ସାଂସଦଙ୍କ ବଢ଼ିଲା, ଆମର କେବେ:ଜୋର୍‌ ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୬ା୩ (ରବିନାରାୟଣ ଜେନା):ବଜେଟ ଅଧିବେଶନ କାଳରେ ଗୃହ ସୁରୁଖୁରୁରେ ଚାଲିପାରୁ ନ ଥିବାବେଳେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି ଜୋର୍‌ ଧରିଛି। ମଙ୍ଗଳବାର ଦରମା ବୃଦ୍ଧି ଲାଗି ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଛି। ‘ମଇଁଷି ଶିଙ୍ଗ ଫଟା ଯୁଝିଲା ବେଳକୁ ଗୋଟା’ ନ୍ୟାୟରେ ଏବେ ସବୁଦଳର ସଦସ୍ୟ ଏକ ସ୍ବରରେ ଦରମା ବଢ଼ାଇବା ସପକ୍ଷରେ ରହିଛନ୍ତି।
ବିଜେଡି ସଦସ୍ୟ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଯେଉଁମାନେ ବିଧାୟକ ପଦରୁ ଅବସର ନେଇସାରିଛନ୍ତି ସେମାନେ ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ପେନ୍‌ସନ ନିହାତି ବଢ଼ିବା ଦରକାର। ଏ ନେଇ ସରକାରଙ୍କ ସହ ଆଲୋଚନା ହୋଇସାରିଛି ଏବଂ ଏକ କମିଟି ଗଠନ କରି ରିପୋର୍ଟ ଦେଇଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ।
ସେହିପରି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ସବୁ ବିଧାୟକଙ୍କ ଦରମା ବଢ଼ୁ ବୋଲି ଦାବି ଅଛି। ଅବସରପ୍ରାପ୍ତ ବିଧାୟକଙ୍କ ପେନ୍‌ସନ ମଧ୍ୟ ବଢ଼ାଯାଉ। ପ୍ରାୟ ବିଧାୟକଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ତେଣୁ ପେନ୍‌ସନ ସହ ସଦସ୍ୟଙ୍କ ଦରମା ବୃଦ୍ଧି ହେବା ଉଚିତ୍‌।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଡବଲ ଇଞ୍ଜିନ ସରକାର କେବଳ ନାମକୁମାତ୍ର। ନ ହେଲେ ସଂସଦରେ ସାଂସଦମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବରେ ମୋହର ବାଜୁଛି। ରାଜ୍ୟରେ ବିଧାୟକମାନଙ୍କ ଦରମା ବଢ଼ନ୍ତା ନାହିଁ? ପୂର୍ବତନ ବିଧାୟକମାନେ କମ୍‌ ପେନ୍‌ସନ ପାଉଛନ୍ତି। ସେମାନେ ବହୁ ଅସୁବିଧାରେ ଚଳୁଛନ୍ତି। ସେମାନଙ୍କ ପେନ୍‌ସନ ବଢ଼ିବା ସହିତ ଆଜିର ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଦରମା ବୃଦ୍ଧି ହେବା ନିହାତି ଆବଶ୍ୟକ।
ସୂଚନାଯୋଗ୍ୟ, ଗତ ସୋମବାର ସାଂସଦଙ୍କ ମାସିକ ଦରମା ବୃଦ୍ଧି ପାଇଁ ଘୋଷଣା ହୋଇଛି। ସାଂସଦଙ୍କ ଦରମା ୧ ଲକ୍ଷରୁ ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ପୂର୍ବତନ ସାଂସଦଙ୍କ ପେନ୍‌ସନ ୨୫ ହଜାରରୁ ୩୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ପେନ୍‌ସନ ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ତୁରନ୍ତ ଏହାକୁ ଲାଗୁକରନ୍ତୁ ବୋଲି ଏବେ ବିଧାୟକଙ୍କ ସ୍ବର ଶାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?