ପୁରୀରେ ଚାଞ୍ଚଲ୍ୟ: ନାବାଳକଙ୍କୁ ହତ୍ୟା

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି ): ପୁରୀ ସହରରେ ପୁଣି ଚାଞ୍ଚଲ୍ୟ। ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଏହି ହତ୍ୟାକାଣ୍ଡ ଘଟିଛି। ନାବାଳକଙ୍କୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ ବୋଲି ଜଣାପଡିଛି। ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ସୂର୍ଯ୍ୟ ନିଖୋଜ ହୋଇଥିଲେ। ଏ ନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଜଳ ଭଣ୍ଡାର ନିକଟରେ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକ ମୃତଦେହକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ….

ଭୁବନେଶ୍ବର,୨୦।୩: ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ, ଚାରିଆଡ଼େ ଧୂଆଁମୟ ହୋଇଯାଇଛି ।…

କାର୍ଯ୍ୟରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ: ୬ ଅଧିକାରୀଙ୍କୁ ବହିଷ୍କାର କଲା ରେଲଓ୍ବେ

ନୂଆଦିଲ୍ଲୀ,୨୦।୩: ପ୍ରଶାସନିକ କଠୋରତା ପ୍ରଦର୍ଶନ କରି, ଭାରତୀୟ ରେଲଓ୍ବେ ଛଅ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବରେ ଅବସର ଦେଇଛି ଯେଉଁମାନେ ସେମାନଙ୍କ କର୍ତ୍ତବ୍ୟ ସମୟରେ ସନ୍ତୋଷଜନକ…

ତେଲ-ଗ୍ୟାସ ପରେ ଏବେ ବନ୍ଦ ହୋଇଯିବ ଇଣ୍ଟରନେଟ ସେବା! ଘନଉଛି ବିପଦ, ଭାରତ ସମେତ…

ତେହରାନ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଆଉ କେବଳ ତେଲ ଏବଂ ଗ୍ୟାସ ପର୍ଯ୍ୟନ୍ତ ସୀମିତ ନୁହେଁ। ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଶକ୍ତି ଯୋଗାଣକୁ ବାଧା…

କଥା ଶୁଣିଲେନି ଭାଉଜ, ଚା’ କରିବାକୁ ମନା କରିବାରୁ ପିଟିପିଟି ମାରିଦେଲେ ଦିଅର

ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri