ଦାରିଙ୍ଗବାଡି,୭।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ବୃହଦାକାର ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା। ଏବେ କେବଳ ରାଜ୍ୟ ନୁହଁ ରାଜ୍ୟ ବାହାରେ ତଥା ରାଷ୍ଟ୍ରୀୟ କୋପରେଟିଭ ଅର୍ଗାନିକ ଲିମିଟେଡ ସହ ଅନୁବନ୍ଧିତ ହୋଇପାରିଛି । ଏଥିପାଇଁ ଭୁବନେଶ୍ୱର ରାଜଭବନରେ ଆୟୋଜିତ ଅନ୍ତର୍ଜାତୀୟ ସମବାୟ ବର୍ଷ -୨୦୨୫ ପାଳନ ଅବସରରେ ସ୍ବତନ୍ତ୍ର ସମବାୟ ସମାରହୋ ପାଳିତ ହୋଇଯାଇଛି। ଏହି ଅବସରରେ ଲିମିଟେଡ଼ର ଏକ ଚୁକ୍ତିନାମା ହେବା ସହ ଦାରିଙ୍ଗବାଡିକୁ ମିଳିଛି ରାଷ୍ଟ୍ରୀୟ ସ୍ତରରେ ସଦସ୍ୟତା ଏହା ଦ୍ୱାରା ବିଭିନ୍ନ ପ୍ରକାର ଖାଦ୍ୟ ବିଶେଷ କରି ଦୁଗ୍ଧ ଜାତୀୟ ଶୁଖିଲା ଖାଦ୍ୟ ଦାରିଙ୍ଗବାଡି ସମିତିକୁ ଖାଉଟିମାନଙ୍କୁ ସୁବିଧା ଦରରେ ବିକ୍ରିପାଇଁ ରାଷ୍ଟ୍ରରୁ ମିଳିବ ଏଥିସହ କୃଷକ ଖାଉଟି ମାନଙ୍କୁ ଏହି ସଦସ୍ୟତା ପରେ ଫାଇଦା ମିଳିବ ବୋଲି ଦାରିଙ୍ଗବାଡି ସମିତିର ପରିଚାଳକ ନିର୍ଦ୍ଦେଶକ ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ହାତରୁ ଦାରିଙ୍ଗବାଡି ସମିତିର ପରିଚାଳକ ନିର୍ଦ୍ଧେଶିକା ବିଷ୍ନୁପ୍ରିୟା ପ୍ରଧାନ ସଦସ୍ୟ ଗ୍ରହଣର ପ୍ରମାଣପତ୍ର ଗ୍ରହଣ କରିଛନ୍ତି ତାଙ୍କ ସହ ସମିତିର ଉପସଭାପତି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।


