ମ ଖାତାଟିକୁ ପୁଣି ଏକକ କରିଦେବା! ପରେ ପରେ ମୁଁ ଭାଇନାଙ୍କ ପାଖରେ ରହି ପାଠ ପଢିଲି! ସବୁ ଖର୍ଚ୍ଚ ସିଏ ବୁଝୁଥିବାରୁ ପ୍ରଥମ ରୋଜଗାରର ଅର୍ଥକୁ ବ୍ୟାଙ୍କରୁ ଉଠାଇବାକୁ ମୁଁ ଆଉ ଇଛା କରି ନଥିଲି! ମୋର ବଡଭାଇ ଶିତିକାନ୍ତ ପଣ୍ଡା ଏବେ ସ୍ବର୍ଗରେ । ତାଙ୍କର ମୃତ୍ୟୁ ପରେ ଜାଣିଲି କି ବ୍ୟାଙ୍କରେ ଆମ ଯୁଗ୍ମଖାତାଟି ସେମିତି ରହିଥିଲା! ଅତଏବ ପ୍ରଥମ ରୋଜଗାର ମୋ ପାଇଁ କେବଳ ୩୨୦ ଟଙ୍କା ନୁହେଁ ବରଂ ପାହାଡଠୁ ଅଧିକ ବଡ ସ୍ମୃତି, ନଈଠୁ ଅଧିକ ଲମ୍ବା ଭାବପ୍ରବଣତା, ସମୁଦ୍ରଠୁ ଅଧିକ ମହକ ଓ ଆକାଶଠୁ ଅଧିକ ଖୁସି!


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri