ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୪।୭: ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଟେସ୍‌ଲା ଇଙ୍କ୍‌ର ପ୍ରତିଷ୍ଠାତା ଏଲନ ମସ୍କ ଏବଂ ଆଲ୍‌ଫାବେଟ୍‌ର ସହପ୍ରତିଷ୍ଠାତା ଲାରି ପେଜ୍‌ଙ୍କୁ ପଛରେ ପକାଇ ମୁକେଶ ଏହି ସ୍ଥାନ ହାସଲ କରିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଆମାଜନର ଜେଫ୍‌ ବେଜୋସ ରହିଥିବା ବେଳେ ଦ୍ୱିତୀୟରେ ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ଏବଂ ତୃତୀୟରେ ବର୍ନାଡ ଆରନ୍ଲଟ ଥିବା ବେଳେ ଚତୁର୍ଥରେ ଫେସବୁକର ମାର୍କ ଜୁକରବର୍ଗ ଏବଂ ପଞ୍ଚମରେ ଷ୍ଟିଭ ବାଲମର ରହିଛନ୍ତି। ମୁକେଶଙ୍କ ସମ୍ପତ୍ତି ସୋମବାର ୨.୧ ବିଲିୟନ ଡଲାର ବୃଦ୍ଧି ଘଟିଛି। ବର୍ତ୍ତମାନ ତାଙ୍କର ନେଟ୍‌ ସମ୍ପତ୍ତି ୭୨.୪ ବିଲିୟନ ଡଲାରକୁ ବୃଦ୍ଧି ଘଟିଛି। ଫଳରେ ସେ ମଧ୍ୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଡିଜିଟାଲ ପ୍ଲାଟଫର୍ମ ଜିଓରେ ଗତ କିଛି ମାସ ମଧ୍ୟରେ ପ୍ରମୁଖ କମ୍ପାନୀଙ୍କ ନିବେଶ, କମ୍ପାନୀର ଅଂଶଧନ ବୃଦ୍ଧି ଫଳରେ ନିଟ୍‌ ସମ୍ପତ୍ତିରେ ବୃଦ୍ଧି ଘଟିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଜିଓରେ ଫେସ୍‌ବୁକ, ଇଣ୍ଟେଲ, ସିଲିଭରଲେକ୍‌,କ୍ୱାଲକମ ଭଳି ବୃହତ୍ତ ନିବେଶକ ନିବେଶ କରିଛନ୍ତି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ(ଏଜିଏମ) ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ସେହିଭଳି ଜିଓରେ ପ୍ରାୟ ୪ବିଲିୟନ ଡଲାର ନିବେଶ ପାଇଁ ଗୁଗଲ୍‌ ଓ ଜିଓ ମଧ୍ୟରେ କଥାବର୍ତ୍ତା ଜାରି ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଆଉ ତା’ପରେ…

ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri