ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ସୁନା (୨୦)। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଗାଁରେ ମୃତ୍ୟୁକୁ ନେଇ ଭିନ୍ନ ଆଲୋଚନା ହେଉଛି। ପ୍ରେମ ସମ୍ପର୍କକୁ ନେଇ ମାଡ଼ପିଟ୍ କାରଣରୁ ଏହି ଘଟଣା ଘଟିଥିବା ଗାଁରେ ଆଲୋଚନା ହେଉଥିବାବେଳେ ପରିବାର ଲୋକେ ସଦର ଥାନାରେ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ଯୁବକଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ଅଭିଯୋଗ ୩ ଦିନ ପରେ ବଲାଙ୍ଗୀର ସଦର ଥାନା ପୋଲିସ ରବିବାର ଗାଁରେ ପହଞ୍ଚିଥିବା ବେଳେ ମାୟାବରା ଗ୍ରାମବାସୀ ମୃତ ଯୁବକ ପରିବାର ଲୋକେ ରାସ୍ତା ଉପରେ ବସି ପୋଲିସ ହତ୍ୟା ଘଟଣାର ତଦନ୍ତ କରୁ ଓ ଦୋଷୀକୁ ଗିରଫ କରିବା ଦାବିରେ ରାସ୍ତା ଉପରେ ବସି ପୋଲିସ ଗାଡ଼ିକୁ ଅଟକାଇ ରଖିଛନ୍ତି। ଜିଲାପାଳ ନ ଆସିବା ପର୍ଯ୍ୟନ୍ତ ଆମେ ପୋଲିସ ଗାଡ଼ିକୁ ଛାଡ଼ିବୁ ନାହିଁ ବୋଲି ଜିଦ୍ ଧରିଛନ୍ତି। ପୋଲିସ ଗାଡ଼ି ୩ ଘଣ୍ଟା ଧରି ଅଟକି ରହିଥିବା ଦେଖିବାକୁ ମିଳିଛି।