ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ ହୋଇନି ସେଠି କୂଅ ଓ ନଳକୂପ କିମ୍ବା ଚୁଆ ଭରସା। ଆଉ କିଛି ଗାଁରେ ନଳକୂପ ଥାଇ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ଆଦିବାସୀ ଗାଁରେ। ଏଠାରେ ଗୋଟିଏ ନଳକୂପ ରହିଥିବା ବେଳେ ଗାଁ ବାହାରେ ଗୋଟିଏ କୂଅ ରହିଛି। ନଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ କୂଅକୁ ଯିବା ପାଇଁ ଦୂର ରାସ୍ତା ହେଉଛି। ତେଣୁ ଶୀଘ୍ର ପାଣି ଯୋଗାଣ ପାଇଁ ଦାବି ହେଉଛି।

Dharitri – Odisha’s No.1 Odia Daily

Share