Posted inଜାତୀୟ

ହତ୍ୟା ନା ଆତ୍ମହତ୍ୟା: ମଡେଲ ଟ୍ବିଶା ଶର୍ମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ଖୁଲାସା

ଭୋପାଳ,୨୦।୫: ଭୋପାଳରେ ମଡେଲ ଟ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏମ୍ସ ଭୋପାଳର ରିପୋର୍ଟ ନିଶ୍ଚିତ କରିଛି ଯେ, ଟ୍ବିଶାଙ୍କ ମୃତ୍ୟୁ ଫାଶୀ ଦେବା ଯୋଗୁ ହୋଇଥିଲା। ତାଙ୍କର ମୃତ୍ୟୁ ମେ ୧୨ ରାତି ପ୍ରାୟ ୮.୦୦ଟାରେ ହୋଇଥିଲା। ଏହା ସହିତ ତାଙ୍କ ହାତରେ ଆଘାତ ଚିହ୍ନ ମଧ୍ୟ ମିଳିଥିଲା। ଟ୍ବିଶା ତାଙ୍କ ମୃତ୍ୟୁର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଗର୍ଭପାତ କରିଥିଲେ।

ଏମ୍ସ ଭୋପାଳର ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଟ୍ବିଶାଙ୍କ ମୃତ୍ୟୁ ‘Ante mortem hanging’ ଯୋଗୁ ହୋଇଥିଲା – ଅର୍ଥାତ୍‌ ଫାଶୀ ଲଗାଇବା ସମୟରେ ସେ ଜୀବିତ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ବେକର ମାଂସପେଶୀ ମଧ୍ୟରେ ଚାପ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବର ଚିହ୍ନ ମିଳିଛି। ଡାକ୍ତରଙ୍କ ଅନୁଯାୟୀ, ଶରୀରରେ କୌଣସି ବଡ଼ ସଂଘର୍ଷ କିମ୍ବା ମାରାତ୍ମକ ଶାରୀରିକ ଆକ୍ରମଣର କୌଣସି ଚିହ୍ନ ନଥିଲା। ହାତ ସମେତ ଶରୀରର କିଛି ଅଂଶରେ ସାମାନ୍ୟ ଆଘାତ ଏବଂ ସ୍କ୍ରାଚ ଚିହ୍ନ ମିଳିଥିଲା। ପୋଲିସ ବର୍ତ୍ତମାନ ଏହି ଆଘାତଗୁଡ଼ିକ କିପରି ହୋଇଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି।

ମଡେଲ୍‌ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା ମୃତ୍ୟୁ ଘଟଣାରେ ମୃତଦେହର ଦ୍ୱିତୀୟ ଥର ବ୍ୟବଚ୍ଛେଦ ଦିଲ୍ଲୀ ଏମ୍ସରେ କରାଯିବାକୁ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ଦାବି କରିଛନ୍ତି। ଭୋପାଳସ୍ଥିତ ଏମ୍ସରେ ହୋଇଥିବା ବ୍ୟବଚ୍ଛେଦରେ ତ୍ରୁଟି ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଟ୍ବିଶା ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଇବାକୁ ପରିବାର ପକ୍ଷରୁ ଦାବି ହୋଇଛି।

ଅଭିନେତ୍ରୀଙ୍କ ମୃତ୍ୟୁ ସ୍ଥଳରୁ ଏକ ନାଇଲନ୍‌ ବେଲ୍ଟ ମିଳିଥିବା ପୋଲିସ କହିଥିଲା। ମୃତ୍ୟୁର ପ୍ରକୃତ କାରଣ ଓ କିପରି ହେଲା, ତାହା ନିର୍ଦ୍ଧାରଣ କରିବାରେ ଉକ୍ତ ବେଲ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା। କିନ୍ତୁ ତଦନ୍ତକାରୀ ଅଫିସର ଉକ୍ତ ବେଲ୍ଟ ଦାଖଲ କରିବାରେ ବିଫଳ ହୋଇଛନ୍ତି। ବେଲ୍ଟ କୁଆଡ଼େ ହଜିଗଲା, ତାହାର କୌଣସି ଉତ୍ତର ପୋଲିସ ଦେଇପାରୁ ନାହିଁ। ପୋଲିସ ଏତଲା ଏବଂ ମାମଲା ମଧ୍ୟରେ ଗୁରୁତର ପାର୍ଥକ୍ୟ ରହିଛି। ଏତଲାର ଗୋଟିଏ ଭାଗରେ ଟ୍ବିଶାଙ୍କ ବୟସ ୩୧ ଦର୍ଶାଯାଇଥିବାବେଳେ ଅନ୍ୟ ଭାଗରେ ୩୩ ବର୍ଷ ବୋଲି ଉଲ୍ଲେଖ ରହିଛି।

ଟ୍ବିଶାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନିଖୋଜ ଥିବା ଆଇନଜୀବୀ ସ୍ବାମୀ ସମର୍ଥ ସିଂଙ୍କୁ ଗିରଫ କରିବା ଲାଗି ଭୋପାଳ ପୋଲିସ ଉଦ୍ୟମ ଚଳାଇଥିବାବେଳେ ତାଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ଦିଆଯିବ ବୋଲି ସୋମବାର ଘୋଷଣା କରିଥିଲା। ଟ୍ବିଶାଙ୍କୁ ଯୌତୁକ ପାଇଁ ଗତ ୧୨ ତାରିଖରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଟାରା ହିଲ୍ସ ଥାନାରେ ମାମଲା ରୁଜୁ ହେବା ଦିନଠାରୁ ଭୋପାଳର ଅବସରପ୍ରାପ୍ତ ଜିଲା ତଥା ଦୌରା ଜଜ୍‌ ଗିରିବାଳା ସିଂଙ୍କ ପୁଅ ସମର୍ଥ ଫେରାର ଅଛନ୍ତି। ଟ୍ବିଶା ଜଣେ ଏମ୍‌ବିଏ ସ୍ନାତକ, ପୂର୍ବତନ ମିସ୍‌ ପୁଣେ, ତେଲୁଗୁ ଫିଲ୍ମ ଅଭିନେତ୍ରୀ ତଥା ମଡେଲ। ସେ ୨୦୨୪ରେ ଏକ ଡେଟିଂ ଆପ୍‌ ଜରିଆରେ ସମର୍ଥଙ୍କୁ ଭେଟିଥିଲେ ଏବଂ ଉଭୟ ପରିବାରର ସ୍ବୀକୃତିକ୍ରମେ ୨୦୨୫ ଡିସେମ୍ବରରେ ସେମାନଙ୍କର ବିବାହ ହୋଇଥିଲା। ଗତ ୧୨ ତାରିଖରେ କଟାରା ହିଲ୍ସସ୍ଥିତ ଶାଶୁଘରେ ଟ୍ବିଶାଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା। ସମର୍ଥ ଓ ପଡୋଶୀ ତାଙ୍କୁ ହସ୍ପିଟାଲ ନେଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଟ୍ବିଶା ଆତ୍ମହତ୍ୟା କରିଥିବା ଗିରିବାଳା ଅଭିଯୋଗ କରୁଥିବାବେଳେ ଯୌତୁକ ପାଇଁ ନିର୍ଯାତନା ଦେଇ ତାଙ୍କୁ ହତ୍ୟା କରାଯାଇଥିବା ନଏଡ଼ାରେ ଥିବା ଟ୍ବିଶାଙ୍କ ପରିବାର ଅଭିଯୋଗ କରିଛନ୍ତି। ଭୋପାଳ ଏମ୍ସର ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଫାଶୀ ଲଗାଇବା ଯୋଗୁ ଟ୍ବିଶାଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଚିହ୍ନ ରହିଛି। ସମର୍ଥ ଯେପରି ଦେଶ ଛାଡ଼ି ଯାଇ ନ ପାରିବେ, ସେଥିପାଇଁ ତାଙ୍କ ପାସ୍‌ପୋର୍ଟ ସ୍ଥଗିତ ରଖିବାକୁ ପୋଲିସ ପାସ୍‌ପୋର୍ଟ କାର୍ଯ୍ୟାଳୟକୁ ଲେଖିଛି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଗିରିବାଳା ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, ଟ୍ବିଶା ମାନସିକ ରୋଗର ଚିକିତ୍ସା କରାଉଥିଲେ ଓ ସ୍କ୍ରିଜୋଫ୍ରେନିଆ ରୋଗୀଙ୍କୁ ଦିଆଯାଉଥିବା ଔଷଧ ଖାଉଥିଲେ। ଅନ୍ୟପକ୍ଷରେ ଟ୍ବିଶାଙ୍କ ବାପା ନବନିଧି ଶର୍ମା କହିଛନ୍ତି, ଝିଅ ଏବେ ମରିଯାଇଥିବାରୁ ସେମାନେ ତାଙ୍କ ବିରୋଧରେ ଯେକୌଣସି ଅଭିଯୋଗ ଆଣି ମୁଣ୍ଡରୁ ଦୋଷ ଖସାଇବାକୁ ଚାହୁଁଛନ୍ତି। ଅଭିଯୁକ୍ତ କୋର୍ଟରେ ଅଭିଯୋଗର ପ୍ରମାଣ ଦେବେ। ସର୍ବସାଧାରଣରେ ଜଣେ ମୃତ ମହିଳାଙ୍କ ମର୍ଯ୍ୟାଦାହାନି କରିବା ଗମ୍ଭୀର ଅପରାଧ ଓ ବିଚାରପତି ଥିବା ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିବା ଲଜ୍ଜାକର ଘଟଣା ବୋଲି ନବନିଧି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?