କୋରାପୁଟ/ନାରାୟଣପାଟଣା,୧୮ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା ଜଣାପଡିଛି।
ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭିତରପଡ଼ା ପାହାଡ଼ରୁ ମାଟି ଅତଡ଼ା ଧସେଇ ହୋଇ ରାସ୍ତା ଅବରୋଧ ହୋଇଛି। ଚିକଲ ଗୁମାଣ୍ଡି ରାସ୍ତାରେ ମାଟି ଅତଡ଼ା ଧସେଇ ହୋଇଛି। ଅଞ୍ଚଳର ଏକାଧିକ ସ୍ଥାନରେ ମାଟି ଅତଡ଼ା ଧସି ରାସ୍ତା ଜାମ୍ ହୋଇଛି। ତଳଗୁମାଣ୍ଡିରୁ ନାରାୟଣପାଟଣା ବ୍ଲକ୍ ସଦରମହକୁମାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ରବିବାର ନାରାୟଣପାଟଣା ସାପ୍ତାହିକ ହାଟ ଥିବାରୁ ରାସ୍ତା କଡ଼ରେ ଗାଡ଼ି ମଟର ଓ ଲୋକେ ଅଟକି ରହିଥିବା ସୂଚନା ମିଳିଛି।