ସରକାରୀ ଯୋଜନାରୁ ବଞ୍ଚିତ ମୂଷନଙ୍କ ପରିବାର

ପ୍ରୀତିପୁର,୨୩।୮(ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍‌ ଅଧୀନ ଘଣ୍ଟିଆଳି ଲେଙ୍କା ସାହିର ମୁଷନ ଯେନାଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ରୋଗଗ୍ରସ୍ତ ସ୍ବାମୀ ଓ ମାନସିକ ବିକୃତ ପୁଅକୁ ନେଇ ଭଙ୍ଗା କୁଡ଼ିଆରେ ବାସ କରୁଥିବା ଏହି ୭୫ ବର୍ଷୀୟା ମହିଳାଙ୍କ ଦୁଃଖ କହିଲେ ନ ସରେ। ପଟି ଲଗା କବାଟ, ବରଡ଼ା ପତ୍ର ଓ ଭଙ୍ଗା ଚାଳଘରେ ରହୁଥିବା ୩ ପ୍ରାଣୀଙ୍କ ରୋଜଗାର ଓ ସାହା କେବଳ ୧୫ କିଲୋ ରାଶନ ଚାଉଳ। ୨ ବର୍ଷ ହେବ ଘର ଛାଉଣି ହୋଇନାହଁି। ଚାଳ ଉପରେ ପାଲ ପଡ଼ିଛି। ଚାରିପଟ ଭଙ୍ଗା ଦଦରା କାନ୍ଥ। ଚିରା ଲୁଗା, ଜରି ବସ୍ତା ଓ ବରଡ଼ା ପତ୍ରରେ କାନ୍ଥ ଆବଦ୍ଧ ହୋଇଛି। କେତେବେଳେ କାନ୍ଥ ଶୋଇଯିବ ତାର ଭରସା ନାହିିଁ। ଘର ଦୁଆର ମୁହଁ ମାଟି ପିଣ୍ଡାରେ ତଳେ ଶୋଉଛନ୍ତି ପରିବାର ମୁଖ୍ୟ ରୋଜଗାରିଆ ସ୍ବାମୀ। ଅଣ୍ଟା ଭାଙ୍ଗିଯାଇଥିବାରୁ ରୋଜଗାର କରିବା ତ ଦୂରର କଥା ଚାଲିବା ବୁଲିବା ଅସମ୍ଭବ ହୋଇପଡ଼ିଛି ତାଙ୍କ ପାଇଁ। ପିଇବା ପାଣି ନ ଥିବାରୁ ସପ୍ତାହେ ଲାଗି ବୋତଲରେ ପାଣି ପୂରାଇ ମାଟିରେ ପୋତି ରଖୁଛନ୍ତି। ୫୦ ବର୍ଷୀୟ ପୁଅ ମାନସିକ ବିକୃତ ହୋଇଥିଲେବି ତାଙ୍କର ଭତ୍ତା ହୋଇପାରିନାହଁି। ତେବେ ବାରମ୍ବାର ଆବେଦନ ଓ ଗୁହାରି ପରେ ବି ବ୍ଲକ ପ୍ରଶାସନର ନଜର ପଡୁ ନ ଥିବାରୁ ଭାଗ୍ୟକୁ ଆଦରି ବଞ୍ଚତ୍ବାକୁ ପଡୁଛି ବୋଲି କହିଛନ୍ତି ମୂଷନ। ଆର୍ଥିକ ଅନଟନ ଥିବାରୁ ସ୍ବାମୀ ଓ ପୁତ୍ରର ଚିକିତ୍ସା କରିପାରୁନାହାନ୍ତି ସେ। ସରକାରୀସ୍ତରରେ ଘର ଦେବା ତ ଦୂରର କଥା ଶୌଚାଳୟଟିଏ ବି ଦିଆଯାଇନାହିଁ। ବିଦ୍ୟୁତ୍‌ ତାଙ୍କ ପାଇ ସାତସପନ ପାଲଟିଛି। ଏହି ପରିବାର ଲାଗି ବଞ୍ଚତ୍ବାର ଶୈଳୀ ଏକ ପ୍ରକାର ଅନ୍ଧକାରମୟ ହୋଇପଡ଼ିଛି। ତେଣୁ ଜିଲାପାଳ ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri