୨୫ଟି ପୌରସଂସ୍ଥାରେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’

ଭୁବନେଶ୍ୱର,୧୦।୧୦(ଅସମାପିକା ସାହୁ): ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦାରା ସଞ୍ଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ମୁକ୍ତା’ ଓ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି।
ରାଜ୍ୟର ୧୧୫ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ (ପ୍ରବାସୀ ଶ୍ରମିକ)ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।
ଏହି ଯୋଜନାର ସଠିକ ରୂପାୟନ ପାଇଁ ତଥା କାର୍ଯ୍ୟରତ ଶ୍ରମିକଙ୍କୁ ସଠିକ ସମୟରେ ତାଙ୍କ ପ୍ରାପ୍ୟ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୱେବ ଆଧାରିତ ଆପ ‘ ମୁକ୍ତା ସଫ୍ଟ ‘ ପ୍ରବର୍ତ୍ତନ କରିଛନ୍ତି।

ଏହି ୱେବ ଆଧାରିତ ଆପର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ପାଇଲଟ/ଆଗୁଆ ପରୀକ୍ଷଣ ଢେଙ୍କାନାଳ ଓ ଜଟଣୀ ପୌରପାଳିକାରେ କରାଯାଇଛି।
ପାଇଲଟ ପରୀକ୍ଷଣର ସଫଳତା ଭିତ୍ତିରେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ, ଯାହା ମଧ୍ୟରେ ୫ଟି ମହାନଗର ନିଗମ, ୧୪ଟି ପ୍ରମୁଖ ପୌରପାଳିକା ଓ ୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ।
‘ମୁକ୍ତା ସଫ୍ଟ ୧.୦’ର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରୀୟ ମୁକ୍ତା ପି .ଏମ .ୟୁ ତଥା ରାଜ୍ୟବ୍ୟାପୀ ୨୫ଟି ପୌରସଂସ୍ଥାର ମାଷ୍ଟର୍‌ ଟ୍ରେନର୍‌ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ‘ମୁକ୍ତା ସଫ୍ଟ ୧.୦’ ର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀମାନଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର୍‌ ଟ୍ରେନର୍‌ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାଥାନନ ଏହି ମାଷ୍ଟର୍‌ ଟ୍ରେନରଙ୍କୁ ଅଭିଭାଷଣ ପ୍ରଦାନ କରି , ଏଭଳି ପ୍ରମୁଖ ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓ ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ସୂଚନା ଦେଇଥିଲେ।
ଜନସାଧାରଣଙ୍କ ମତାମତ ଭିତ୍ତିରେ କାର୍ଯ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି ବୋଲି ସେ କହିଥିଲେ ଏବଂ ସହରାଞ୍ଚଳ ଗରିବ ଶ୍ରମିକଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି ୱେବ ଆଧାରିତ ଆପ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହି ମାଷ୍ଟର୍‌ ଟ୍ରେନର୍‌ ମାନଙ୍କୁ ପ୍ରମୁଖ ସମ୍ବଳ ବ୍ୟକ୍ତି ହିସାବରେ ଚୟନ କରାଯାଇଥିବାରୁ ‘ମୁକ୍ତା ସଫ୍ଟ ୧.୦’ ର ସଫଳ ରୂପାୟନ ଦିଗରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ମାଥିଭାଥାନନ ମତପ୍ରକାଶ କରିଥିଲେ।

ରାଜ୍ୟର ୨୫ଟି ପୌର ସଂସ୍ଥାର ୩୦୦ ସମ୍ବଳ ବ୍ୟକ୍ତିଙ୍କୁ ପାଞ୍ଚଟି ବ୍ୟାଚରେ ପ୍ରଶିକ୍ଷଣ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି।
ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବା ମାଷ୍ଟର୍‌ ଟ୍ରେନର୍‌ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ୧୩ ତାରିଖ ପର୍ଯ୍ୟଣ୍ଟ ଚାଲିବ ଓ ପରବର୍ତ୍ତୀ ସ୍ତରରେ ୨୫ ଟି ପୌର ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ମାଷ୍ଟର୍‌ ଟ୍ରେନର୍‌ ମାନେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri