Posted inଫୁରସତ

ମୋ ଦେଶ ମହାନ

ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ।
ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ, ସମୃଦ୍ଧ
ଦେଶ ଭାବେ
ମଧ୍ୟ ସାରା
ବିଶ୍ୱରେ ପରିଚିତ ଭାରତ। ଏହାବାଦ୍‌ ବି ଆହୁରି ଅନେକ କିଛି ଅଛି ଯାହା ପ୍ରମାଣିତ କରେ ଯେ କୋଟିକରେ ଗୋଟିଏ ହେଉଛି ଭାରତ…

ଭାରତ ହେଉଛି ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ଭାରତ ସ୍ବାଧୀନତା ପାଇବାର ପ୍ରଥମ ଦିନରୁ ହିଁ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କୁ ଭୋଟ ଦେବା ଅଧିକାର ମିଳିଥିଲା। ଅନ୍ୟପକ୍ଷେ ଆମେରିକା ମହିଳାମାନେ ୧୯୨୦ରେ ତଥା ଦେଶ ସ୍ବାଧିନ ହେବା ଓ ଗଣତନ୍ତ୍ର ଶାସନ ପ୍ରଚଳନ ହେବାର ବହୁବଷର୍ର୍ ପରେ ଭୋଟ ଦେବାର ଅଧିକାର ପାଇଥିଲେ।
ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’କୁ ରବିନ୍ଦନାଥ ଟାଗୋର ରଚନା କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ ଏକଥା ବହୁତ କମ୍‌ ଲୋକ ଜାଣିଥିବେ ଯେ, ବାଂଲାଦେଶର ଜାତୀୟ ସଂଗୀତ ‘ଆମର୍‌ ସୋନାର ବାଂଲା’କୁ ବି ରବିନ୍ଦ୍ର ନାଥ ଟାଗୋର ରଚନା କରିଥିଲେ।
ଜହ୍ନରେ ଜଳ ଥିବାର ସନ୍ଧାନ ପ୍ରଥମେ ଭାରତ ହିଁ କରିଥିଲା। ସେପ୍ଟେମ୍ବର, ୨୦୦୯ରେ ଇସ୍ରୋର ଚନ୍ଦ୍ରାୟନ ୧ ସର୍ବପ୍ରଥମେ ଜହ୍ନରେ ଜଳର ସନ୍ଧାନ କରିଥିଲା।
ପୃଥିବୀରେ ତିନୋଟି ଦେଶ ସୁପର କମ୍ପ୍ୟୁଟର ତିଆରି କରୁଛନ୍ତି। ସେଥିମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ ଦୁଇ ଦେଶ ହେଉଛି ଆମେରିକା ଓ ଜାପାନ।
ଭାରତରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମସ୍‌ଜିଦ୍‌ ଅଛି। ଯାହାକି ଅନ୍ୟ ଯେକୌଣସି ଦେଶର ମସ୍‌ଜିଦ୍‌ ସଂଖ୍ୟାଠାରୁ ଅଧିକ।
ଭାରତୀୟ ଖାଦ୍ୟର ଆଦର ସାରା ପୃଥିବୀରେ ରହିଛି। ସେଥିପାଇଁ ତ ଲଣ୍ଡନରେ ଦିଲ୍ଲୀ, ମୁମ୍ବାଇ ଭଳି ସହରଠାରୁ ବି ଅଧିକ ଭାରତୀୟ ରେଷ୍ଟୁରାଣ୍ଟ ଅଛି।
ଭାରତର ସଂସ୍କୃତ ଭାଷା ପୃଥିବୀର ସବୁ ଭାଷାଠାରୁ ପ୍ରାଚୀନ ଭାଷା ଭାବେ ପରିଚିତ। ଏହି ଭାଷାକୁ ଦେବଭାଷା କୁହାଯିବା ସହ ସବୁ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ।
ଉତ୍ତର ପ୍ରଦେଶର ବାରାଣସୀ ସହରକୁ ପୃଥିବୀର ସବୁଠାରୁ ପୁରାତନ ସହର ବୋଲି ଧରାଯାଏ।
ସ୍ବିଜରଲାଣ୍ଡରେ ମେ’ ମାସ ୨୬ ତାରିଖକୁ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲମ୍ୟାନ ଏପିଜେ ଅବ୍‌ଦୁଲ କଲାମଙ୍କୁ ସମର୍ପିତ କରି ‘ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଏ। କାରଣ ଉପରୋକ୍ତ ଦିନ ଅବ୍‌ଦୁଲ କଲାମ ସ୍ବିଜରଲାଣ୍ଡ ଗସ୍ତରେ ଯାଇଥିଲେ।
୧୯୩୬ ବର୍ଲିନ ହକି ଅଲମ୍ପିକରେ ଜର୍ମାନୀକୁ ୮-୧ ଗୋଲରେ ଭାରତ ହରାଇବା ପରେ ହକିର ଯାଦୁକରଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କୁ ହିଟଲର୍‌ ଜର୍ମାନୀର ନାଗରିକତା, ସେନାରେ ଉଚ୍ଚପଦବୀ ଓ ଜର୍ମାନୀ ଦଳରେ ଖେଳିବାର ପ୍ରସ୍ତାବ ଦେଇଥିଲେ। ହେଲେ ଧ୍ୟାନଚାନ୍ଦ ସେ ପ୍ରସ୍ତାବକୁ ମନା କରି ଦେଇଥିଲେ।
ବିଶ୍ୱର ସର୍ବପ୍ରଥମ ବିଶ୍ୱ ବିଦ୍ୟାଳୟ ‘ନାଳନ୍ଦା’ ଭାରତର ତକ୍ଷଶୀଳାରେ ଥିଲା, ଯାହାକି ଖ୍ରୀ.ପୂ. ୭୦୦ରେ ନିର୍ମିତ ହୋଇଥିଲା। ଏଠାରେ୧୦,୫୦୦ ଛାତ୍ରୀଛାତ୍ର ୬୦ରୁ ଉର୍ଦ୍ଧ୍ୱ ବିଷୟରେ ଅଧ୍ୟୟନ କରୁଥିଲେ। ଶିକ୍ଷା କ୍ଷେତ୍ରରେ ଭାରତର ଏହା ଥିଲା ସବୁଠାରୁ ବଡ଼ ସଫଳତା।
ଭାରତ ହେଉଛି ପୃଥିବୀର ସବୁଠାରୁ ଅଧିକ ଡାକଘର ଥିବା ଦେଶ। ସାରା ଭାରତରେ ୧,୫୫,୬୧୮ ଡାକଘର ଅଛି। ପୃଥିବୀର ସବୁଠାରୁ ଉଚ୍ଚତାରେ ଥିବା ଡାକଘର ମଧ୍ୟ ଭାରତରେ ଅଛି। ତାହା ହିମାଚଳପ୍ରଦେଶ,ସ୍ପିତି ଭ୍ୟାଲିସ୍ଥ ହିକ୍କିମ ଗ୍ରାମରେ ଅଛି। ଶ୍ରୀନଗରର ଡାଲ ହ୍ରଦରେ ପୃଥିବୀର ଏକମାତ୍ର ଭାସମାନ ଡାକଘର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri