Posted inଫୁରସତ

ମୋ ଦେଶ ମହାନ

ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ।
ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ, ସମୃଦ୍ଧ
ଦେଶ ଭାବେ
ମଧ୍ୟ ସାରା
ବିଶ୍ୱରେ ପରିଚିତ ଭାରତ। ଏହାବାଦ୍‌ ବି ଆହୁରି ଅନେକ କିଛି ଅଛି ଯାହା ପ୍ରମାଣିତ କରେ ଯେ କୋଟିକରେ ଗୋଟିଏ ହେଉଛି ଭାରତ…

ଭାରତ ହେଉଛି ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ଭାରତ ସ୍ବାଧୀନତା ପାଇବାର ପ୍ରଥମ ଦିନରୁ ହିଁ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କୁ ଭୋଟ ଦେବା ଅଧିକାର ମିଳିଥିଲା। ଅନ୍ୟପକ୍ଷେ ଆମେରିକା ମହିଳାମାନେ ୧୯୨୦ରେ ତଥା ଦେଶ ସ୍ବାଧିନ ହେବା ଓ ଗଣତନ୍ତ୍ର ଶାସନ ପ୍ରଚଳନ ହେବାର ବହୁବଷର୍ର୍ ପରେ ଭୋଟ ଦେବାର ଅଧିକାର ପାଇଥିଲେ।
ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’କୁ ରବିନ୍ଦନାଥ ଟାଗୋର ରଚନା କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ ଏକଥା ବହୁତ କମ୍‌ ଲୋକ ଜାଣିଥିବେ ଯେ, ବାଂଲାଦେଶର ଜାତୀୟ ସଂଗୀତ ‘ଆମର୍‌ ସୋନାର ବାଂଲା’କୁ ବି ରବିନ୍ଦ୍ର ନାଥ ଟାଗୋର ରଚନା କରିଥିଲେ।
ଜହ୍ନରେ ଜଳ ଥିବାର ସନ୍ଧାନ ପ୍ରଥମେ ଭାରତ ହିଁ କରିଥିଲା। ସେପ୍ଟେମ୍ବର, ୨୦୦୯ରେ ଇସ୍ରୋର ଚନ୍ଦ୍ରାୟନ ୧ ସର୍ବପ୍ରଥମେ ଜହ୍ନରେ ଜଳର ସନ୍ଧାନ କରିଥିଲା।
ପୃଥିବୀରେ ତିନୋଟି ଦେଶ ସୁପର କମ୍ପ୍ୟୁଟର ତିଆରି କରୁଛନ୍ତି। ସେଥିମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ ଦୁଇ ଦେଶ ହେଉଛି ଆମେରିକା ଓ ଜାପାନ।
ଭାରତରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମସ୍‌ଜିଦ୍‌ ଅଛି। ଯାହାକି ଅନ୍ୟ ଯେକୌଣସି ଦେଶର ମସ୍‌ଜିଦ୍‌ ସଂଖ୍ୟାଠାରୁ ଅଧିକ।
ଭାରତୀୟ ଖାଦ୍ୟର ଆଦର ସାରା ପୃଥିବୀରେ ରହିଛି। ସେଥିପାଇଁ ତ ଲଣ୍ଡନରେ ଦିଲ୍ଲୀ, ମୁମ୍ବାଇ ଭଳି ସହରଠାରୁ ବି ଅଧିକ ଭାରତୀୟ ରେଷ୍ଟୁରାଣ୍ଟ ଅଛି।
ଭାରତର ସଂସ୍କୃତ ଭାଷା ପୃଥିବୀର ସବୁ ଭାଷାଠାରୁ ପ୍ରାଚୀନ ଭାଷା ଭାବେ ପରିଚିତ। ଏହି ଭାଷାକୁ ଦେବଭାଷା କୁହାଯିବା ସହ ସବୁ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ।
ଉତ୍ତର ପ୍ରଦେଶର ବାରାଣସୀ ସହରକୁ ପୃଥିବୀର ସବୁଠାରୁ ପୁରାତନ ସହର ବୋଲି ଧରାଯାଏ।
ସ୍ବିଜରଲାଣ୍ଡରେ ମେ’ ମାସ ୨୬ ତାରିଖକୁ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲମ୍ୟାନ ଏପିଜେ ଅବ୍‌ଦୁଲ କଲାମଙ୍କୁ ସମର୍ପିତ କରି ‘ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଏ। କାରଣ ଉପରୋକ୍ତ ଦିନ ଅବ୍‌ଦୁଲ କଲାମ ସ୍ବିଜରଲାଣ୍ଡ ଗସ୍ତରେ ଯାଇଥିଲେ।
୧୯୩୬ ବର୍ଲିନ ହକି ଅଲମ୍ପିକରେ ଜର୍ମାନୀକୁ ୮-୧ ଗୋଲରେ ଭାରତ ହରାଇବା ପରେ ହକିର ଯାଦୁକରଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କୁ ହିଟଲର୍‌ ଜର୍ମାନୀର ନାଗରିକତା, ସେନାରେ ଉଚ୍ଚପଦବୀ ଓ ଜର୍ମାନୀ ଦଳରେ ଖେଳିବାର ପ୍ରସ୍ତାବ ଦେଇଥିଲେ। ହେଲେ ଧ୍ୟାନଚାନ୍ଦ ସେ ପ୍ରସ୍ତାବକୁ ମନା କରି ଦେଇଥିଲେ।
ବିଶ୍ୱର ସର୍ବପ୍ରଥମ ବିଶ୍ୱ ବିଦ୍ୟାଳୟ ‘ନାଳନ୍ଦା’ ଭାରତର ତକ୍ଷଶୀଳାରେ ଥିଲା, ଯାହାକି ଖ୍ରୀ.ପୂ. ୭୦୦ରେ ନିର୍ମିତ ହୋଇଥିଲା। ଏଠାରେ୧୦,୫୦୦ ଛାତ୍ରୀଛାତ୍ର ୬୦ରୁ ଉର୍ଦ୍ଧ୍ୱ ବିଷୟରେ ଅଧ୍ୟୟନ କରୁଥିଲେ। ଶିକ୍ଷା କ୍ଷେତ୍ରରେ ଭାରତର ଏହା ଥିଲା ସବୁଠାରୁ ବଡ଼ ସଫଳତା।
ଭାରତ ହେଉଛି ପୃଥିବୀର ସବୁଠାରୁ ଅଧିକ ଡାକଘର ଥିବା ଦେଶ। ସାରା ଭାରତରେ ୧,୫୫,୬୧୮ ଡାକଘର ଅଛି। ପୃଥିବୀର ସବୁଠାରୁ ଉଚ୍ଚତାରେ ଥିବା ଡାକଘର ମଧ୍ୟ ଭାରତରେ ଅଛି। ତାହା ହିମାଚଳପ୍ରଦେଶ,ସ୍ପିତି ଭ୍ୟାଲିସ୍ଥ ହିକ୍କିମ ଗ୍ରାମରେ ଅଛି। ଶ୍ରୀନଗରର ଡାଲ ହ୍ରଦରେ ପୃଥିବୀର ଏକମାତ୍ର ଭାସମାନ ଡାକଘର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri