ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି ସେ ଏହି ତାଲିକାର ପ୍ରଥମ ସ୍ଥାନରେ ରହି ଆସୁଛନ୍ତି। ଏହି ବିଜ୍‌ନେସ ଟାଇକୁନ ନିକଟରେ ୩୭.୩ ବିଲିୟନ ଡଲାର ସମ୍ପତ୍ତି ଯୋଡ଼ିଛନ୍ତି। ଫଳରେ ତାଙ୍କର ମୋଟ ସମ୍ପତ୍ତି ୭୩% ବଢ଼ି ୮୮.୭ ବିଲିୟନ ଡଲାରକୁ ବଢିଛି। କୋଭିଡ୍‌ ସମୟରେ ଦେଶର ୧୦୦ ଧନୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଧନୀଙ୍କ ସମ୍ପତ୍ତି ବଢିଛି। ଧନୀଙ୍କର ମୋଟ ସମ୍ପତ୍ତି ୧୪% ବଢି ୫୧୭.୫ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଜିଓ ପ୍ଲାଟ୍‌ଫର୍ମ ଏବଂ ରିଲାଏନ୍ସ ରିଟେଲରେ ନିବେଶକ ବଢିବାରୁ ମୁକେଶଙ୍କ ସମ୍ପତ୍ତି ବଢିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଗୌତମ ଆଦାନୀ ରହିଛନ୍ତି। ତାଙ୍କ ସମ୍ପତ୍ତିରେ ୬୧% ବୃଦ୍ଧି ଘଟି ୨୫.୧ ବିଲିୟନ ଡଲାର ଛୁଇଁଛି। ୨୦.୪ ବିଲିୟନ ଡଲାର ସମ୍ପତ୍ତି ସହ ଏଚ୍‌ସିଏଲ୍‌ ଅଧ୍ୟକ୍ଷ ରୋଶନୀ ନାଦାର ମାଲହୋତ୍ରା ତୃତୀୟ ସ୍ଥାନରେ ଥିବା ବେଳେ ଆଭେନ୍ୟୁ ସୁପରମାର୍ଟର ରାଧାକିଶନ ଦମାନୀ ୪ର୍ଥ, ସିରମ ଇନ୍‌ଷ୍ଟିଚ୍ୟୁଟର ଆଦର ପୁନାଓ୍ବାଲା ୬ଷ୍ଟ ସ୍ଥାନରେ ରହିଛନ୍ତି। ତାଲିକାରେ ୨୭ତମ ସ୍ଥାନକୁ ବାୟୋକନ ପ୍ରତିଷ୍ଠାତା କିରନ ମଜୁମଦାର ସ ଉନ୍ନୀତ ହୋଇଛନ୍ତି। ୧୧ତମ ସ୍ଥାନରେ ସୁନୀଲ ଭାରତୀ ମିତ୍ତଲ, ସେହିଭଳି ୨୬ତମ ସ୍ଥାନରେ ମୁ୍‌ଥୁଟ ଫାଇନାନ୍ସର ଏମ୍‌.ଜି.ଜର୍ଜ ମୁଥୁଟ ରହିଥିବା ବେଳେ ତାଲିକାରେ ପ୍ରାୟ ୧୨ ବ୍ୟକ୍ତି ଖସିଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri