ରିଲାଏନ୍ସ ରିଟେଲରେ ନିବେଶ କରିବ ମୁବାଦଲା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ଆବୁଧାବିର ମୁବାଦଲା ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ୬୨୪୭ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ରିଲାଏନ୍ସ ରିଟେଲରେ ମୁବାଦଲା ୧.୪% ଇକ୍ୱିଟି ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ରିଲାଏନ୍ସର ଜିଓ ପ୍ଲାଟ୍‌ଫର୍ମରେ ମୁବାଦଲା ପୂର୍ବରୁ ୧.୨ ବିଲିୟନ ଡଲାର ନିବେଶ କରିସାରିଛି। ଏହା ରିଲାଏନ୍ସରେ କମ୍ପାନୀର ଦ୍ୱିତୀୟ ବଡ ନିବେଶ। ଏହି ନିବେଶ ରିଟେଲ କ୍ଷେତ୍ରର ଅଗ୍ରଗତି ତଥା ଅଂଶୀଦାରଙ୍କ ବିକାଶ ଦିଗରେ ସହାୟକ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହ ଏଭଳି ସହଭାଗିତାରେ ସାମିଲ ଅତ୍ୟନ୍ତ ଖୁସି ବୋଲି ମୁବାଦଲର ଗ୍ରୁପ୍‌ ସିଇଓ ଖାଲଦନ ଅଲ୍‌ ମୁବାରକ କହିଛନ୍ତି। ସେହିଭଳି ସିଲଭରଲେକ ନାମକ କମ୍ପାନୀ ମଧ୍ୟ ରିଲାଏନ୍ସ ରିଟେଲରେ ୧୮୭୫ କୋଟି ଟଙ୍କା ନିବେଶ କରିବା ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌.ଭି.ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ

କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଘୋଷଣା କରିବା ପରେ କମ୍ପାନୀ ବୋର୍ଡ ବୁଧବାର ଜରୁରିକାଳୀନ ବୈଠକ ଡାକି ଏସ.ଭି.ରଙ୍ଗନାଥଙ୍କୁ ଅନ୍ତରୀଣ...

ଫେସ୍‌ଲେସ୍‌ ଅପିଲ ଆରମ୍ଭ କଲା ସିବିଡିଟି; ୫.୬ ଲକ୍ଷ କୋଟିର ଟିକସ ମାମଲା ସମାଧାନ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ୱାରା ଫସି ରହିଥିବା ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କାର...

ଇଲେକ୍ଟ୍ରିକ ବାହନ, ଇ-ଇନ୍‌ଭଏସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୬: ଜିଏସ୍‌ଟି କାଉନସିଲ୍‌ର ବୈଠକ ଆସନ୍ତା ୨୧ରେ ବସିବାକୁ ଯାଉଛି। କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କାଉନସିଲ୍‌ର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ...

ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ...

ବିଟ୍‌କଏନ ଭାଲ୍ୟୁ ୫୦ଲକ୍ଷ ଟପିବ

ମୁମ୍ବାଇ,୨୦।୧୨: କମ୍‌ ସମୟରେ ଧନୀ ହେବା ଏବଂ ଆବଶ୍ୟକଠାରୁ ଅଧିକ ଧନ କମାଇବାର ନିଶା ସାରା ବିଶ୍ୱବାସୀଙ୍କୁ ଏକ ପ୍ରକାର ମାୟାରେ ଛନ୍ଦିଦେଇଛି। ବର୍ତ୍ତମାନ ଏହି ଧନ...

ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

ମୁମ୍ବାଇ,୨-୧: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର...

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଭୁବନେଶ୍ୱର,୧୮-୪: ଓଡ଼ିଶାରେ ପ୍ରଥମଥର ଲାଗି ଇ-ସ୍କୁଟର ଉତ୍ପାଦନ ହେବ। ଓମ୍‌ଜୟ ଇଭି ଲିମିଟେଡ ଏହି ଇ-ଯାନଗୁଡ଼ିକୁ ଉତ୍ପାଦନ କରିବାକୁ ଯୋଜନା ରହିଛି। ଯାଜପୁର ଜିଲାର ବଡଚଣାଠାରେ...

Advertisement
Archives

Model This Week