Posted inଖେଳ

ଏଟିକେକୁ ହରାଇଲା ମୁମ୍ବାଇ

ଫତୋର୍ଦା, ୧୨।୧: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସୋମବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ କରିଛି। ମ୍ୟାଚର ୬୯ତମ ମିନିଟରେ ମାର୍ତୋଲୋମ୍ୟୁ ଓଗ୍‌ବେଚେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ବିଜୟୀ ଦଳର ହ୍ୟୁଗୋ ବୌମସ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଓଗ୍‌ବେଚେ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଟୁର୍ନାମେଣ୍ଟରେ ଏହାଥିଲା ମୁମ୍ବାଇର ୮ମ ବିଜୟ। ୧୦ ମ୍ୟାଚ ଖେଳିଥିବା ମୁମ୍ବାଇ ୮ ବିଜୟ ବ୍ୟତୀତ ଗୋଟିଏ ଲେଖାଏ ଡ୍ର ଏବଂ ପରାଜୟ ସହ ୨୫ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ନିଜର ସ୍ଥାନକୁ ଦୃଢ଼ କରିଛି। ଦଳ ୧୭ଟି ଗୋଲ ଦେଇଥିବାବେଳେ ମାତ୍ର ୪ଟି ବରଣ କରିଛି। ଫଳରେ ଗୋଲ ବ୍ୟବଧାନରେ ଦଳ +୧୩ରେ ରହିଛି। ଏହା ବ୍ୟତୀତ ଦଳ କ୍ରମାଗତ ୯ ମ୍ୟାଚରେ ଅପରାଜେୟ ରହିଛି। ଏହା ମଧ୍ୟରେ ୮ ବିଜୟ ଓ ଗୋଟିଏ ଡ୍ର ସାମିଲ। ଦ୍ୱିତୀୟ ସ୍ଥାନରେ ଥିବା ଏଟିକେଠାରୁ ମୁମ୍ବାଇ ୫ ପଏଣ୍ଟ ବ୍ୟବଧାନରେ ଆଗୁଆ ରହିଛି। ଏଟିକେ ୧୦ଟି ମ୍ୟାଚ ଖେଳି ସାରିଥିବାବେଳେ ୬ ବିଜୟ ଏବଂ ୨ଟି ଲେଖାଏ ଡ୍ର ଓ ପରାଜୟ ସହ ୨୦ ପଏଣ୍ଟରେ ସ୍ଥିର ରହିଛି। ଏହି ଦଳ ୧୦ଟି ଗୋଲ ଦେଇଥିବାବେଳେ ୪ଟି ବରଣ କରିଛି। ଗୋଲ ବ୍ୟବଧାନ +୬ ରହିଛି। କ୍ରମାଗତ ୫ ମ୍ୟାଚରେ ଅପରାଜେୟ ରହିବାପରେ ଏଟିକେର ଏହା ପ୍ରଥମ ପରାଜୟ। ପ୍ରଥମାର୍ଦ୍ଧରେ ମୁଖ୍ୟତଃ ମୁମ୍ବାଇର ଆକ୍ରମଣ ଏବଂ ଏଟିକେର ରକ୍ଷଣାତ୍ମକ ବିଭାଗ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଗୋଲ ଦେଇ ହିରୋ ସାଜିଥିଲେ ମୁମ୍ବାଇର ଓଗ୍‌ବେଚେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

ଗମ୍ଭୀରଙ୍କ ଯୋଗୁ ମିଳିଲାନି ଅଧିନାୟକ ପଦ! ଶୁବମନଙ୍କ ଉପରେ କରାଯାଉଥିଲା ପ୍ଲାନିଂ, ସାମ୍ନାକୁ ଆସିଲା ବଡ଼ ସତ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟରେ ନିକଟରେ ପରିବର୍ତ୍ତନ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ହଠାତ୍‌ ଅବସର ଏବଂ ପରବର୍ତ୍ତୀ ସମୟରେ ଶୁବମନ ଗିଲଙ୍କୁ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri