ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି, ୯ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର ସାଥୀ ମାଓବାଦୀ ନେତା ବିଜୟ ରେଡୀ ଓରଫ ବିଜାଙ୍କୁ ହତ୍ୟା ସହ ଏଥିସହ ସଂଗଠନର ଗତିବିଧି ସମ୍ପର୍କରେ ପୋଲିସକୁ ସେ ସୂଚନା ଦେଉଥିବା ଅଭିଯୋଗ କରିଛନ୍ତି ା ଛତିଶଗଡ ବିଜାପୁର ଜିଲାରେ ପୋଲିସ ଦ୍ୱାରା ବିଭିନ୍ନ କ୍ୟାମ୍ପ ଧ୍ୱଂସ ସହ ବହୁ ମାଓବାଦୀଙ୍କୁ ଗୁଳିକରି ହତ୍ୟା ଓ ଗିରଫ କରାଯିବାରୁ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଏକ ପ୍ରେସ୍‌ ନୋଟ ଜାରି କରିଛି।

ଏଥିରେ ଉଲ୍ଲେଖ ରହିଛି, ପୋଲିସ-ମାଓବାଦୀ ମଧ୍ୟରେ ଏନ୍‌କାଉଣ୍ଟର କ୍ରମାଗତ ଭାବେ ଚାଲିଥିବା ବେଳେ ମାଓବାଦୀଙ୍କର କ୍ଷତି ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗତ ୬ ତାରିଖରେ ବିଜାଙ୍କୁ ହତ୍ୟା କରାଯାଇଥିବା ବେଳେ ଅତୀତରେ ଛତିଶଗଡ ବସ୍ତର ସଂଭାଗରେ ହୋଇଥିବା ଏନ୍‌କାଉଣ୍ଟର ସହ ଅନ୍ୟ ରାଜ୍ୟରୁ ଆସିଥିବା ମାଓବାଦୀଙ୍କୁ ମଧ୍ୟ ବାହାର ରାଜ୍ୟ ମାଓବାଦୀ ନେତାମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ବିଗତ କିଛି ମାସ ମଧ୍ୟରେ ପୋଲିସ ଦ୍ୱାରା ଟପ୍‌ ନେତାମାନଙ୍କ ହତ୍ୟା କରାଯାଇଥିବା ଯୋଗୁ ସାଥୀମାନେ ବିଚଳିତ ହୋଇ ପଡିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ମାଓବାଦୀ ସ୍ଥାନୀୟ ମାଓବାଦୀମାନଙ୍କୁ ଢାଲ କରି ଛତିଶଗଡ ରାଜ୍ୟରୁ ବହୁକୋଟି ଟଙ୍କା ଲୁଟି ନେଉଛନ୍ତି।

ଗତ କିଛି ମାସ ମଧ୍ୟରେ ବଡ ବଡ ମାଓବାଦୀ ନେତାମାନଙ୍କୁ ପୋଲିସ ନିପାତ କରିବାରେ ସଫଳ ହୋଇଥିବା ବେଳେ କିପରି ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଉଛି ସେଥିପାଇଁ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ଆତ୍ମସମର୍ପଣ ବ୍ୟତୀତ ମାଓବାଦୀମାନଙ୍କ ପାଖରେ ବିକଳ୍ପ ନାହିଁ ବୋଲି ପ୍ରେସ୍‌ନୋଟରେ ବସ୍ତର ଆଇଜି ସୁନ୍ଦର ରାଜ. ପି. ସୂଚନା ଦେଇଛନ୍ତି। ବିଶେଷ କରି ଛତିଶଗଡ ରାଜ୍ୟର ସ୍ଥାନୀୟ ଲୋକଙ୍କୁ ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି, ଯଥାଶୀଘ୍ର ମାଓବାଦୀ ସଂଗଠନ ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରିବା ସହ ଜୀବନ ବଞ୍ଚାନ୍ତୁ ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri