୧୦୪ ବିଲିୟନ ଟଙ୍କା ନିବେଶ କରିବ ଏମ୍‌ଏସ୍‌

ନୂଆଦିଲ୍ଲୀ,୨୧।୩: ବିଶ୍ୱର ପ୍ରମୁଖ ଅଟୋ ଶିଳ୍ପ କମ୍ପାନୀ ସୁଜୁକି ମୋଟର କର୍ପୋରେଶନ (ଏସ୍‌ଏମ୍‌ସି) ପକ୍ଷରୁ ରବିବାର ଘୋଷଣା କରାଯାଇଛି ଯେ କମ୍ପାନୀର ଗୁଜୁରାଟ କାରଖାନାରେ ଏକ ଇଲେକ୍‌ଟ୍ରିକ୍‌ ଯାନ(ଇଭି) ଏବଂ ବ୍ୟାଟେରୀ ନିର୍ମାଣ ୟୁନିଟ୍‌ ଖୋଲିବା ସମ୍ପର୍କରେ ରବିବାର ମାରୁତି ସୁଜୁକି (ଏମ୍‌ଏସ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ୨୦୨୬ ସୁଦ୍ଧା ବ୍ୟବସାୟ ଆରମ୍ଭ କରି ଗ୍ରୀନ୍‌ ମୋବିଲିଟି ମାର୍କେଟ୍‌ ଆଡ଼କୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଜାପାନିଜ୍‌ କମ୍ପାନୀ ପ୍ଲାଣ୍ଟ ଏବଂ ଇଭି ନିର୍ମାଣ ଦିଗରେ ମୋଟ୍‌ ୧୦୪ ବିଲିୟନ ଟଙ୍କା ନିବେଶ କରିବ। ଦେଶରେ ବିକ୍ରି ହେଉଥିବା ପ୍ରତି ଦୁଇଟି କାର୍‌ ମଧ୍ୟରେ ସୁଜୁକି କମ୍ପାନୀର ଗୋଟିଏ କାର୍‌ ରହିଥାଏ। ସରକାର ପରିବେଶର ସୁରକ୍ଷାକୁ ପାଇଁ ଇଭି ଉପରେ ଗୁରୁତ୍ୱାରୋପ କରୁଥିବାରୁ ସୁଜୁକିର ଏହି ପ୍ରୟାସ ସଫଳ ହେବ ବୋଲି ଆଶା କରାଯାଉଛି।
ଭାରତ ବଜାରରେ ଇଲେକ୍ଟ୍ରିଟ ଯାନ (ଇଭି) ଓ ବ୍ୟାଟେରି ଆଦି ନିର୍ମାଣ ଦିଗରେ ପ୍ରୟାସ ଆରମ୍ଭ କରିଛି। ଏହା ପାଇଁ କମ୍ପାନୀ ତା’ର ଗୁଜରାଟ କାରଖାନାରେ ଇଭି ଓ ବ୍ୟାଟେରି ନିର୍ମାଣ ପାଇଁ ପ୍ରାୟ ୧୫୦ ବିଲିୟନ ୟେନ୍‌ ବା ପାଖାପାଖି ୧୦୪.୪ ବିଲିୟନ ଭାରତୀୟ ମୁଦ୍ରା ପୁଞ୍ଜି ନିବେଶ କରିବ ବୋଲି କୁହାଯାଇଛି। ଫଳରେ ଭାରତରେ ତୈଳ ଦରକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ଏକ ସବୁଜ ପରିବେଶ ମଧ୍ୟ ସୃଷ୍ଟି ହେବ। ସେହିଭଳି ଡିଜେଲ୍‌ ଓ ପେଟ୍ରୋଲର ବର୍ଦ୍ଧିତ ଦର ଯୋଗୁ ବର୍ତ୍ତମାନ ଇନ୍ଧନ ଚାଳିତ ଗାଡ଼ି ବା ଇଭି ଯାନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି। ଅପରପକ୍ଷରେ ସରକାର ମଧ୍ୟ ଇ-ଯାନ ପାଇଁ ଆବଶ୍ୟକ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ନିକଟ ଅତୀତରେ ବିଭିନ୍ନ କମ୍ପାନୀ ଇଭି ନିର୍ମାଣ କ୍ଷେତ୍ରରେ ପୁଞ୍ଜି ନିବେଶ ସହ ବ୍ୟବସାୟ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦେଶର ବିଭିନ୍ନ କମ୍ପାନୀ ଇ-ଯାନ ତିଆରି କରିବା ଦିଗରେ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି। ଏ ନେଇ ମଧ୍ୟ କମ୍ପାନୀ ଗୁଜରାଟ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷରିତ କରିଛି। ସୁଜୁକି ଭାରତରେ ନୂଆ ଇଭି ଉତ୍ପାଦନ ୟୁନିଟ ନିର୍ମାଣ କରିବାକୁ ଯାଉଥିବାରୁ ଉଭୟ ସରକାର ଓ ଗ୍ରାହକ ଅନେକ ଆଶା ରଖିଛନ୍ତି। ଏପରିକି ୨୦୩୦ ସୁଦ୍ଧା ଭାରତରେ ନୂଆ କରି ବିକ୍ରି ହୋଇଥିବା ୩୦% ଇଲେକ୍ଟ୍ରିକ୍‌ କାର ଉତ୍ପାଦନ ହେବା ଦରକାର ବୋଲି ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଟାର୍ଗେଟ୍‌ ପୂରା କରିବା ପାଇଁ ୨୦୧୯ରୁ ସରକାର ଇ-ଯାନ କିଣିବାକୁ ପ୍ରୋତ୍ସାହନ ବି ଦେଇ ଆସୁଛନ୍ତି। ସୁଜୁକି ଇ-ଯାନ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଥିଲା ଏପରି ସ୍ଥଳରେ ଗୁଜରାଟ ସରକାରଙ୍କ ସହିତ ହୋଇଥିବା ଚୁକ୍ତି କମ୍ପାନୀକୁ ଭାରତରେ ପୁଞ୍ଜି ନିବେଶ ପାଇଁ ଭଲ ସୁଯୋଗ ଦେବ ବୋଲି ଆକଳନ କରାଯାଉଛି। ଭାରତରେ ଇ-ଯାନ ଓ ବ୍ୟାଟେରି ନିର୍ମାଣ ହେଲେ ସ୍ବାଭାବିକ ଭାବରେ ଏହାର ମୂଲ୍ୟ ମଧ୍ୟ ଗ୍ରାହକ ସୁହାଇଲା ଭଳି ହେବ। ନିକଟରେ କମ୍ପାନୀ ଏହି ଚୁକ୍ତି ସ୍ବାକ୍ଷର କରିଥିବା ସୂଚନା ମିଳିଛି। ଦିଲ୍ଲୀରେ ଭାରତ-ଜାପାନ ଇକୋନୋମିକ ଫୋରମ କାର୍ଯ୍ୟକ୍ରମରେ ଏଭଳି କିଛି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri