ସେୟାର ବଜାର: ୮୭ ପଇସାର ସେୟାର କରିଦେଲା ମାଲାମାଲ, ଏତିକି ବର୍ଷରେ କରିଦେଲା କୋଟିପତି

ନୂଆଦିଲ୍ଲୀ, ୨୧।୧୦: ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର କାରବାର ମାନ୍ଦା ରହିଛି। ଶୁକ୍ରବାର ସେନସେକ୍ସ ୦.୩୫ ପ୍ରତିଶତ ହ୍ରାସ ପାଇଁ ୬୫,୩୯୭ରେ ରହିଛି ଏବଂ ନିଫ୍ଟି ୧୯,୫୦୦ ରେ ବନ୍ଦ ରହିଛି। ତେବେ ଏହାରି ମଧ୍ୟରେ କିଛି ସେୟାର ନିବେଶକମାନଙ୍କୁ ଭଲ ରିଟର୍ନ ଦେଇଛି। ସେହିପରି ଲମ୍ବା ସମୟରେ କିଛି ସେୟାର ଯାହା କଟୀପତିଙ୍କୁ ମାଲାମାଲ କରି ଦେଇଛନ୍ତି।

ଏଭଳି ଏକ ସେୟାର ହେଉଛି ନିର୍ମାଣ କ୍ଷେତ୍ରରେ ଥିବା ଏନସିସି ଅଟନ୍ତି। ନାଗାର୍ଜୁନ ଲିମିଟେଡ଼ ସେୟାର ଏଜ ବର୍ଷ ସମୟରେ ୧୧୬ ପ୍ରତିଶତରୁ ଅଧିକ ରିଟର୍ନ ଦେବ। ସେହିପରି ୬ ମାସ ସମୟରେ ସେୟାର ୩୬.୫୬ ରିଟର୍ନ ଦେଇଥିଲା।

ଏନସିସିର ସେୟାର ୫ ଅକ୍ଟୋବର ୨୦୦୧ରେ ମାତ୍ର ୮୭ ପଇସାରେ ମିଳୁଥିଲା ଏବଂ ଆଜି ଏହାର ସେୟାର ମୂଲ୍ୟ ୧୫୫ ଟଙ୍କା ରେ କାରବାର ହେଉଛି। ପ୍ରାୟ ୨୨ ବର୍ଷର ସମୟରେ ଏହି ସେୟାର ଏହାର ନିବେଶକଙ୍କୁ କୋଟିପତି କରିଛି। ଶୁକ୍ରବାରକୁ ଏହାର ସେୟାର ମୂଲ୍ୟ ୨.୩୬ ପ୍ରତିଶତ ହ୍ରାସ ପାଇ ୧୫୫ ଟଙ୍କାରେ ପ୍ରତି ସେୟାର କାରବାର ଚାଲିଛି। ସେହିପରି ଗତ ଏକ ସପ୍ତାହ ମଧ୍ୟରେ ଏହାର ସେୟାର ମୂଲ୍ୟ ୭ ପ୍ରତିଶତ ହ୍ରାସ ପାଇଛି। ତେବେ ୨୦ ବର୍ଷ ମଧ୍ୟରେ ଏହି ସେୟାର ସର୍ବାଧିକ ୨,୭୪୪ ପ୍ରତିଶତ ରିଟର୍ନ ଦେଇଛି।

ତେବେ ଏନସିସି କମ୍ପାନୀରେ ଯଦି କେହି ଏକ ବର୍ଷ ପୂର୍ବରୁ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ ତେବେ ଆଜି ସେହି ଟଙ୍କା ୨ ଲକ୍ଷ ୧୬ ହଜାର ଟଙ୍କା ହୋଇଥାନ୍ତା। ସେହିପରି ଯଦି କେହି ମାସ ତଳେ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ ତେବେ ଏହା ଆଜିର ସମୟରେ ୧.୩୬ ଲକ୍ଷ ଟଙ୍କା ହୋଇଥାନ୍ତା। ତେବେ ଯଦି ଜଣେ ୨୦ ବର୍ଷ ପୂର୍ବରୁ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ ତେବେ ବର୍ତ୍ତମାନ ତାଙ୍କର ସେହି ଟଙ୍କା ୨୮ ଲକ୍ଷ ଟଙ୍କା ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri