Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ମୋ ପ୍ରଥମ ରୋଜଗାର: ଲେଖିକା ଡା. ସୁରଭି ଭଟ୍ଟ

ପୁରୀରେ ନିଜ ଘର। ପୁରୀ ପୋଲିସ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏସ୍‌.ସି.ଏସ୍‌ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲି। ଏହି ସମୟରେ ମୁଁ ୫ଟି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି କେବଳ ନିଜର ପଢା ଅଭ୍ୟାସକୁ ଜାରି ରଖିବାକୁ। ମାସେ ପରେ ସେମାନଙ୍କ ଅଭିଭାବକମାନେ ଟ୍ୟୁଶନ ଫି ବାଦଦେ ଜଣକୁ ୨୦୦ ଟଙ୍କା ହିସାବରେ ମୋତେ ୧୦୦୦ଟଙ୍କା ଦେଲେ। ମାସକର ପରିଶ୍ରମର ଫଳ ଏହି ୧୦୦୦ଟଙ୍କାଟି ମୋତେ ସେଦିନ ଅପୂର୍ବ ଆନନ୍ଦ ଦେଇଥିଲା। ଘରକୁ ଯାଇ ପ୍ରଥମେ ୫୦୦ଟଙ୍କା ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀଙ୍କ ଉଦ୍ଦେଶ୍ୟରେ ଠାକୁର ଘରେ ରଖି ବାକି ୫୦୦ଟଙ୍କାକୁ ବାପାଙ୍କ ହାତରେ ଦେଇ କହିଥିଲି, ‘ବାପା ଆଜିଯାଏଁ ଆପଣ ମୋତେ ସବୁକିଛି ଦେଇଛନ୍ତି, ଏଇଟା ମୋ ଜୀବନର ପ୍ରଥମ ରୋଜଗାର, ୟାକୁ ଆପଣଙ୍କର ଯେମିତି ଇଚ୍ଛା ସେମିତି ଖର୍ଚ୍ଚ କରିବେ।’ ବାପା ମନା କରୁଥିଲେ, କିନ୍ତୁ ମୋ ଖୁସି ଦେଖି ବାଧ୍ୟ ହୋଇ ରଖିଲେ। ଆଉ ପରେ ସେହି ଟଙ୍କାରେ ଆମ ସମସ୍ତଙ୍କ ପାଇଁ ସେ ମିଠା କିଣି ନେଇଆସିଥିଲେ। ତେବେ ଏହି ଟ୍ୟୁଶନ ମୁଁ ଯୁକ୍ତ ଦୁଇ ପଢା ସରିବା ପର୍ଯ୍ୟନ୍ତ କଲି, ତା’ପରେ ବ୍ରହ୍ମପୁର ଯାଇ ହୋମିଓପାଥି ପଢିଲି। ହୋମିଓପାଥି ପଢା ସରିବା ପରେ ପୁରୀର ଜଣେ ପ୍ରଖ୍ୟାତ ହୋମିଓପାଥି ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କିଛି ଦିନ ପ୍ରାକ୍ଟିସ୍‌ କଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ଖୋର୍ଦ୍ଧାରେ ଥିଲା। ଶ୍ୱଶୁରଙ୍କ ଦେହ ଭଲ ରହୁ ନଥିବାରୁ ଚାକିରିର ଅଫର୍‌ ଆସିଲେ ବି ମୁଁ ଚାକିରି କରିବାକୁ ଗଲି ନାହିଁ। ଏହାଦେଖି ଶ୍ୱଶୁର ଘରେ ମୋ ପାଇଁ ଏକ ହୋମିଓପାଥି କ୍ଲିନିକ୍‌ ଖୋଲିଦେଲେ ଆଉ ତା’ର ସବୁ ଦାୟିତ୍ୱ ମୋତେ ଦେଇଦେଲେ। ତା’ସହିତ ଶ୍ୱଶୁର ମୋତେ ଗୋଟେ କଥା କହିଥିଲେ, ‘ମାସେ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଚିକିତ୍ସା କରିବୁ। ଗରିବଗୁରୁବା ତଥା ଅପରିଷ୍କାର ହୋଇ ଆସୁଥିବା ରୋଗୀଙ୍କୁ ତୁ ଯଦି ଷ୍ଟେଥୋ ପକାଇ ସେମାନଙ୍କର ଚିକିତ୍ସା ଭଲ ଭାବରେ କରିପାରିବୁ, ତା’ହେଲେ ତୁ ଜଣେ ଭଲ ଡାକ୍ତରାଣୀ ହୋଇପାରିବୁ ବୋଲି ମୁଁ ଜାଣିବି’। ଶ୍ୱଶୁରଙ୍କ କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରି ତାଙ୍କ କଥାକୁ ଯଥେଷ୍ଟ ସମ୍ମାନ ଦେଇଥିବାରୁ ସେ ମୋ ଉପରେ ବହୁତ ଖୁସି ହୋଇଥିଲେ ଆଉ ମୋର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋତେ ଅନେକ ଆର୍ଶୀବାଦ ବି କରିଥିଲେ। ତାଙ୍କରି ଆର୍ଶୀବାଦ ଯୋଗୁ ଖୁବ୍‌ କମ୍‌ ଦିନରେ ଆଖପାଖ ଅଞ୍ଚଳରେ ମୋର ବେଶ୍‌ ପରିଚିତି ବଢିଗଲା। କ୍ରମେ ମୋ ପାଖକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିବାରୁ ପରେ ଘରେ ଥିବା ଏହି କ୍ଲିନିକ୍‌କୁ ଆମେ ଖୋର୍ଦ୍ଧା ପିତାପାଲ୍ଲୀକୁ ନେଇଯାଇଥିଲୁ; ଯେଉଁଠାରେ ପ୍ରତିଦିନ ମୁଁ ଖୁସିରେ ରୋଗୀସେବା କରୁଛି। ଏ ତ ଥିଲା ମୋ କର୍ମମୟ ଜୀବନ କଥା। ଏହାବାଦ୍‌ ଗପ, କବିତା, କାବ୍ୟ, ଗୀତି କବିତା ଲେଖିବାରେ ବି ମୋର ବିଶେଷ ରୁଚି ରହିଛି। ଏ କ୍ଷେତ୍ରରେ ବଡ଼ ଭାଇ ସଞ୍ଜୟ ଭଟ୍ଟ ହେଉଛନ୍ତି ମୋର ପ୍ରେରଣା। ସେ ମୋର ଲେଖାକୁ ପତ୍ରପତ୍ରିକାରେ ପ୍ରକାଶ କରିବାରେ ଅନେକ ସାହାଯ୍ୟ କରିଥିଲେ। ଗପ, କବିତା ବ୍ୟତିତ ମୁଁ ଅନେକ ଭଜନ, ଆଧୁନିକ ଗୀତ ବି ଲେଖିଛି। ମୋ ଲିଖିତ ଅନେକ ଗୀତକୁ ଓଡ଼ିଶାର ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ବି ଗାଇଛନ୍ତି; ଯାହାକୁ ଶ୍ରୋତା ବି ଖୁବ୍‌ ପ୍ରଶଂସା କରିଛନ୍ତି। ଯେମିତିକି: ତ୍ରାହି ମାମ୍‌…କୁ ଚରଣ ମହାନ୍ତି, କାହୁଁ ବଇଁଶୀ ବଜାଏ ଲୋ…କୁ ଅସୀମା ପଣ୍ଡା, ଲେଖୁଛି ଚିଠିରେ କିଛି କଥା ସ୍ମୃତି ଧାରେ… ହ୍ୟୁମାନ ସାଗର, ମନକଥା ଥରେ କହି ଦେଲା ପରେ…ସ୍ବୟଂ ପାଢୀ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ମୋ ଲିଖିତ ‘କାହୁଁ ବଇଁଶୀ ବଜାଏ ଲୋ’ ଗୀତକୁ ଗାନ୍ଧର୍ବ କଳା ପରିଷଦ ତରଫରୁ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିବାରୁ ଏହା ମୋ ପାଇଁ ଏକ ଗର୍ବର କଥା। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri