Posted inଖେଳ

ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣ, ଜାଣନ୍ତୁ କେତେ ଲାଗିଲା ଫାଇନ?

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ରାଞ୍ଚିର ରାଜକୁମାର, କ୍ୟାପ୍ଟେନ କୁଲ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣଣ । ଦ୍ରୁତ ଗତିରେ ଗାଡି ଚାଳନା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଏକ ହଜାର ଜରିମାନା ଜାରି କରାଯାଇଛି । ଧୋନିଙ୍କ ମର୍ସିଡିଜ୍ କାର ଘଣ୍ଟା ପ୍ରତି ପ୍ରାୟ ୯୧କିଲୋମିଟର ବେଗରେ ଯାତ୍ରା କରୁଥିଲା, ଯେତେବେଳେ ନିର୍ଦ୍ଧାରିତ ଗତି ସୀମା ଘଣ୍ଟା ପ୍ରତି ୬୦କିଲୋମିଟର । ରାଞ୍ଚିର ଏକ ରାସ୍ତା କଡ଼ କ୍ୟାମେରା ତାଙ୍କ ମର୍ସିଡିଜ୍ କାରକୁ ଚିହ୍ନଟ କରିଥିଲା।

ଅଧିକ ଗତି ଯୋଗୁଁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ମହେନ୍ଦ୍ର ସିଂ ଧୋନିଙ୍କ କାରକୁ ୧୦୦୦ଜରିମାନା କରାଯାଇଛି। ରିପୋର୍ଟ କରାଯାଉଛି ଯେ ମହେନ୍ଦ୍ର ସିଂ ଧୋନିଙ୍କ କାର ୬୦ କିଲୋମିଟର ଘଣ୍ଟା ବେଗ ସୀମା ଉଲ୍ଲଂଘନ କରିଥିଲା। ତାଙ୍କ କାର ରାସ୍ତାରେ ପ୍ରାୟ ୯୧କିଲୋମିଟର ଘଣ୍ଟା ବେଗରେ ଚାଲୁଥିଲା। ଏହାକୁ ଅଧିକ ଗତି ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନ ବୋଲି ବିବେଚନା କରାଯାଇଥିଲା। ରାଜଧାନୀ ରାଞ୍ଚିରେ ରାସ୍ତାରେ ଲାଗିଥିବା ଏକ କ୍ୟାମେରା ଦ୍ୱାରା ତାଙ୍କ ମର୍ସିଡିଜ୍ କାରକୁ ଚିହ୍ନଟ କରାଯାଇଥିଲା, ଯାହା ପରେ ୧୦୦୦ର ଇ-ଚାଲାଣ ଜାରି କରାଯାଇଥିଲା।

ଟ୍ରାଫିକ ପୋଲିସ ଝାଡ଼ଖଣ୍ଡ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ ଦର୍ଶାଯାଇଛି ଯେ ୧ ମାର୍ଚ୍ଚ, ୨୦୨୬ ରେ ମହେନ୍ଦ୍ର ସିଂ ଧୋନିଙ୍କ ମର୍ସିଡିଜ୍ କାର ରାଞ୍ଚିର କାଙ୍କେ ରିଙ୍ଗ ରୋଡ୍ ଦେଇ ଯାଉଥିଲା । ସେହି ସମୟରେ କାରର ଗତି ପ୍ରାୟ ୯୧ କିଲୋମିଟର ପ୍ରତି ଘଣ୍ଟା ବେଗରେ ରାସ୍ତାରେ ଚାଲୁଥିଲା। ଏହା ମୋଟର ଯାନ ଆଇନ ୧୯୮୮ର ଉଲ୍ଲଂଘନ । ଯାହା ଯୋଗୁଁ ସାଧାରଣ ଦଣ୍ଡ ଭାବରେ ୧୦୦୦ ଟଙ୍କାର ଚାଲାଣ ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଲା କାଏମା ପାହାଡ: ନିଆଁ ଲଗାଇ ଚାଲିଗଲେ ଦୃର୍ବୁତ୍ତ ବନ ବିଭାଗର ଦାୟିତ୍ୱ ଉପରେ ଉଠିଲା ପ୍ରଶ

ଧର୍ମଶାଳା,୪।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଐତିହାସିକ କାଏମା ପାହାଡରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ଦୀର୍ଘ ସମୟ ଧରି ପାହାଡରେ…

ରକ୍ତରେ ହୋଲି ଖେଳିଲେ ସ୍ବାମୀ, ପ୍ରେମିକ ସହ ରହୁଥିବା ବେଳେ ସ୍ତ୍ରୀକୁ ହାଣି ହତ୍ୟା

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହିତ ରହୁଥିବା ବେଳେ ସ୍ବାମୀ ଯାଇ ହତ୍ୟା କରିଥିବା…

ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ…

ବାଥରୁମରେ ସନ୍ତାନ ଜନ୍ମ ଦେଲେ ୧୬ ବର୍ଷୀୟା ଛାତ୍ରୀ: ତା’ପରେ ଯାହା ଘଟିଲା, ଜାଣିଲେ ଫାଟିଯିବ କଲିଜା

ହାଇଦ୍ରାବାଦ୍‌,୪।୩: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଇଣ୍ଟରମିଡିଏଟ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କମାଲ୍‌ କରିଦେଲା ଭାରତ: ଥରିବ ପାକିସ୍ତାନ, ଆମେରିକା ମଧ୍ୟ ହୋଇଯିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୩: ବିଶ୍ୱ ବର୍ତ୍ତମାନ ଶସ୍ତା କିନ୍ତୁ ଘାତକ ଡ୍ରୋନ ଯୁଦ୍ଧର ପ୍ରଭାବ ଦେଖୁଛି। ଇରାନର କମ ମୂଲ୍ୟର ଶାହେଦ-୧୩୬ ଆତ୍ମଘାତୀ ଡ୍ରୋନ ଏବଂ ଆମେରିକାର LUCAS ଡ୍ରୋନ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri