Posted inଜାତୀୟ

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୧୧: ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ଯାଏ ଚାଲିପାରେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନଭେମ୍ବର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ବିଶେଷ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ଏମପିମାନେ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି ।

ନଭେମ୍ବର ୨୬ରେ ଲୋକ ସଭା ଏବଂ ରାଜ୍ୟ ସଭାର ମିଳିତ ଅଧିବେଶନ ଡକାଯାଇପାରେ । ଭାରତର ସମ୍ବିଧାନ ସଭା ଦ୍ୱାରା ସମ୍ବିଧାନ ଗୃହୀତ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦର ମିଳିତ ଅଧିବେଶନ ହୋଇପାରେ । ଦିନିକିଆ ସଂଯୁକ୍ତ ଅଧିବେଶନ ପୁରୁଣା ସଂସଦ ଭବନରେ ହୋଇପାରେ । ଏହି ସ୍ପେଶାଲ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ ସ୍ଥିତି ସମ୍ବିିଧାନ ଭବନରେ ବ୍ୟବସ୍ଥା କରାଯାଇପାରେ । ଏହି ସ୍ଥାନରେ ୧୯୪୯ ନଭେମ୍ବର ୨୬ ତାରିଖରେ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ଏଥିପାଇଁ ନଭେମୱର ୨୬କୁ ସାରା ଦେଶରେ ସମୱିଧାନ ଦିବସ ରୂପେ ପାଳନ କରାଯାଉଛି । ନଭେମୱର ୨୬କୁ ପୂର୍ବେ ରାଷ୍ଟ୍ରୀୟ ଆଇନ ଦିବସ ରୂପେ ପାଳନ କରାଯାଉଥିଲା, କିନ୍ତୁ ୨୦୧୫ରେ ମୋଦି ସରକାର ଏହି ଦିନକୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ୧୯୫୦ ଜାନୁଆରୀ ୨୬ରେ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା ।

ତେବେ ଏଠି କୌତୁହଳର ବିଷୟ ଏହା ଯେ ଉଭୟ ଶାସକ ଏବଂ ବିରୋଧୀ ନିଜକୁ ସମ୍ବିଧାନର ରକ୍ଷକ ବୋଲି କହୁଛନ୍ତି । ଏହାସହ ଜଣେ ଅନ୍ୟ ଜଣଙ୍କୁ ସମ୍ବିଧାନର ଶତ୍ରୁ ଦର୍ଶାଇବା ପାଇଁ ଅନେକ ଟିପ୍ପଣୀ ମଧ୍ୟ କରୁଛନ୍ତି । ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ମୋଦି ସରକାର କ୍ଷମତାକୁ ଆସିଲେ ସମ୍ବିଧାନର ବିପଦରେ ପଡ଼ିବ ବୋଲି ପ୍ରଚାର କରୁଥିଲେ । ତେବେ ମୋଦି ସରକାର ତୃତୀୟ ଥର କ୍ଷମତାକୁ ଫେରିବା ପରେ ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri