Posted inଜାତୀୟ

୮ଜଣ ପାକିସ୍ତାନୀଙ୍କୁ ୨୦ ବର୍ଷର ଜେଲଦଣ୍ଡ ଶୁଣାଇଲେ ମୁମ୍ବାଇ କୋର୍ଟ

ମୁମ୍ବାଇ,୨।୧: ୨୦୧୫ରେ ଗୁଜୁରାଟ ଉପକୂଳରେ ଅଟକି ରହିଥିବା ଏକ ଡଙ୍ଗାରେ ୨୩୨କିଲୋଗ୍ରାମ ହେରୋଇନ ରଖିବା ଏବଂ ପରିବହନ ଅଭିଯୋଗରେ ଏକ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା ଅତ୍ୟନ୍ତ ଗମ୍ଭୀର ଥିଲା, କାରଣ ଏହା ଡ୍ରଗ୍ସ ଚୋରା କାରବାରର ଏକ ବଡ଼ ନେଟୱାର୍କ ସହିତ ସଂଯୁକ୍ତ ଥିଲା । ଏହି ଅପରାଧର ଗମ୍ଭୀରତା ଦର୍ଶାଇ କୋର୍ଟ ସମସ୍ତ ଦୋଷୀଙ୍କୁ ୨ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି। ବୁଧବାର (ଜାନୁଆରୀ ୧) ରେ ସ୍ବତନ୍ତ୍ର ବିଚାରପତି ଶଶିକାନ୍ତ ଇ. ବାଙ୍ଗର ଏହି ରାୟ ଦେଇଛନ୍ତି। ଯଦିଓ ଏପର୍ଯ୍ୟନ୍ତ ସବିଶେଷ ଆଦେଶ ଉପଲବ୍ଧ ହୋଇନାହିଁ, ତଥାପି ଏହି ନିଷ୍ପତ୍ତିକୁ ଡ୍ରଗ୍ସ ଚୋରା ଚାଲାଣ ବିରୋଧରେ ଏକ ଦୃଢ କାର୍ଯ୍ୟାନୁଷ୍ଠାନ ଭାବେ ଦେଖାଯାଉଛି।
୨୦୧୫ରେ, ଭାରତର ତଟରକ୍ଷୀ ବାହିନୀ ଗୁଜୁରାଟ ଉପକୂଳରେ ଏକ ଡଙ୍ଗାକୁ ଅଟକାଇଥିଲା ଯେଉଁଥିରେ ୨୩୨ କିଲୋଗ୍ରାମ ହିରୋଇନ ଅଣାଯାଇଥିଲା । ସୂଚନାନୁସାରେ, ଏହି ଡଙ୍ଗାରେ ସମୁଦାୟ ୮ଜଣ ପାକିସ୍ତାନୀ ନାଗରିକ ଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଡଙ୍ଗାରେ ୧୧ ଟି ଡ୍ରମ ଥିଲା ଯେଉଁଥିରେ ୨୦ ଟି ପ୍ଲାଷ୍ଟିକ ଥଳି ମିଳିଥିଲା। ଏହା ଭିତରେ ଗହମ ବାଦାମୀ ରଙ୍ଗର ପାଉଡର ଥିଲା। ଅନୁସନ୍ଧାନ ପରେ ଏହା ନିଶ୍ଚିତ ହେଲା ଯେ ଏହି ପାଉଡର ହିରୋଇନ ଅଟେ । ଏହା ବ୍ୟତୀତ ଡଙ୍ଗାରୁ ତିନୋଟି ସାଟେଲାଇଟ ଫୋନ, ଜିପିଏସ ନେଭିଗେସନ ଚାର୍ଟ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ମଧ୍ୟ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri