୩୦୦ ବିଲିୟନ କ୍ଲବ୍‌ରେ ମସ୍କ

ନୂଆଦିଲ୍ଲୀ,୭।୧୧: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ୍‌ କାର କମ୍ପାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୩୦୦ ବିଲିୟନ ଟପିଯାଇଛି। ଫଳରେ ବିଶ୍ୱ ଧନିକ ଶ୍ରେଣୀର କ୍ଲବ ୩୦୦ ବିଲିୟନ କ୍ଲବ୍‌ରେ ପ୍ରଥମ ବ୍ୟକ୍ତି ଭାବେ ସେ ସ୍ଥାନ ପାଇଛନ୍ତି। ଅନ୍ୟ ଧନୀ ବ୍ୟକ୍ତିଙ୍କ ଅପେକ୍ଷା ବର୍ତ୍ତମାନ ତାଙ୍କ ସମ୍ପତ୍ତି ଦୁଇଗୁଣାରୁ ଊର୍ଦ୍ଧ୍ୱ ହାରରେ ବଢ଼ିବାରେ ଲାଗିଛି। ଫଳରେ ମସ୍କଙ୍କ ମୋଟ ସମ୍ପତ୍ତିର ପରିମାଣକୁ ହିସାବକୁ ନେଲେ ପାକିସ୍ତାନର ଜିଡିପିଠାରୁ ମଧ୍ୟ ପ୍ରାୟ ୩୦ ବିଲିୟନ ଅଧିକ ବୋଲି ଜଣାପଡ଼ିଛି।
ଆମେରିକୀୟ ସାମ୍ବାଦିକ ମସ୍କଙ୍କ ସମ୍ପତ୍ତିକୁ ନେଇ ନିକଟରେ ଏକ ରିର୍ପୋଟରେ ଉଲ୍ଲେଖକରି କହିଛନ୍ତି, ପାକିସ୍ତାନର ଜିଡିପିଠାରୁ ମସ୍କଙ୍କ ସମ୍ପତ୍ତି ଢେର ଅଧିକ । ପତ୍ରକାରଙ୍କ ଏଭଳି ମନ୍ତବ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ଓ୍ବାର୍ଲଡ ରିଅଲ ଟାଇମ ବିଲିୟନେୟାର୍ସର ରିପୋର୍ଟକୁ ଗ୍ରହଣ କରାଗଲେ ମସ୍କଙ୍କ ନେଟ୍‌ ୱର୍ଥ ବର୍ତ୍ତମାନ ୩୧୮.୪ ବିଲିୟନ ଡଲାରରେ ରହିଛି। ତେବେ ବର୍ତ୍ତମାନ ତାଙ୍କର ନେଟ୍‌ୱର୍ଥଠାରୁ ୨୦୨୧ର ପାକିସ୍ତାନର ଜିଡିପି ବର୍ତ୍ତମାନର ବଜାର ମୂଲ୍ୟ ଅନୁସାରେ ୨୮୦ ବିଲିୟନ ଡଲାର ବୋଲି ଜଣାପଡିଛି।
କାର୍‌ ରେଣ୍ଟାଲ କମ୍ପାନୀ ହର୍ଜ ଗ୍ଲୋବାଲ ହୋଲ୍ଡିଂସ୍‌ ଇଙ୍କ୍‌ ଟେସ୍‌ଲାର ୧ଲକ୍ଷ କାର କିଣିବାକୁ ଅର୍ଡର ଦେଇଛି। ଏହା ଫଳରେ ମସ୍କଙ୍କ ସମ୍ପତ୍ତି ଅଚାନକ ୩୬ ବିଲିୟନ ଡଲାର ବୃଦ୍ଧି ଘଟି ୩୦୦ ବିଲିୟନକୁ ଟପିଯାଇଛି। ଫଳରେ ବିଶ୍ୱର ପ୍ରମୁଖ ଧନୀ ଜେଫ୍‌ ବେଜୋସ ଏବେ ବିଲିୟନେୟାର ଇଣ୍ଡେକ୍ସରେ ମସ୍କଙ୍କ ପଛକୁ ଖସିଯାଇଛନ୍ତି। ବେଜୋସଙ୍କ ମୋଟ ସମ୍ପତ୍ତି ପରିମାଣରୁ ମସ୍କଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯାଇଛି। ଏଥିରେ ମସ୍କଙ୍କ ସମ୍ପତ୍ତି ବିଶ୍ୱର ଅନ୍ୟତମ କାର୍‌ ନିର୍ମାତା ଟୟୋଟାଙ୍କ ମାର୍କେଟ୍‌ କ୍ୟାପ୍ରୁ ଠାରୁ ବି ଅଧିକ ହୋଇଯାଇଛି। ଟୟୋଟାର ବର୍ତ୍ତମାନ ବଜାର ପୁଞ୍ଜି ୨୮୩ ବିଲିୟନ ଡଲାର ରହିଥିବା ବେଳେ ମସ୍କଙ୍କ ସମ୍ପତ୍ତି ପ୍ରାୟ ୩୨୦ ବିଲିୟନରେ ପହଞ୍ଚିଯାଇଛି। ଏହି ସମୟରେ ମସ୍କଙ୍କ ଟେସ୍‌ଲାର ମାର୍କେଟ୍‌ କ୍ୟାପ୍‌ ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବା ସହ ବିଶ୍ୱର ସବୁଠୁ ଧନୀ କମ୍ପାନୀରେ ମଧ୍ୟ ପରିଣତ ହୋଇଛି। ସେହିଭଳି ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ କେହି ନ ଥିବା ବେଳେ ଶ୍ରେଷ୍ଠ ୨୦ରେ ୨ଜଣ ଭାରତୀୟ ରହିଛନ୍ତି। ବିଶ୍ୱର ୧୧ ତମ ଧନୀ ଭାବେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ (୯୫.୬ ବିଲିୟନ) ଥିବାବେଳେ ୧୫ ତମ ସ୍ଥାନରେ ଗୌତମ ଆଦାନୀ (୭୪.୧ ବିଲିୟନ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri