ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ ମଲ୍‌ଟି ମୋଡାଲ୍‌ ପରିବହନ

ଭୁବନେଶ୍ୱର,୧୧।୪: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ସୋମବାର ଫେରୋ ଆଲଏଜ୍‌ର ପ୍ରଥମ ମଲ୍‌ଟି ମୋଡାଲ୍‌ ପରିବହନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ଲଜିଷ୍ଟିକ୍‌ ସହଯୋଗୀ ୟୁନିଫିଡର ସହଯୋଗରେ ଉକ୍ତ ସେବାର ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ଥିବା କମ୍ପାନୀର କାରଖାନାଗୁଡ଼ିକରୁ ଫେରୋ ଆଲଏଜ୍‌କୁ ସଡ଼କ, ରେଳପଥ ଓ ସମୁଦ୍ରପଥ ବ୍ୟବହାର କରି ଭାରତୀୟ ଉପକୂଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପରିବହନ କରିବ। ବିଶେଷ କରି ଓଡ଼ିଶାରେ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି ମୋଡାଲ୍‌ ପରିବହନ ବ୍ୟବସ୍ଥାରେ ଥିବା ଟିଏସ୍‌ଏମ୍‌ଏଲ୍‌ର ଫେରୋ ଆଲଏଜ୍‌ କାରଖାନାରୁ ବିପୁଳ ପରିମାଣରେ ଫେରୋ ଆଲଏଜ୍‌କୁ ପାରାଦୀପ ଇଣ୍ଟରନ୍ୟାଶନାଲ୍‌ କାର୍ଗୋ ଟର୍ମିନାଲ୍‌ (ପିଆଇସିଟି)କୁ ପରିବହନ କରାଯାଇ ତାହାକୁ ଏକ ଜାହାଜରେ ଭାରତୀୟ ଉପକୂଳ ମାଧ୍ୟମରେ ଭି.ଓ. ଚିଦାମ୍ବରନାର ବନ୍ଦର (ପୂର୍ବରୁ ଟୁଟିକୋରିନ ବନ୍ଦର) ଦେଇ ଦୀନଦୟାଲ ବନ୍ଦର (ପୂର୍ବରୁ କାଣ୍ଡ୍‌ଲା ବନ୍ଦର)କୁ ପଠାଯିବ। ଏ ସମ୍ପର୍କରେ ଟିଏସଏମଏଲର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, କମ୍ପାନୀ ଉପକୂଳ ମଲ୍‌ଟି-ମୋଡାଲ୍‌ ପରିବହନ ବ୍ୟବସ୍ଥାକୁ ଆପଣାଇବା ସହ ଲୋୟର କାର୍ବନ୍‌ ଫୁଟ୍‌ପ୍ରିଣ୍ଟ ପ୍ରତି ତା’ର ପ୍ରତିବଦ୍ଧତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ପାରାଦୀପରୁ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି-ମୋଡାଲ୍‌ ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଟିଏସଏମଏଲର ଏଜିଏମ୍‌-ସପ୍ଲାଏ ଚେନ୍‌ ଅମିତ ଚୌବେ, ଏଡିଏମ୍‌-ସପ୍ଲାଏ ଚେନ୍‌ ସୌମ୍ୟ ବସୁ, ୟୁନିଫିଡରର ପ୍ରବନ୍ଧକ ସତ୍ୟ ଶ୍ରୀନିବାସ ରାଓ, ଜେଏମ୍‌ ବକ୍ସିର ବରିଷ୍ଠ ପ୍ରବନ୍ଧକ ମନଶ୍ରୀ ରଞ୍ଜନ ପଣ୍ଡା, ସିୱେଜ୍‌ ସିପିଂ ଆଣ୍ଡ୍‌ ଲଜିଷ୍ଟିକ୍ସ ଲିମିଟେଡ୍‌ର ଉପସଭାପତି କ୍ୟାପ୍‌ଟେନ୍‌ ଦେବବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri