ପରକ୍ରିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହତ୍ୟା: ବନ୍ଧା ହେଲେ ୩ ଅଭିଯୁକ୍ତ

ସୋହେଲା,୧୬।୪(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ବୁଡ଼ାମାଳ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ସାନନ୍ଦ ସା(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଟାଙ୍ଗିଆରେ ହାଣି ହତ୍ୟା ପରେ ବ୍ଲେଡରେ ଯୌନାଙ୍ଗ କାଟି ଦେଇଥିଲେ। ଏ ନେଇ ରବିବାର ମୃତକଙ୍କ ବାପା ଦଶରଥ ସୋହେଲା ଥାନାରେ ଏତଲା ଦେବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବୁଡ଼ାମାଳ ଗ୍ରାମର ଅଜୟ ଭୁଏ(୩୨), ଦୁଃଖ ଓରଫ ଦୁଃଖନାଶନ ସାହୁ(୨୫) ଏବଂ ପ୍ରସନ୍ନ ସା(୪୨)।

ପୋଲିସ ତାଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ବ୍ଲେଡ୍‌, ୩ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ସୋହେଲା କୋର୍ଟ ଚାଲାଣ କରାଯାଇଥିଲା। ପରେ ସେମାନଙ୍କୁ ସ୍ଥାନୀୟ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ସୋହେଲା ଥାନାରେ ଦଫା ୩୦୨ରେ ଏକ ହତ୍ୟା ମାମଲା(ନଂ.୭୫/୨୩) ରୁଜୁ ହୋଇଛି। ପରକ୍ରିୟା ପ୍ରୀତି ସନ୍ଦେହରୁ ଅଭିଯୁକ୍ତମାନେ ସାନନ୍ଦଙ୍କୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ବରଗଡ଼ ଡାକ୍ତରଖାନାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଅଜୟ ତାଙ୍କ ସ୍ତ୍ରୀଙ୍କ ସହିତ ସାନନ୍ଦଙ୍କ ପରକ୍ରିୟା ପ୍ରୀତି ଥିବା ସନ୍ଦେହ କରିଥିଲେ । ଏନେଇ ସେ ସାନନ୍ଦଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ, ଅନ୍ୟ ଦୁଇ ଅଭିଯୁକ୍ତ ଦୁଃଖ ଏବଂ ପ୍ରସନ୍ନଙ୍କ ସହିତ ମିଶି ଶନିବାର ରାତି ପ୍ରାୟରେ ମଦ ପିଇବା ପାଇଁ ସାନନ୍ଦଙ୍କୁ ଡାକି ନେଇଥିଲେ। ମଦ ପିଇବା ସମୟରେ ଅଜୟ ଏକ ଟାଙ୍ଗିଆରେ ସାନନ୍ଦଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସାନନ୍ଦ ଟଳି ପଡ଼ିବା ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦୁଃଖ ଏବଂ ପ୍ରସନ୍ନ ତାଙ୍କୁ ମାଡ଼ି ବସିଥିଲେ। ପରେ ଅଜୟ ଏକ ବ୍ଲେଡରେ ସାନନ୍ଦଙ୍କ ଯୌନାଙ୍ଗ କାଟି ଦେଇଥିଲେ। ଏହାପରେ ବ୍ୟବହୃତ ଟାଙ୍ଗିଆକୁ ଏକ ପୋଖରୀ ଭିତରକୁ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଘରକୁ ଚାଲି ଚାଳିଯାଇଥିଲେ ।

ସାନନ୍ଦଙ୍କ ବାପା ଦଶରଥଙ୍କ ଏତଲା ପରେ ପଦ୍ମପୁର ଏସ୍‌ଡ଼ିପିଓ ବିଭୁତି ଭୂଷଣ ଭୋଇଙ୍କ ତତ୍ତ୍ବାବଧାନରେ ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡ଼ତିଆ ଏହାର ତଦନ୍ତ କରିଥିଲେ। ପରକ୍ରିୟା ପ୍ରୀତି ସନ୍ଦେହରୁ ସାନନ୍ଦଙ୍କୁ ହତ୍ୟା କରାଯାଇଥିବା ପାଲିସ ସୁରାକ୍‌ ପାଇଥିଲା । ଏହାପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟାକାଣ୍ଡ ଭିଆଇଥିବା ସ୍ବିକାର କରିବା ସହିତ ଅନ୍ୟ ଅଭିଯୁକ୍ତ ଦୁଃଖ ଏବଂ ପ୍ରସନ୍ନଙ୍କ ସମ୍ପୃକ୍ତି ନେଇ ପୋଲିସକୁ କହିଥିଲେ। ଏହାପରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri