ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତର ବଡ଼ନାଗଝରି ଗ୍ରାମରେ ଶୁକ୍ରବାର ଏଭଳି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଡ଼ନାଗଝରି ଗ୍ରାମର ବଡ଼ନୁନା କଚିମ୍‌। ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବିଶ୍ୱମ୍ବର କଚିମଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସାନ ବାପା ପୁଅ ବଡନୁନା ତାଙ୍କ କାନ୍ଦୁଲ ବାଡ ରକ୍ଷଣାବେକ୍ଷଣ ପାଇଁ ଜମିକୁ ଯାଉଥିବାବେଳେ ପୂର୍ବରୁ ବଡ଼ବାପା ପୁଅ ବିଶ୍ୱମ୍ବର ତାଙ୍କ ଜମିରେ ଥିବା ଏକ ଜାମୁ କୋଳି ଗଛ କାଟୁଥିବା ଦେଖିଥିଲେ। ଏତେ ବଡ଼ ଗଛ କାହିଁକି କାଟି ଦେଉଛ ବୋଲି ବଡନୁନା ତାଙ୍କ ବଡ଼ବାପା ପୁଅ ଭାଇ ବିଶ୍ୱମ୍ବରକୁ ପଚାରିବାରୁ ସେ ଗଛରୁ ଓହ୍ଲାଇ ଆସିଥିଲେ। ଉଭୟଙ୍କ ମଧ୍ୟରେ ଗଛ କଟାକୁ ନେଇ ବଚସା ହେବା ପରେ ବିଶ୍ୱମ୍ବର ଉତ୍ତ୍ୟକ୍ତ ହୋଇ ହାତରେ ଧରିଥିବା ଟାଙ୍ଗିଆରେ ବଡନୁନାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବଡନୁନାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବଡ଼ନୁନାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ କାନ୍ଦୁଲ ବାଡ଼ରେ ଅପେକ୍ଷା କରିଥିବାବେଳେ ସେ ନ ପହଞ୍ଚତ୍ବାରୁ ତାଙ୍କୁ ଖୋଜାଖୋଜି କରିଥିଲେ। ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି। ଏ ନେଇ ଅମ୍ବାଦଳା ଥାନାରେ କେସ ନଂ ୫/୨୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ପୋଲିସ ହତ୍ୟାକାରୀ ଭାଇ ବିଶମ୍ବରଙ୍କୁ ଗିରଫ କରିଥିବାବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବେହେରା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

ମଙ୍ଗଳବାର ଚନ୍ଦ୍ରଗ୍ରହଣ: ଏହି ରାଶି ଉପରେ ପଡିବ ବଡ଼ ପ୍ରଭାବ, ଗ୍ରହଣ ସମୟରେ କ’ଣ କରିବେ ଜାଣନ୍ତୁ…

ଆସନ୍ତା ମାର୍ଚ୍ଚ ୩ ତାରିଖ ୨୦୨୬ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)ମଙ୍ଗଳବାର ଦିନ କେତୁ ଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ପୂର୍ବାହ୍ନ ୩.୨୦ ଘଟିକା ରହିଛି ।…

ଦୀପିକାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟ

ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୬୦ ପ୍ରତିଶତ ପାର ହେବ କେନ୍ଦ୍ର କର୍ମଚାରୀଙ୍କ DA! ଆସନ୍ତା ମାସରେ ହୋଇପାରେ ବଡ଼ ଘେଷଣା, ମିଳିବ ଏତିକି ମାସର ଏରିୟର

ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଡିସେମ୍ବର ୨୦୨୫ ପାଇଁ CPI-IW (ଉଦ୍ୟୋଗିକ…

ରଶ୍ମିକା-ବିଜୟ ଦେବରକୋଣ୍ଡାଙ୍କ ମୋଟ ସମ୍ପତ୍ତି କେତେ? ଫିଲ୍ମ ବ୍ୟତୀତ ଏଠାରୁ କମାନ୍ତି ମୋଟାଅଙ୍କର ଟଙ୍କା…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ 26 ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାକୁ ବର୍ଷର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ମଧ୍ୟରୁ…

RBI ଛୁଟି ତାଲିକା, କାଲିଠୁ ଲଗାତାର୍ ପାଞ୍ଚଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୭।୨: ଯଦିି କୌଣସି ବ୍ୟାଙ୍କ କାମ ଥାଏ, ତାହେଲେ ଶୀଘ୍ର ଶେଷ କରିବା ଜରୁରୀ । ଶନିବାର ଠାରୁ ଲଗାତାର ପାଞ୍ଚଦିନ ବନ୍ଦ ରହିବ ବ୍ୟାଙ୍କ ।…

ଦୋଷମୁକ୍ତ ହେବା ପରେ ବି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କେଜରିଓ୍ବାଲ-ସିସୋଡିଆ? ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଲାଣି CBI

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ସରକାରଙ୍କ ପୂର୍ବ ଅବକାରୀ (ମଦ) ନୀତି ସହିତ ଜଡିତ ଅଭିଯୋଗ ଘୋଟାଲାରେ ଶୁକ୍ରବାର ଏକ ବଡ଼ ଘଟଣା ଘଟିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri