ବଲାଙ୍ଗୀର,୧୨ା୩(ସୁନିଲ କୁମାର ମହାନ୍ତି): ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଅତିରିକ୍ତ ଜିଲା ଦୌରାଜଜ୍ (ଦ୍ୱିତୀୟ) ଏହି ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।
ବଲାଙ୍ଗୀର ଜିଲା ଲୋଇସିଂହା ଥାନା ରାମସିଂହା ଗାଁରେ ୨୦୧୮ ମସିହାରେ ଏହି ହତ୍ୟା ଘଟଣା ଘଟିଥିଲା। ଅଭିଯୁକ୍ତ ଅରକ୍ଷିତ ତ୍ରିପାଠୀ ଓ ସୁଜିତ ତ୍ରିପାଠୀ ଟାଙ୍ଗିଆରେ ଆକ୍ରମଣ କରି ୪ଜଣଙ୍କୁ ଲହୁଲୁହାଣ କରି ଦେଇଥିଲେ। ଗୁରୁତର ଆହତ ନିଳାଦ୍ରୀ ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାର ଶୁଣାଣି ପରେ ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁରଜିତ ସିଂ ନାୟକ ମାମଲା ପରିଚାଳନା କରିଥିଲେ । ମହିଳାଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି ।