ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି ସେ ଏହି ତାଲିକାର ପ୍ରଥମ ସ୍ଥାନରେ ରହି ଆସୁଛନ୍ତି। ଏହି ବିଜ୍‌ନେସ ଟାଇକୁନ ନିକଟରେ ୩୭.୩ ବିଲିୟନ ଡଲାର ସମ୍ପତ୍ତି ଯୋଡ଼ିଛନ୍ତି। ଫଳରେ ତାଙ୍କର ମୋଟ ସମ୍ପତ୍ତି ୭୩% ବଢ଼ି ୮୮.୭ ବିଲିୟନ ଡଲାରକୁ ବଢିଛି। କୋଭିଡ୍‌ ସମୟରେ ଦେଶର ୧୦୦ ଧନୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଧନୀଙ୍କ ସମ୍ପତ୍ତି ବଢିଛି। ଧନୀଙ୍କର ମୋଟ ସମ୍ପତ୍ତି ୧୪% ବଢି ୫୧୭.୫ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଜିଓ ପ୍ଲାଟ୍‌ଫର୍ମ ଏବଂ ରିଲାଏନ୍ସ ରିଟେଲରେ ନିବେଶକ ବଢିବାରୁ ମୁକେଶଙ୍କ ସମ୍ପତ୍ତି ବଢିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଗୌତମ ଆଦାନୀ ରହିଛନ୍ତି। ତାଙ୍କ ସମ୍ପତ୍ତିରେ ୬୧% ବୃଦ୍ଧି ଘଟି ୨୫.୧ ବିଲିୟନ ଡଲାର ଛୁଇଁଛି। ୨୦.୪ ବିଲିୟନ ଡଲାର ସମ୍ପତ୍ତି ସହ ଏଚ୍‌ସିଏଲ୍‌ ଅଧ୍ୟକ୍ଷ ରୋଶନୀ ନାଦାର ମାଲହୋତ୍ରା ତୃତୀୟ ସ୍ଥାନରେ ଥିବା ବେଳେ ଆଭେନ୍ୟୁ ସୁପରମାର୍ଟର ରାଧାକିଶନ ଦମାନୀ ୪ର୍ଥ, ସିରମ ଇନ୍‌ଷ୍ଟିଚ୍ୟୁଟର ଆଦର ପୁନାଓ୍ବାଲା ୬ଷ୍ଟ ସ୍ଥାନରେ ରହିଛନ୍ତି। ତାଲିକାରେ ୨୭ତମ ସ୍ଥାନକୁ ବାୟୋକନ ପ୍ରତିଷ୍ଠାତା କିରନ ମଜୁମଦାର ସ ଉନ୍ନୀତ ହୋଇଛନ୍ତି। ୧୧ତମ ସ୍ଥାନରେ ସୁନୀଲ ଭାରତୀ ମିତ୍ତଲ, ସେହିଭଳି ୨୬ତମ ସ୍ଥାନରେ ମୁ୍‌ଥୁଟ ଫାଇନାନ୍ସର ଏମ୍‌.ଜି.ଜର୍ଜ ମୁଥୁଟ ରହିଥିବା ବେଳେ ତାଲିକାରେ ପ୍ରାୟ ୧୨ ବ୍ୟକ୍ତି ଖସିଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri