Posted inଖେଳ

ଅବସର ସମ୍ପର୍କରେ ମୁହଁ ଖୋଲିଲେ ଏମଏସ ଧୋନୀ; କହିଲେ କିଏ ନେବ ଏହି ନିଷ୍ପତ୍ତି

ମୁମ୍ବାଇ,୬ା୪: ଭାରତୀୟ ଦଳର ଲିଜେଣ୍ଡ ବ୍ୟାଟର ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଅବସର ସମ୍ପର୍କରେ ଚାଲିଥିବା ଗୁଜବ ଉପରେ ନିଜର ମୁହଁ ଖୋଲିଛନ୍ତି। ନିକଟରେ ଏକ ପଡକାଷ୍ଟରେ ଯୋଗଦେଇ ଧୋନୀ ଏହି ବିଷୟରେ ନିଜର ନିଷ୍ପତ୍ତି ଉପରେ ଖୋଲି ଆଲୋଚନା କରିଥିଲେ। ଶନିବାର ଦିଲ୍ଲୀ ବିପକ୍ଷ ମୁକାବିଲାରେ ଧୋନୀଙ୍କ ବାପା ଏବଂ ମା’ ଚିପକ୍ ଷ୍ଟାଡିୟମରେ ଉପସ୍ଥିତ ଥିଲେ, ଯାହାପରେ ଗୁଜବ ଆରମ୍ଭ ହୋଇଯାଇଥିଲା ଯେ, ଧୋନୀ ଚଳିତ ସିଜିନ୍ ପରେ ଅବସର ନେଇପାରନ୍ତି।

ସେହିପରି କିଛି ଦର୍ଶକ ଏହା ମଧ୍ୟ ଲକ୍ଷ୍ୟ କରିଥିଲେ ଯେ, ଧୋନୀଙ୍କ ସ୍ତ୍ରୀ’ ଝିଅ ଜିଭାଙ୍କୁ ‘ଶେଷ ମ୍ୟାଚ୍’ ବୋଲି କହୁଥିଲେ, ଯାହା ଅବସର ଗୁଜବକୁ ଆହୁରି ତୀବ୍ର କରିଥିଲା। କିନ୍ତୁ ରାଜ ଶମାନିଙ୍କ ପଡକାଷ୍ଟରେ ଧୋନୀ ତାଙ୍କର ପ୍ରଶଂସକମାନଙ୍କୁ ଏହା ନିଶ୍ଚିତ କରିଥିଲେ ନିଶ୍ଚିତ କରିଥିଲେ ଯେ, ଚଳିତ ସିଜିନ୍ ଶେଷରେ ସେ ଅବସର ନେଉ ନାହାନ୍ତି।

ଧୋନି ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ଶରୀରକୁ ୮ ମାସ ଦେବେ ଯେ ସେ ୪୪ ବର୍ଷ ବୟସରେ ଖେଳିପାରିବେ କି ନାହିଁ। ଯଦି ସିଜିନ୍ ଆରମ୍ଭ ସୁଦ୍ଧା ତାଙ୍କ ଶରୀର ଯଥେଷ୍ଟ ଭଲ ଦେଖାଯାଏ, ତେବେ ସେ ପ୍ରତିଯୋଗିତାରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେ ଗୋଟିଏ ବର୍ଷ ଯୋଡ଼ିବେ।

“ନା, ଏବେ ନୁହେଁ। ମୁଁ ଏବେ ବି IPL ଖେଳୁଛି। ମୁଁ ଏହାକୁ ବହୁତ ସରଳ ରଖିଛି, ମୁଁ ଏଥିରେ ଆଉ ଗୋଟିଏ ବର୍ଷ ଯୋଡିବି, ମୁଁ ବର୍ତମାନ ୪୩ ବର୍ଷ ବୟସର, ଯେତେବେଳେ IPL ୨୦୨୫ ଶେଷ ହେବ, ମୁଁ ୪୪ ବର୍ଷ ହେବି, ତେଣୁ ତା’ପରେ ମୁଁ ଖେଳିବି କି ନାହିଁ ତାହା ନିଷ୍ପତ୍ତି ନେବା ପାଇଁ ମୋର ୧୦ମାସ ଅଛି। କିନ୍ତୁ ଏହା ମୁଁ ଏହି ନିଷ୍ପତ୍ତି ନେଉନାହିଁ, ଏହା ମୋର ଶରୀର ନିଷ୍ପତ୍ତି ନେଉଛି। ତେଣୁ, ଗୋଟିଏ ବର୍ଷ ପରେ, ଏ ବିଷୟରେ ନିଷ୍ପତ୍ତି ନେବୁ” ବୋଲି ଏମଏସ ଧୋନି ପଡକାଷ୍ଟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri