Posted inଫୁରସତ

ନାତିକୁ କୋଳରେ ଧରି ନଜର ଆସିଲେ ମୁକେଶ ଅମ୍ବାନୀ

ଦୀର୍ଘ ଦିନ ପରେ ରବିବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଚେୟାରମ୍ୟାନ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଭାରତନାଟ୍ୟମ ନୃତ୍ୟର ଏକ ଶୋ’ ଥିଲା। ରାଧିକା ମର୍ଚାଣ୍ଟ ଯେ କି, ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଛନ୍ତି। ତାଙ୍କ ପାଇଁ ଏହି ଶୋ’ର ଆୟୋଜନ କରାଯାଇଥିଲା। ଏହି ଶୋ ମାଧ୍ୟମରେ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସଛି। ଯେଉଁଥିରେ ମୁକେଶ ଅମ୍ବାନୀ ତାଙ୍କ ନାତି ପୃଥ୍ବୀଙ୍କୁ ଧରିଛନ୍ତି। ପୃଥ୍ବୀ ଏକ ଗୋଲାପୀ ରଙ୍ଗର କୁର୍ତ୍ତାରେ ଜେଜେଙ୍କ କାଖରେ ଦେଖିବାକୁ ମିଳିଥିଲା। ପରେ ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଳୋକା ମେହେଟ୍ଟାଙ୍କୁ ବି ଦେଖିବାକୁ ମିଳିଥିଲା।

ରାଧିକା ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ସେ ପ୍ରଥମ ଥର ପାଇଁ ମଞ୍ଚରେ ଅଭିନୟ କରିଥିଲେ। ଶାସ୍ତ୍ରୀୟ ନୃତ୍ୟ ପରମ୍ପରାରେ ଶିକ୍ଷାଦାନ-ତାଲିମ ସମାପ୍ତ ହେବା ପରେ, ଯେତେବେଳେ ଜଣେ ଛାତ୍ରୀ ଯେ, କି ପ୍ରଥମ ଥର ପାଇଁ ମଞ୍ଚରେ ପ୍ରଦର୍ଶନ କରନ୍ତି ତାଙ୍କୁ ତାଲିମପ୍ରାପ୍ତ ଗ୍ରହଣ କରାଯାଏ। ରାଧିକାଙ୍କ ନୃତ୍ୟ ଶିକ୍ଷା-ତାଲିମ ସମାପ୍ତ ହେବା ପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀଙ୍କ ମା’ କୋକିଳାବେନ ଅମ୍ବାନୀ ମଧ୍ୟ ଯୋଗ ଦେଇଥିଲେ। ସେ ନାତି ନାତୁଣୀ ଆକାଶ ଏବଂ ଶ୍ଲୋକାଙ୍କ ସହ ଫଟୋ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri