Posted inଖେଳ

ଅବସର ସମ୍ପର୍କରେ ମୁହଁ ଖୋଲିଲେ ଏମଏସ ଧୋନୀ; କହିଲେ କିଏ ନେବ ଏହି ନିଷ୍ପତ୍ତି

ମୁମ୍ବାଇ,୬ା୪: ଭାରତୀୟ ଦଳର ଲିଜେଣ୍ଡ ବ୍ୟାଟର ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଅବସର ସମ୍ପର୍କରେ ଚାଲିଥିବା ଗୁଜବ ଉପରେ ନିଜର ମୁହଁ ଖୋଲିଛନ୍ତି। ନିକଟରେ ଏକ ପଡକାଷ୍ଟରେ ଯୋଗଦେଇ ଧୋନୀ ଏହି ବିଷୟରେ ନିଜର ନିଷ୍ପତ୍ତି ଉପରେ ଖୋଲି ଆଲୋଚନା କରିଥିଲେ। ଶନିବାର ଦିଲ୍ଲୀ ବିପକ୍ଷ ମୁକାବିଲାରେ ଧୋନୀଙ୍କ ବାପା ଏବଂ ମା’ ଚିପକ୍ ଷ୍ଟାଡିୟମରେ ଉପସ୍ଥିତ ଥିଲେ, ଯାହାପରେ ଗୁଜବ ଆରମ୍ଭ ହୋଇଯାଇଥିଲା ଯେ, ଧୋନୀ ଚଳିତ ସିଜିନ୍ ପରେ ଅବସର ନେଇପାରନ୍ତି।

ସେହିପରି କିଛି ଦର୍ଶକ ଏହା ମଧ୍ୟ ଲକ୍ଷ୍ୟ କରିଥିଲେ ଯେ, ଧୋନୀଙ୍କ ସ୍ତ୍ରୀ’ ଝିଅ ଜିଭାଙ୍କୁ ‘ଶେଷ ମ୍ୟାଚ୍’ ବୋଲି କହୁଥିଲେ, ଯାହା ଅବସର ଗୁଜବକୁ ଆହୁରି ତୀବ୍ର କରିଥିଲା। କିନ୍ତୁ ରାଜ ଶମାନିଙ୍କ ପଡକାଷ୍ଟରେ ଧୋନୀ ତାଙ୍କର ପ୍ରଶଂସକମାନଙ୍କୁ ଏହା ନିଶ୍ଚିତ କରିଥିଲେ ନିଶ୍ଚିତ କରିଥିଲେ ଯେ, ଚଳିତ ସିଜିନ୍ ଶେଷରେ ସେ ଅବସର ନେଉ ନାହାନ୍ତି।

ଧୋନି ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ଶରୀରକୁ ୮ ମାସ ଦେବେ ଯେ ସେ ୪୪ ବର୍ଷ ବୟସରେ ଖେଳିପାରିବେ କି ନାହିଁ। ଯଦି ସିଜିନ୍ ଆରମ୍ଭ ସୁଦ୍ଧା ତାଙ୍କ ଶରୀର ଯଥେଷ୍ଟ ଭଲ ଦେଖାଯାଏ, ତେବେ ସେ ପ୍ରତିଯୋଗିତାରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେ ଗୋଟିଏ ବର୍ଷ ଯୋଡ଼ିବେ।

“ନା, ଏବେ ନୁହେଁ। ମୁଁ ଏବେ ବି IPL ଖେଳୁଛି। ମୁଁ ଏହାକୁ ବହୁତ ସରଳ ରଖିଛି, ମୁଁ ଏଥିରେ ଆଉ ଗୋଟିଏ ବର୍ଷ ଯୋଡିବି, ମୁଁ ବର୍ତମାନ ୪୩ ବର୍ଷ ବୟସର, ଯେତେବେଳେ IPL ୨୦୨୫ ଶେଷ ହେବ, ମୁଁ ୪୪ ବର୍ଷ ହେବି, ତେଣୁ ତା’ପରେ ମୁଁ ଖେଳିବି କି ନାହିଁ ତାହା ନିଷ୍ପତ୍ତି ନେବା ପାଇଁ ମୋର ୧୦ମାସ ଅଛି। କିନ୍ତୁ ଏହା ମୁଁ ଏହି ନିଷ୍ପତ୍ତି ନେଉନାହିଁ, ଏହା ମୋର ଶରୀର ନିଷ୍ପତ୍ତି ନେଉଛି। ତେଣୁ, ଗୋଟିଏ ବର୍ଷ ପରେ, ଏ ବିଷୟରେ ନିଷ୍ପତ୍ତି ନେବୁ” ବୋଲି ଏମଏସ ଧୋନି ପଡକାଷ୍ଟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ପୁଟିନଙ୍କୁ ରିଟର୍ନ ଉପହାର ଦେଲେ ମୋଦି: ରୁଷିଆ ନାଗରିକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri