Posted inଖେଳ

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍‌ ଦାୟିତ୍ୱ ନେବେ

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍‌ ଦାୟିତ୍ୱ ନେବେ
ନୂଆଦିଲ୍ଳୀ,୧୦।୭(ପି.ଟି.): ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୁସ୍ତାକ ଅହମ୍ମଦ। ବ୍ୟକ୍ତିଗତ କାରଣରୁ ସେ ହାଇପ୍ରୋଫାଇଲ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ମଣିପୁରର ଜ୍ଞାନେନ୍ଦ୍ରୋ ନିଗୋମବାମ୍‌ କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ନେବେ ବୋଲି ହକି ଇଣ୍ଡିଆ କାର୍ଯ୍ୟକାରୀ ବୋର୍ଡ ଘୋଷଣା କରିଛି। ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡ ବୈଠକରେ ଶୁକ୍ରବାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସର୍ବସମ୍ମତୀକ୍ରମେ କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଜ୍ଞାନେନ୍ଦ୍ରୋଙ୍କ ନାମ ଚୟନ ହୋଇଥିଲା। ମୁସ୍ତକ ଅହମ୍ମଦ ଇସ୍ତଫା ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଗତ ୭ ତାରିଖରେ ମୁସ୍ତାକଙ୍କ ଇସ୍ତାଫା ପତ୍ର ହସ୍ତଗତ ହୋଇଥିଲା। ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ମୁସ୍ତାକ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଜିଲାରେ ଆଜି କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବିଜୁଳି, ସତର୍କ ସୂଚନା ଜାରି କରି…

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା…

ଇସଲାମାବାଦ ଶାନ୍ତି ଆଲୋଚନା ପୂର୍ବରୁ ବଡ଼ ଦାବି କଲେଣି ଟ୍ରମ୍ପ, ଜାଣନ୍ତୁ କାହାକୁ କହିଲେ ଦେଶଦ୍ରୋହୀ

ଓ୍ବାଶିଂଟନ,୨୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିରୋଧୀ ଡେମୋକ୍ରାଟିକ ପାର୍ଟି ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଥିଲେ। ଟ୍ରମ୍ପ ଅଭିଯୋଗ କରିଥିଲେ ଯେ ଯେତେବେଳେ…

୩୧୫ ତହସିଲଦାରଙ୍କ ଖାତାରେ ଜମାହୋଇଛି ୨୫୬.୮୧କୋଟିର ରୟାଲ୍‌ଟି: ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ ପିଏଜି

ଭୁବନେଶ୍ୱର,୨୧ା୪(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିିଜ ଦ୍ରବ୍ୟରୁ ସରକାରଙ୍କୁ ଯେଉଁ ଅର୍ଥ ମିଳିବା କଥା ତାହା ବାଟବଣା ହୋଇଛି। ନିୟମ ଅନୁଯାୟୀ, ଏହି ଉତ୍ସରୁ ସଂଗ୍ରହ ସମସ୍ତ…

ଅର୍ଥନୈତିକ ସମ୍ପର୍କ ବଢ଼ାଇବାକୁ ଭାରତ, ଦକ୍ଷିଣ କୋରିଆ ରାଜି

ନୂଆଦିଲ୍ଲୀ,୨୧ା୪ (ପି.ଟି.): ଭୂରାଜନୈତିକ ଅସ୍ଥିରତା ଦୃଷ୍ଟିରୁ ବାଣିଜ୍ୟ କ୍ଷେତ୍ରରେ ବାଧା ବଢ଼ୁଥିବାବେଳେ ଭାରତ ଏବଂ ଦକ୍ଷିଣ କୋରିଆ ସେମାନଙ୍କ ବାଣିଜି୍ୟକ ଚୁକ୍ତିକୁ ଅପ୍‌ଗ୍ରେଡ କରିବା ଲାଗି ଆଲୋଚନା…

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri