ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ, ବସ୍‌କୁ ଅଟକ ରଖିଲେ ସ୍ଥାନୀୟ ଲୋକେ

ବାରଙ୍ଗ,୪।୨(ଲିଙ୍ଗରାଜ ରାଉତ): ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷ ବୋଲି ଜଣାପଡିଛି।

ରଘୁନାଥପୁର ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଓ ବାଉଁଶ ପକାଇ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ବତଃ ପ୍ରବୃତ୍ତ ଭାବେ ଗ୍ରାମବାସୀଙ୍କ ସହ ରାସ୍ତାରୋକରେ ସାମିଲ ହୋଇଛନ୍ତି। ନାବାଳିକା ଜଣଙ୍କ ଫୁଲ ତୋଳି ସାଇକେଲ ଯୋଗେ ଯିବା ପାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲ।