୧୦୪ ବିଲିୟନ ଟଙ୍କା ନିବେଶ କରିବ ଏମ୍‌ଏସ୍‌

ନୂଆଦିଲ୍ଲୀ,୨୧।୩: ବିଶ୍ୱର ପ୍ରମୁଖ ଅଟୋ ଶିଳ୍ପ କମ୍ପାନୀ ସୁଜୁକି ମୋଟର କର୍ପୋରେଶନ (ଏସ୍‌ଏମ୍‌ସି) ପକ୍ଷରୁ ରବିବାର ଘୋଷଣା କରାଯାଇଛି ଯେ କମ୍ପାନୀର ଗୁଜୁରାଟ କାରଖାନାରେ ଏକ ଇଲେକ୍‌ଟ୍ରିକ୍‌ ଯାନ(ଇଭି) ଏବଂ ବ୍ୟାଟେରୀ ନିର୍ମାଣ ୟୁନିଟ୍‌ ଖୋଲିବା ସମ୍ପର୍କରେ ରବିବାର ମାରୁତି ସୁଜୁକି (ଏମ୍‌ଏସ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ୨୦୨୬ ସୁଦ୍ଧା ବ୍ୟବସାୟ ଆରମ୍ଭ କରି ଗ୍ରୀନ୍‌ ମୋବିଲିଟି ମାର୍କେଟ୍‌ ଆଡ଼କୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଜାପାନିଜ୍‌ କମ୍ପାନୀ ପ୍ଲାଣ୍ଟ ଏବଂ ଇଭି ନିର୍ମାଣ ଦିଗରେ ମୋଟ୍‌ ୧୦୪ ବିଲିୟନ ଟଙ୍କା ନିବେଶ କରିବ। ଦେଶରେ ବିକ୍ରି ହେଉଥିବା ପ୍ରତି ଦୁଇଟି କାର୍‌ ମଧ୍ୟରେ ସୁଜୁକି କମ୍ପାନୀର ଗୋଟିଏ କାର୍‌ ରହିଥାଏ। ସରକାର ପରିବେଶର ସୁରକ୍ଷାକୁ ପାଇଁ ଇଭି ଉପରେ ଗୁରୁତ୍ୱାରୋପ କରୁଥିବାରୁ ସୁଜୁକିର ଏହି ପ୍ରୟାସ ସଫଳ ହେବ ବୋଲି ଆଶା କରାଯାଉଛି।
ଭାରତ ବଜାରରେ ଇଲେକ୍ଟ୍ରିଟ ଯାନ (ଇଭି) ଓ ବ୍ୟାଟେରି ଆଦି ନିର୍ମାଣ ଦିଗରେ ପ୍ରୟାସ ଆରମ୍ଭ କରିଛି। ଏହା ପାଇଁ କମ୍ପାନୀ ତା’ର ଗୁଜରାଟ କାରଖାନାରେ ଇଭି ଓ ବ୍ୟାଟେରି ନିର୍ମାଣ ପାଇଁ ପ୍ରାୟ ୧୫୦ ବିଲିୟନ ୟେନ୍‌ ବା ପାଖାପାଖି ୧୦୪.୪ ବିଲିୟନ ଭାରତୀୟ ମୁଦ୍ରା ପୁଞ୍ଜି ନିବେଶ କରିବ ବୋଲି କୁହାଯାଇଛି। ଫଳରେ ଭାରତରେ ତୈଳ ଦରକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ଏକ ସବୁଜ ପରିବେଶ ମଧ୍ୟ ସୃଷ୍ଟି ହେବ। ସେହିଭଳି ଡିଜେଲ୍‌ ଓ ପେଟ୍ରୋଲର ବର୍ଦ୍ଧିତ ଦର ଯୋଗୁ ବର୍ତ୍ତମାନ ଇନ୍ଧନ ଚାଳିତ ଗାଡ଼ି ବା ଇଭି ଯାନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି। ଅପରପକ୍ଷରେ ସରକାର ମଧ୍ୟ ଇ-ଯାନ ପାଇଁ ଆବଶ୍ୟକ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ନିକଟ ଅତୀତରେ ବିଭିନ୍ନ କମ୍ପାନୀ ଇଭି ନିର୍ମାଣ କ୍ଷେତ୍ରରେ ପୁଞ୍ଜି ନିବେଶ ସହ ବ୍ୟବସାୟ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦେଶର ବିଭିନ୍ନ କମ୍ପାନୀ ଇ-ଯାନ ତିଆରି କରିବା ଦିଗରେ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି। ଏ ନେଇ ମଧ୍ୟ କମ୍ପାନୀ ଗୁଜରାଟ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷରିତ କରିଛି। ସୁଜୁକି ଭାରତରେ ନୂଆ ଇଭି ଉତ୍ପାଦନ ୟୁନିଟ ନିର୍ମାଣ କରିବାକୁ ଯାଉଥିବାରୁ ଉଭୟ ସରକାର ଓ ଗ୍ରାହକ ଅନେକ ଆଶା ରଖିଛନ୍ତି। ଏପରିକି ୨୦୩୦ ସୁଦ୍ଧା ଭାରତରେ ନୂଆ କରି ବିକ୍ରି ହୋଇଥିବା ୩୦% ଇଲେକ୍ଟ୍ରିକ୍‌ କାର ଉତ୍ପାଦନ ହେବା ଦରକାର ବୋଲି ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଟାର୍ଗେଟ୍‌ ପୂରା କରିବା ପାଇଁ ୨୦୧୯ରୁ ସରକାର ଇ-ଯାନ କିଣିବାକୁ ପ୍ରୋତ୍ସାହନ ବି ଦେଇ ଆସୁଛନ୍ତି। ସୁଜୁକି ଇ-ଯାନ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଥିଲା ଏପରି ସ୍ଥଳରେ ଗୁଜରାଟ ସରକାରଙ୍କ ସହିତ ହୋଇଥିବା ଚୁକ୍ତି କମ୍ପାନୀକୁ ଭାରତରେ ପୁଞ୍ଜି ନିବେଶ ପାଇଁ ଭଲ ସୁଯୋଗ ଦେବ ବୋଲି ଆକଳନ କରାଯାଉଛି। ଭାରତରେ ଇ-ଯାନ ଓ ବ୍ୟାଟେରି ନିର୍ମାଣ ହେଲେ ସ୍ବାଭାବିକ ଭାବରେ ଏହାର ମୂଲ୍ୟ ମଧ୍ୟ ଗ୍ରାହକ ସୁହାଇଲା ଭଳି ହେବ। ନିକଟରେ କମ୍ପାନୀ ଏହି ଚୁକ୍ତି ସ୍ବାକ୍ଷର କରିଥିବା ସୂଚନା ମିଳିଛି। ଦିଲ୍ଲୀରେ ଭାରତ-ଜାପାନ ଇକୋନୋମିକ ଫୋରମ କାର୍ଯ୍ୟକ୍ରମରେ ଏଭଳି କିଛି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ...

ପେସାଦାରୀ ଅଭିଜ୍ଞତା ହିଁ ସବୁକିଛି: ଶକ୍ତିକାନ୍ତ

ମୁମ୍ବାଇ,୨୩-୯: ଇତିହାସର ଛାତ୍ର ଥିବା ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ହେବା ପରେ ତାଙ୍କୁ ଅନେକ ଥଟ୍ଟା ପରିହାସର ସମ୍ମୁଖୀନ ହେବାକୁ...

‘ମେସି ଡାଇନାଷ୍ଟାର୍‌ ପ୍ରତିଯୋଗିତା ସିଜନ-୧’

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ଟ୍ରାକ୍ଟର ନିର୍ମାତା ‘ଟାଫେ ଟ୍ରାକ୍ଟର୍ସ ଆଣ୍ଡ୍‌ ଫାର୍ମ ଇକ୍ୱିପ୍‌ମେଣ୍ଟ ଲିମିଟେଡ୍‌’ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଫେମା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୪: ଦେଶର ସର୍ବବୃହତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୨୦% ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (ଏଫ୍‌ଡିଆଇ) ହୋଇପାରିବ। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଫରେନ୍‌...

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ...

ଦୈନିକ ରେକର୍ଡ ଭାଙ୍ଗୁଛି ସୁନା ଦର;ମହଙ୍ଗା ହୋଇଚାଲିଛି ରୁପା

ନୂଆଦିଲ୍ଲୀ,୯-୮: ସୁନା ଦର ଦୈନିକ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ସେହିପରି ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର...

୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ

ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧...

୩ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩-୧୨: ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ଦର ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା...

Advertisement
Archives

Model This Week