ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି, ୯ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର ସାଥୀ ମାଓବାଦୀ ନେତା ବିଜୟ ରେଡୀ ଓରଫ ବିଜାଙ୍କୁ ହତ୍ୟା ସହ ଏଥିସହ ସଂଗଠନର ଗତିବିଧି ସମ୍ପର୍କରେ ପୋଲିସକୁ ସେ ସୂଚନା ଦେଉଥିବା ଅଭିଯୋଗ କରିଛନ୍ତି ା ଛତିଶଗଡ ବିଜାପୁର ଜିଲାରେ ପୋଲିସ ଦ୍ୱାରା ବିଭିନ୍ନ କ୍ୟାମ୍ପ ଧ୍ୱଂସ ସହ ବହୁ ମାଓବାଦୀଙ୍କୁ ଗୁଳିକରି ହତ୍ୟା ଓ ଗିରଫ କରାଯିବାରୁ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଏକ ପ୍ରେସ୍‌ ନୋଟ ଜାରି କରିଛି।

ଏଥିରେ ଉଲ୍ଲେଖ ରହିଛି, ପୋଲିସ-ମାଓବାଦୀ ମଧ୍ୟରେ ଏନ୍‌କାଉଣ୍ଟର କ୍ରମାଗତ ଭାବେ ଚାଲିଥିବା ବେଳେ ମାଓବାଦୀଙ୍କର କ୍ଷତି ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗତ ୬ ତାରିଖରେ ବିଜାଙ୍କୁ ହତ୍ୟା କରାଯାଇଥିବା ବେଳେ ଅତୀତରେ ଛତିଶଗଡ ବସ୍ତର ସଂଭାଗରେ ହୋଇଥିବା ଏନ୍‌କାଉଣ୍ଟର ସହ ଅନ୍ୟ ରାଜ୍ୟରୁ ଆସିଥିବା ମାଓବାଦୀଙ୍କୁ ମଧ୍ୟ ବାହାର ରାଜ୍ୟ ମାଓବାଦୀ ନେତାମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ବିଗତ କିଛି ମାସ ମଧ୍ୟରେ ପୋଲିସ ଦ୍ୱାରା ଟପ୍‌ ନେତାମାନଙ୍କ ହତ୍ୟା କରାଯାଇଥିବା ଯୋଗୁ ସାଥୀମାନେ ବିଚଳିତ ହୋଇ ପଡିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ମାଓବାଦୀ ସ୍ଥାନୀୟ ମାଓବାଦୀମାନଙ୍କୁ ଢାଲ କରି ଛତିଶଗଡ ରାଜ୍ୟରୁ ବହୁକୋଟି ଟଙ୍କା ଲୁଟି ନେଉଛନ୍ତି।

ଗତ କିଛି ମାସ ମଧ୍ୟରେ ବଡ ବଡ ମାଓବାଦୀ ନେତାମାନଙ୍କୁ ପୋଲିସ ନିପାତ କରିବାରେ ସଫଳ ହୋଇଥିବା ବେଳେ କିପରି ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଉଛି ସେଥିପାଇଁ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ଆତ୍ମସମର୍ପଣ ବ୍ୟତୀତ ମାଓବାଦୀମାନଙ୍କ ପାଖରେ ବିକଳ୍ପ ନାହିଁ ବୋଲି ପ୍ରେସ୍‌ନୋଟରେ ବସ୍ତର ଆଇଜି ସୁନ୍ଦର ରାଜ. ପି. ସୂଚନା ଦେଇଛନ୍ତି। ବିଶେଷ କରି ଛତିଶଗଡ ରାଜ୍ୟର ସ୍ଥାନୀୟ ଲୋକଙ୍କୁ ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି, ଯଥାଶୀଘ୍ର ମାଓବାଦୀ ସଂଗଠନ ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରିବା ସହ ଜୀବନ ବଞ୍ଚାନ୍ତୁ ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri