ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଓ ମାଜିଷ୍ଟ୍ରେଟ ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଏହି ହୋଟେଲକୁ ସିଲ୍‌ କରାଯାଇଛି। ପୌର ଆଇନ ଉଲ୍ଲଂଘନ କରିଥିବାରୁ ହୋଟେଲ ସିଲ କରାଯାଇଥିବା ନିର୍ବାହ ଅଧିକାରୀ ବେହେରା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily