୩୦୦ ବିଲିୟନ କ୍ଲବ୍‌ରେ ମସ୍କ

ନୂଆଦିଲ୍ଲୀ,୭।୧୧: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ୍‌ କାର କମ୍ପାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୩୦୦ ବିଲିୟନ ଟପିଯାଇଛି। ଫଳରେ ବିଶ୍ୱ ଧନିକ ଶ୍ରେଣୀର କ୍ଲବ ୩୦୦ ବିଲିୟନ କ୍ଲବ୍‌ରେ ପ୍ରଥମ ବ୍ୟକ୍ତି ଭାବେ ସେ ସ୍ଥାନ ପାଇଛନ୍ତି। ଅନ୍ୟ ଧନୀ ବ୍ୟକ୍ତିଙ୍କ ଅପେକ୍ଷା ବର୍ତ୍ତମାନ ତାଙ୍କ ସମ୍ପତ୍ତି ଦୁଇଗୁଣାରୁ ଊର୍ଦ୍ଧ୍ୱ ହାରରେ ବଢ଼ିବାରେ ଲାଗିଛି। ଫଳରେ ମସ୍କଙ୍କ ମୋଟ ସମ୍ପତ୍ତିର ପରିମାଣକୁ ହିସାବକୁ ନେଲେ ପାକିସ୍ତାନର ଜିଡିପିଠାରୁ ମଧ୍ୟ ପ୍ରାୟ ୩୦ ବିଲିୟନ ଅଧିକ ବୋଲି ଜଣାପଡ଼ିଛି।
ଆମେରିକୀୟ ସାମ୍ବାଦିକ ମସ୍କଙ୍କ ସମ୍ପତ୍ତିକୁ ନେଇ ନିକଟରେ ଏକ ରିର୍ପୋଟରେ ଉଲ୍ଲେଖକରି କହିଛନ୍ତି, ପାକିସ୍ତାନର ଜିଡିପିଠାରୁ ମସ୍କଙ୍କ ସମ୍ପତ୍ତି ଢେର ଅଧିକ । ପତ୍ରକାରଙ୍କ ଏଭଳି ମନ୍ତବ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ଓ୍ବାର୍ଲଡ ରିଅଲ ଟାଇମ ବିଲିୟନେୟାର୍ସର ରିପୋର୍ଟକୁ ଗ୍ରହଣ କରାଗଲେ ମସ୍କଙ୍କ ନେଟ୍‌ ୱର୍ଥ ବର୍ତ୍ତମାନ ୩୧୮.୪ ବିଲିୟନ ଡଲାରରେ ରହିଛି। ତେବେ ବର୍ତ୍ତମାନ ତାଙ୍କର ନେଟ୍‌ୱର୍ଥଠାରୁ ୨୦୨୧ର ପାକିସ୍ତାନର ଜିଡିପି ବର୍ତ୍ତମାନର ବଜାର ମୂଲ୍ୟ ଅନୁସାରେ ୨୮୦ ବିଲିୟନ ଡଲାର ବୋଲି ଜଣାପଡିଛି।
କାର୍‌ ରେଣ୍ଟାଲ କମ୍ପାନୀ ହର୍ଜ ଗ୍ଲୋବାଲ ହୋଲ୍ଡିଂସ୍‌ ଇଙ୍କ୍‌ ଟେସ୍‌ଲାର ୧ଲକ୍ଷ କାର କିଣିବାକୁ ଅର୍ଡର ଦେଇଛି। ଏହା ଫଳରେ ମସ୍କଙ୍କ ସମ୍ପତ୍ତି ଅଚାନକ ୩୬ ବିଲିୟନ ଡଲାର ବୃଦ୍ଧି ଘଟି ୩୦୦ ବିଲିୟନକୁ ଟପିଯାଇଛି। ଫଳରେ ବିଶ୍ୱର ପ୍ରମୁଖ ଧନୀ ଜେଫ୍‌ ବେଜୋସ ଏବେ ବିଲିୟନେୟାର ଇଣ୍ଡେକ୍ସରେ ମସ୍କଙ୍କ ପଛକୁ ଖସିଯାଇଛନ୍ତି। ବେଜୋସଙ୍କ ମୋଟ ସମ୍ପତ୍ତି ପରିମାଣରୁ ମସ୍କଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯାଇଛି। ଏଥିରେ ମସ୍କଙ୍କ ସମ୍ପତ୍ତି ବିଶ୍ୱର ଅନ୍ୟତମ କାର୍‌ ନିର୍ମାତା ଟୟୋଟାଙ୍କ ମାର୍କେଟ୍‌ କ୍ୟାପ୍ରୁ ଠାରୁ ବି ଅଧିକ ହୋଇଯାଇଛି। ଟୟୋଟାର ବର୍ତ୍ତମାନ ବଜାର ପୁଞ୍ଜି ୨୮୩ ବିଲିୟନ ଡଲାର ରହିଥିବା ବେଳେ ମସ୍କଙ୍କ ସମ୍ପତ୍ତି ପ୍ରାୟ ୩୨୦ ବିଲିୟନରେ ପହଞ୍ଚିଯାଇଛି। ଏହି ସମୟରେ ମସ୍କଙ୍କ ଟେସ୍‌ଲାର ମାର୍କେଟ୍‌ କ୍ୟାପ୍‌ ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବା ସହ ବିଶ୍ୱର ସବୁଠୁ ଧନୀ କମ୍ପାନୀରେ ମଧ୍ୟ ପରିଣତ ହୋଇଛି। ସେହିଭଳି ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ କେହି ନ ଥିବା ବେଳେ ଶ୍ରେଷ୍ଠ ୨୦ରେ ୨ଜଣ ଭାରତୀୟ ରହିଛନ୍ତି। ବିଶ୍ୱର ୧୧ ତମ ଧନୀ ଭାବେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ (୯୫.୬ ବିଲିୟନ) ଥିବାବେଳେ ୧୫ ତମ ସ୍ଥାନରେ ଗୌତମ ଆଦାନୀ (୭୪.୧ ବିଲିୟନ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?