Posted inଜାତୀୟ

ମୋ ପିତା କରିଥିଲେ ମୋର ଯୌନ ଶୋଷଣ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ…

ନୂଆଦିଲ୍ଲୀ,୧୧।୩ : ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବତୀ ମାଲିୱାଲ ଶନିବାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ପିତାଙ୍କୁ ପିଲାଦିନେ ତାଙ୍କ ପ୍ରତି ଯୌନ ଶୋଷଣ କରିଥିବା ଅଭିଯୋଗ ସେ କରିଛନ୍ତି। ନ୍ୟୁଜ ଏଜେନ୍ସି ସହିତ ଏକ ବାର୍ତ୍ତାଳାପରେ ସ୍ବାତୀ କହିଛନ୍ତି, ମୋର ନିଜ ବାପା ମୋ ଉପରେ ଛୋଟ ବେଳେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ସେ ମତେ ବହୁତ ମାଡ ମାରୁଥିଲେ।

ଯେତେବେଳେ ସେ ଘରକୁ ଆସୁଥିଲେ, ମୁଁ ବହୁତ ଡରି ଯାଉଥିଲି, ଅନେକ ଥର ମୁଁ ବିଛଣା ତଳେ ଲୁଚି ରହୁଥିଲି ଏବଂ ରାତିସାରା ମହିଳାମାନଙ୍କୁ ସେମାନଙ୍କର ଅଧିକାର ଏବଂ ଏହି ପ୍ରକାରର ପୁରୁଷଙ୍କଠାରୁ କିପରି ସୁରକ୍ଷା ଦେବି ତାହାର ଯୋଜନା କରୁଥିଲି। ଯେଉଁମାନେ ମହିଳାମାନଙ୍କୁ ଶୋଷଣ କରନ୍ତି, ଝିଅମାନଙ୍କୁ ଶୋଷଣ କରନ୍ତି, ମୁଁ ସେମାନଙ୍କୁ ଏକ ଶିକ୍ଷା ଦେବି ।

ତାଙ୍କର ହୃଦୟର ବ୍ୟଥା ବଖାଣି ସେ କହିଛନ୍ତି, ମୋର ମନେ ଅଛି, ଯେତେବେଳେ ସେ ମୋତେ ମାରିବାକୁ ଆସୁଥିଲେ, ସେ ମୋ କେଶକୁ ଧରି କାନ୍ଥରେ ଜୋରରେ ପିଟି ଦେଉଥିଲେ। ମୋ ମୁଣ୍ଡରେ କ୍ଷତ ହୋଇ ସେଥିରୁ ରକ୍ତ ବାହାରୁଥିଲା। ବହୁତ ଯନ୍ତ୍ରଣା ହେଉଥିଲା।

ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଜଣେ ବ୍ୟକ୍ତି ବହୁତ ଯନ୍ତ୍ରଣା ଭୋଗନ୍ତି ସେତେବେଳେ କେବଳ ସେ ହିଁ ଅନ୍ୟମାନଙ୍କ ଯନ୍ତ୍ରଣା ବୁଝିପାରନ୍ତି। କେବଳ ସେତେବେଳେ ତାଙ୍କ ଭିତରେ ଏପରି ମନୋବୃତି ଜାଗ୍ରତ ହୁଏ, ଯାହାଫଳରେ ସେ ପୁରା ସିଷ୍ଟମକୁ ବଦଳାଇ ଦେଇ ପାରିଥାନ୍ତି। ବୋଧହୁଏ ମୋ ଘଟଣା ଭଳି ଆମର ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କର ମଧ୍ୟ ସମାନ କାହାଣୀ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri