ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତର ବଡ଼ନାଗଝରି ଗ୍ରାମରେ ଶୁକ୍ରବାର ଏଭଳି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଡ଼ନାଗଝରି ଗ୍ରାମର ବଡ଼ନୁନା କଚିମ୍‌। ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବିଶ୍ୱମ୍ବର କଚିମଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସାନ ବାପା ପୁଅ ବଡନୁନା ତାଙ୍କ କାନ୍ଦୁଲ ବାଡ ରକ୍ଷଣାବେକ୍ଷଣ ପାଇଁ ଜମିକୁ ଯାଉଥିବାବେଳେ ପୂର୍ବରୁ ବଡ଼ବାପା ପୁଅ ବିଶ୍ୱମ୍ବର ତାଙ୍କ ଜମିରେ ଥିବା ଏକ ଜାମୁ କୋଳି ଗଛ କାଟୁଥିବା ଦେଖିଥିଲେ। ଏତେ ବଡ଼ ଗଛ କାହିଁକି କାଟି ଦେଉଛ ବୋଲି ବଡନୁନା ତାଙ୍କ ବଡ଼ବାପା ପୁଅ ଭାଇ ବିଶ୍ୱମ୍ବରକୁ ପଚାରିବାରୁ ସେ ଗଛରୁ ଓହ୍ଲାଇ ଆସିଥିଲେ। ଉଭୟଙ୍କ ମଧ୍ୟରେ ଗଛ କଟାକୁ ନେଇ ବଚସା ହେବା ପରେ ବିଶ୍ୱମ୍ବର ଉତ୍ତ୍ୟକ୍ତ ହୋଇ ହାତରେ ଧରିଥିବା ଟାଙ୍ଗିଆରେ ବଡନୁନାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବଡନୁନାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବଡ଼ନୁନାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ କାନ୍ଦୁଲ ବାଡ଼ରେ ଅପେକ୍ଷା କରିଥିବାବେଳେ ସେ ନ ପହଞ୍ଚତ୍ବାରୁ ତାଙ୍କୁ ଖୋଜାଖୋଜି କରିଥିଲେ। ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି। ଏ ନେଇ ଅମ୍ବାଦଳା ଥାନାରେ କେସ ନଂ ୫/୨୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ପୋଲିସ ହତ୍ୟାକାରୀ ଭାଇ ବିଶମ୍ବରଙ୍କୁ ଗିରଫ କରିଥିବାବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବେହେରା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ, ଅପରାହ୍ନ ୪ଟା ବେଳେ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ...

ଖାମେନେଇଙ୍କୁ ସିଧାସଳଖ ଚେତାବନୀ ଦେଲେ ଟ୍ରମ୍ପ, କହିଲେ ଏମିତି କଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ

ନୂଆଦିଲ୍ଲୀ,୧୦।୧: ଇରାନରେ ଦୁଇ ସପ୍ତାହ ଧରି ବିଶାଳ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ମୁଦ୍ରାସ୍ଫୀତି ଏବଂ ଟଙ୍କାର ହ୍ରାସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିବାଦଗୁଡ଼ିକ ଏବେ...

ହଜମହୋଇପାରୁ ନ ଥିବା ଦୁଃଖ

ବଦହଜମି ଗୋଟେ ବଡ଼ ସମସ୍ୟା। ଗ୍ୟାସ୍‌ଜନିତ କାରଣରୁ ଧୀରେ ଧୀରେ ଏଇ ରୋଗ ବୟସ ଅନୁପାତରେ ବଢ଼ିବଢ଼ିଚାଲେ। ମଣିଷକୁ କଲବଲକରେ। ଖାଇବାର ଲୋଭକୁ ରୋକିହୁଏନି କି...

ସ୍ତମ୍ଭ ଓ ସ୍ତମ୍ଭ ସାହିତ୍ୟ

ଖବରକାଗଜରେ କୌଣସି ଲେଖକର ଆଲେଖ୍ୟ ଯଦି ସ୍ତମ୍ଭ ରୂପରେ ମୁଦ୍ରିତ ହୋଇ ପ୍ରକାଶ ପାଏ ତାକୁ ସ୍ତମ୍ଭ କୁହାଯାଏ ଓ ସେହି ଲେଖକଙ୍କୁ ସ୍ତମ୍ଭକାର କୁହାଯାଏ।...

ଲାଟେରାଲ ଏଣ୍ଟ୍ରିରେ ସମସ୍ୟା

ୟୁପିଏସ୍‌ସି ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପସଚିବ ସ୍ତରରେ ୪୫ଟି ଲାଟେରାଲ ଏଣ୍ଟ୍ରି (ବାହାର କ୍ଷେତ୍ରରୁ ବିଶେଷଜ୍ଞ ଆଣି ସରକାରୀ ପଦବୀରେ ଅବସ୍ଥାପିତ କରିବା ପ୍ରକ୍ରିୟା)...

ପ୍ରଶାସନର ବିଚିତ୍ର ନୀତି: ପ୍ରଧାନମନ୍ତ୍ରୀ ଆବାସ ଘର ସମ୍ପୂର୍ଣ୍ଣ ନ କରିବାରୁ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା,ପିଡିଏସ ବନ୍ଦ

ଲୋଇସିଂହା,୯।୧(ସୁଶାନ୍ତ ବାରିକ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରୁ ପିଡିଏସ ନେବାକୁ ହେଲେ ହିତାଧିକାରୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଆଖି କିମ୍ବା ଆଙ୍ଗୁଠି ସ୍କାନିଂ...

ଭିତରେ ବସିଥିଲେ ଯାତ୍ରୀ: ହଠାତ୍‌ ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍‌’

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍‌। ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ମଝି ରାସ୍ତାରେ...

ଆଜିଠୁ ଆକାଶରେ ଘଟିବ ଏମିତି କିଛି: ମାସେ ଯାଏ ଖାଲି ଆଖିରେ…

ଭୁବନେଶ୍ୱର, ୧୦ା୧(ସୁଚିସ୍ମିତା ସାହୁ):ସୌରଜଗତର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଶନିବାରଠାରୁ ଆକାଶରେ ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବେ। ମହାକାଶରେ ପୃଥିବୀ, ସୂର୍ଯ୍ୟ ଏବଂ ବୃହସ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri