ବିବାହ ଠିକ୍‌ ହୋଇଥିଲା, ୮ମ ଫେଲ୍‌ ପ୍ରେମିକଙ୍କ ସହ ଫେରାର ହୋଇଗଲେ ଗ୍ରାଜୁଏଟ ଝିଅ; ଭିଡିଓ କରି…

ପ୍ରେମ ଅନ୍ଧ… ଏହି କଥାଟି ସମସ୍ତେ ନିଶ୍ଚୟ ଶୁଣିଥିବେ। ପ୍ରେମରେ ପଡ଼ିଥିବା ବ୍ୟକ୍ତି ଭୁଲକୁ ମଧ୍ୟ ଠିକ ବୋଲି ଭାବି ନେଇଥାନ୍ତି। ବିହାରର ମୁଜାଫରପୁରରୁ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗ୍ରାଜୁଏଟ୍‌(ସ୍ନାତକ) ପଢ଼ିଥିବା ଝିଅ ତାଙ୍କ ପରିବାର ବିରୁଦ୍ଧରେ ଯାଇ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ ଯିଏକି ୮ମ ଶ୍ରେଣୀରେ ଫେଲ ହୋଇଥିଲେ। ଯେତେବେଳେ ଝିଅଟିର ପରିବାର ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ, ସେତେବେଳେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓଟି ସେହି ଝିଅଙ୍କର ଥିଲା। ଏଥିରେ ସେ ତାଙ୍କ ପ୍ରେମିକଙ୍କୁ ବିବାହ କରୁଥିବାର ଦେଖାଯାଇଥିଲା। ସେ କହିଥିଲେ- ମୋତେ ଅପହରଣ କରାଯାଇନାହିଁ। ମୁଁ ନିଜ ଇଚ୍ଛାରେ ବିବାହ କରିଛି।

ଭିଡ଼ିଓରେ ଝିଅଟି କହଛନ୍ତି, ମୋ ପରିବାର ମୋ ଇଚ୍ଛା ବିରୁଦ୍ଧରେ ମୋତେ ଅନ୍ୟ କାହା ସହିତ ବିବାହ ଦେଉଥିଲେ। ସେମାନେ ମୋ ପାଇଁ ଯେଉଁ ବର ଖୋଜିଥିଲେ ତାହା ମୋତେ ପସନ୍ଦ ଆସି ନ ଥିଲା। ମୁଁ ମୋ’ ପ୍ରେମିକଙ୍କୁ ଭଲ ପାଉଥିଲି। ସେଥିପାଇଁ ମୁଁ ମୋ’ ପରିବାର ବିରୁଦ୍ଧରେ ଯାଇ ତାଙ୍କୁ ବିବାହ କରିଛି। ଝିଅଟି ତାଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛି, ଯେଉଁଥିରେ କୁହାଯାଇଥିଲା ଯେ ଯୁବକ ତାଙ୍କ ଝିଅକୁ ଅପହରଣ କରିଛି। ଏହା ସହିତ, ଝିଅଟି ଭିଡିଓ ମାଧ୍ୟମରେ ପୋଲିସ ପ୍ରଶାସନର ସାହାଯ୍ୟ ମଧ୍ୟ ମାଗିଛନ୍ତି। ଝିଅଟିର ଏହି ଭିଡିଓ ଏବେ ବହୁତ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ, ଜଣେ ପୁଅ ଝିଅର ମଥାରେ ସିନ୍ଦୂର ଲଗାଉଛି। ସିନ୍ଦୂର ଦାନ ସମୟରେ କେହି ଦେଖାଯାଉନାହାନ୍ତି। ତଥାପି, ଭିଡିଓଟି ଦେଖିଲେ ଲାଗୁଛି ଯେ ଯେତେବେଳେ ପୁଅଟି ସିନ୍ଦୁର ଲଗାଉଛି, କେହି ଜଣେ ଭିଡିଓ କରୁଛି। ଭିଡିଓରେ ବିବାହ କରିବା ପରେ, ଝିଅଟି ଆଗକୁ ଆସି କହିଲା- ମୁଁ ନିଜ ଇଚ୍ଛାରେ କୋର୍ଟରେ ବିବାହ କରିଛି। ଏଥିରେ କାହାର କୌଣସି ଚାପ ନ ଥିଲା। ମୋତେ ଅପହରଣ କରାଯାଇ ନାହିଁ। ମୁଁ ନିଜ ଇଚ୍ଛାରେ ଘରୁ ବାହାରି ଆସିଛି। ଏହା ମଧ୍ୟ କହିଲା ଯେ ତାଙ୍କ ପରିବାର ସଦସ୍ୟ ତାଙ୍କ ଇଚ୍ଛା ବିରୁଦ୍ଧରେ ଅନ୍ୟ କୌଣସି ସ୍ଥାନରେ ତାଙ୍କ ବିବାହ ବ୍ୟବସ୍ଥା କରୁଛନ୍ତି। ସେଥିପାଇଁ ସେ ଏହି ପଦକ୍ଷେପ ନେଇଥିଲେ।

ଏହି ସମୟରେ, ଝିଅଟି ପୋଲିସ-ପ୍ରଶାସନକୁ ସାହାଯ୍ୟ ପାଇଁ ଆବେଦନ କରିଛି। ଝିଅଟି କହିଛି- ମୁଁ ଜଣେ ବୟସ୍କ ଏବଂ ମୁଁ ନିଜ ଇଚ୍ଛାରେ ବିବାହ କରିଛି। ମୋ ସ୍ବାମୀ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଯାହା ମାମଲା ରୁଜୁ ହୋଇଛି ତାହା ଠିକ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ମୋ’ ପରିବାରର ସଦସ୍ୟମାନେ ମୋତେ ହତ୍ୟା କରିବାକୁ ଧମକ ଦେଉଛନ୍ତି ଏବଂ କହୁଛନ୍ତି ଯେ ମୋତେ ଯେଉଁଠାରେ ଦେଖିବେ, ମାରିଦେବେ। ଏପରି ପରିସ୍ଥିତିରେ, ମୋତେ ପୋଲିସ ଏବଂ ପ୍ରଶାସନର ସାହାଯ୍ୟ ଆବଶ୍ୟକ। ଯାହା ଦ୍ୱାରା ସେମାନେ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri